କାର୍ପେଲ ଟନଲ ସିଣ୍ଡ୍ରୋମ୍‌ କ’ଣ ? ଆଙ୍ଗୁଠି ଝିମ୍ ଝିମ୍ ବା କାଲୁଆ ଲାଗୁଥିଲେ ନିଶ୍ଚୟ ଜାଣି ରଖନ୍ତୁ (Dr Rajendra Sahoo)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଅନେକ ପ୍ରକାର ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ରହିଥାଏ । ଶରୀର ଭିତରେ ଅନେକ ପ୍ରକାର ଶିରାପ୍ରଶିରା ଓ ସ୍ନାୟୁ ରହିଥାଏ । ଯେତେ ବେଳେ ସ୍ପାଇନାଲ କର୍ଡ ଦେଇ କେତେଗୁଡିଏ ସ୍ନାୟୁ ବାହାରି ଶରୀରର ଅଲଗା ଅଂଶକୁ ଯାଇଥାନ୍ତି । ସେତେବେଳେ କୌଣସି କାରଣ ବଶତଃ ସେହି ସ୍ନାୟୁ ଉପରେ ଚାପ ପଡିଥାଏ । ସ୍ନାୟୁ ଚାପି ହୋଇଯିବା କାରଣରୁ ବ୍ଲଡ଼ ଭେସେଲ ଡେନେଜ ହୋଇ ପାରିନଥାଏ ।

ସ୍ନାୟୁ ଯିବା ବେଳେ  ହାତର ରିଷ୍ଟ ବା କଚଡି   ଯିବା ବାଟରେ ସ୍ନାୟୁ ଉପରେ ଚାପ ପଡିଥାଏ । ଯାହାକୁ କାର୍ପେଲ ଟନଲ ଶିଣ୍ଡ୍ରୋମ କୁହାଯାଇଥାଏ । କାର୍ପେଲ ଟନଲର ଲକ୍ଷଣ ହେଉଛି । ହାତର ଆଙ୍ଗୁଠି ଗୁଡିକ ଝିମ୍ ଝିମ୍ ହୋଇଯିବା, ହାତ କାଲୁଆ ହେବା, ହାତରେ କରେଣ୍ଟ ମାରିବା ଭଳିଆ ଲାଗିବା । ଯେତେ ବେଳେ ଆପଣ ହାତ ଉପରେ କୌଣସି ପ୍ରେସର ଦେଇ ଅଧିକ କାମ କରନ୍ତି । ତେବେ ହାତର ଯନ୍ତ୍ରଣା ଅଧିକ ବଢି ଯାଇଥାଏ ।

ଡାଇବେଟିସ, ଥାଇରଏଡ, ହାଇପର ଟେନସନ ଥିବା ଲୋକଙ୍କୁ ଅଧିକ ଏହି ସମସ୍ଯା ଆସିଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ଠାରେ ଅଧିକ କାର୍ପେଲ ଟନଲ ସିନ୍ଡ୍ରୋମ ହୋଇଥାଏ । ଏହି ସମସ୍ଯା ହେଲେ ଡାକ୍ତର ରୋଗୀର ଲକ୍ଷଣକୁ ଅନୁଧ୍ୟାନ କରି ତାକୁ ଭଲ ଭାବେ ଡାଇଗ୍ନୋସିସ କରିବାକୁ ଚେଷ୍ଟା କରିଥାନ୍ତି । ଅଲ୍ଟ୍ରାସାଉଣ୍ଡ ଦ୍ଵାରା ମଧ୍ୟ ଏହି କାର୍ପେଲ ଟନଲ ସିନ୍ଡ୍ରୋମର କାରଣ ଜାଣି ତାର ଉପଯୁକ୍ତ ଚିକିତ୍ସା କରାଯାଇଥାଏ ।

ରାତିରେ ଶୋଇଲା ସମୟରେ ହାତର ସେହି କଚଡି ଭାଗରେ ସ୍ପ୍ରିଙ୍ଗ ଲଗାଇ ଶୋଇବାକୁ ଦିଆଯାଇଥାଏ । କାରଣ ରାତି ସମୟରେ ଯଦି ତାର ଉପରେ କିଛି ପ୍ରେସର ପଡିଯାଏ । ତେବେ ତାହା ଅଧିକ ଝିମ୍ ଝିମ୍ ହୋଇ ସେହି ଜାଗାରେ ଯନ୍ତ୍ରଣା ହୋଇଥାଏ । ହାତର କଚଡି ପାଖରେ ଯନ୍ତ୍ରଣା ହେବାକୁ ଲାଗିଲେ । ନିହାତି ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଡାକ୍ତର ସ୍ନାୟୁ ସହିତ ଜଡିତ କିଛି ମେଡ଼ିସିନ ଖାଇବା ପାଇଁ ଦେଇଥାନ୍ତି ।

ଯାହାର ସିଧାସଳଖ ପ୍ରଭାବ ଆମ ଶରୀରର ସ୍ନ୍ୟାୟୁ ଉପରେ ପଡିଥାଏ । ତାପରେ ସ୍ନାୟୁ ଯନ୍ତ୍ରଣା ଦୂର ହୋଇଥାଏ । ଯଦି ମେଡ଼ିସିନ ଖାଇବା ଦ୍ଵାରା ଯନ୍ତ୍ରଣାରୁ ମୁକ୍ତି ମିଳିନଥାଏ । ତେବେ ଏକ୍ସପର୍ଟ ଡାକ୍ତରଙ୍କ ଦ୍ଵାରା ସର୍ଜରୀ କରିବା ଆବଶ୍ୟକାତା ପଡିଥାଏ । ଡାକ୍ତର ସର୍ଜରୀ କରିବା ଦ୍ଵାରା ଯେଉଁ କାରଣ ପାଇଁ ସ୍ନାୟୁ ଉପରେ ପ୍ରେସର ପଡୁଥାଏ । ସର୍ଜରୀ ଦ୍ଵାରା ସ୍ନାୟୁ ଚାରି ପାଖରେ ସ୍ପେସ କ୍ରିଏଟ କରାଯାଇଥାଏ ।

ଯାହା ଦ୍ଵାରା ସ୍ନାୟୁ କାହା ଦ୍ଵାରା ବାଧାପ୍ରାପ୍ତ ନପାଇ ଆରାମରେ ଗତି କରିପାରେ । କାର୍ପେଲ ଟନଲରେ ପୀଡିତ ରୋଗୀର ସର୍ଜରୀ ହୋଇସାରିଲା ପରେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ବେଳେ ବେଳେ ସର୍ଜରୀର କିଛି ଦିନ ପରେ ଥରେ ସେହି ଜାଗାରେ ପୁଣି ଥରେ ପେନ୍ ହୋଇଥାଏ । ସେଥିପାଇଁ ଯଦି କୌଣସି ଆପଣଙ୍କର ଶରୀରର ରୋଗ ଥାଏ । ତେବେ ସେହି ରୋଗକୁ ନିୟନ୍ତ୍ରଣରେ ରଖିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *