କୁକୁର କାମୁଡିବା ପରେ ସାବଧାନୀ ! ଜାଣନ୍ତୁ ଏହାର ପ୍ରାଥମିକ ଚିକିତ୍ସା (Dr NB Singh)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରଜାତିର ଜୀବଜନ୍ତୁ ଥାଆନ୍ତି । ସେଥି ମଧ୍ୟରୁ କୁକୁର ଏକ ପ୍ରାଣୀ । କୁକୁରକୁ ପ୍ରାୟତଃ ଲୋକ ଘରେ ପୋଷା କରି ପାଳିଥାନ୍ତି । ଅନେକ କୁକୁର ମଧ୍ୟ ଅଛନ୍ତି । ଯେଉଁମାନେ ସଡକ ରାସ୍ତାରେ ବୁଲାକୁକୁର ହୋଇ ବୁଲିଥାନ୍ତି । କୁକୁର କାମୁଡିବା ଦ୍ଵାରା ରାବିଜ୍ ନାମକ ଏକ ପ୍ରକାର ରୋଗ ହୋଇଥାଏ । କୁକୁର କାମୁଡିବାର କିଛି ମାସ କିମ୍ବା କିଛି ବର୍ଷ ମଧ୍ୟରେ ଏହି ରୋଗ ପ୍ରକାଶିତ ହୋଇଥାଏ ।

ଏହି ରୋଗ ହେବାର ସେମିତି ନିର୍ଦ୍ଧିଷ୍ଟ ସମୟ ସୀମା ନଥାଏ । କୁକୁର କାମୁଡିବାର କିଛି ମାସ ପରେ ଯେତେବେଳେ ଏହି ରାବିଜ୍ ନାମ ରୋଗ ପ୍ରକାଶ ପାଇଥାଏ । ସେତେବେଳେ ରୋଗୀର ମନ ଅସ୍ଥିର ହେବାର ଦେଖାଯାଇଥାଏ । ପାଣି ଓ ଅନ୍ଧାରକୁ ଦେଖି ରୋଗୀ ଭୟ ପ୍ରକାଶ କରିଥାଏ। ଜ୍ଵର ଆସିଥାଏ । କାମୁଡିବା କ୍ଷେତ୍ରରେ ରାସ୍ତାରେ ବୁଲାକୁକୁର ପ୍ରାୟତଃ ଲୋକମାନଙ୍କୁ କାମୁଡିଥାଏ । କୁକୁର କାମୁଡିଲେ ପ୍ରଥମେ ଏହାର ପ୍ରାଥମିକ ଚିକିତ୍ସା କରିବା ନିହାତି ଉଚିତ ।

ଯେଉଁ ସ୍ଥାନରେ କୁକୁର କାମୁଡି ଥାଏ । ସେହି ସ୍ଥାନକୁ ଲାଇଫବୟ କିମ୍ବା କୌଣସି ସାବୁନରେ ଭଲ ଭାବେ ଧୋଇ ପରିଷ୍କାର କରିବା ଉଚିତ । ତାପରେ ବିଳମ୍ବ ନକରି ସଙ୍ଗେ ସଙ୍ଗେ କୁକୁର କାମୁଡିଥିବା ଲୋକଙ୍କୁ ନେଇ ନିକଟସ୍ଥ ହସ୍ପିଟାଲକୁ ନେଇ ଟିଟାନସ ଦେବା ନିହାତି ଦରକାର । କାମୁଡା ସ୍ଥାନରେ ଡାକ୍ତରଙ୍କର ଦ୍ଵାରା କୁହାଯାଇଥିବା ଆଣ୍ଟି-ସେପ୍ଟିକ କ୍ରିମ ଲଗାଇବା ଉଚିତ ।

ସେହି ସ୍ଥାନକୁ କଭର ନକରି ଖୋଲା ରଖିବା ଦରକାର । କୁକୁର କାମୁଡିବା ଦିନ ଆଣ୍ଟି-ରାବିଜ୍ ଭାକସିନ ଦିଆଯାଇଥାଏ । କାମୁଡା ଦିନରୁ ଭାକସିନ ଆରମ୍ଭ କରି କାମୁଡାର ୩ ଦିନ, ୭ ଦିନ, ୧୪ ଦିନ ଓ ୨୮ ଦିନରେ ଏହାର ଡୋଜ ଦିଆଯାଇଥାଏ । ଏହା ସହିତ ଇନଫେକସନ ନହେବା ପାଇଁ ଅନ୍ୟ କିଛି ମେଡ଼ିସିନ ଓ ଅଏଲ୍ମେଣ୍ଟ ଡାକ୍ତର ଦେଇଥାନ୍ତି । ଯଦି ଜଣେ ବ୍ୟକ୍ତିକୁ ପାଗଳ କୁକୁର କାମୁଡିଥାଏ ।

ତେବେ କାମୁଡିବାର ସପ୍ତାହ କିମ୍ବା ୧୦ ଦିନ ମଧ୍ୟରେ ସେହି ବ୍ଯକ୍ତିର ମୃତ୍ୟୁ ହୋଇଯାଇଥାଏ । ଯଦି କୁକୁର କାମୁଡିବାର ୧୦ ରୁ ୧୫ ଦିନ ମଧ୍ୟରେ ବ୍ଯକ୍ତିର ମୃତ୍ୟୁ ହୋଇନଥାଏ । ତେବେ କାମୁଡିଥିବା କୁକୁର ପାଗଳ ନୁହେଁ । ସେଥିପ୍ରତି ବେଶି ଭୟଭୀତ ହେବା ଦରକାର ନଥାଏ କିନ୍ତୁ ଭାକିସିନେସନ କରାଇନେବା ନିହାତି ଉଚିତ ହୋଇଥାଏ । କୁକୁର କାମୁଡିବା ପରେ ଯାହାକୁ ରାବିଜ ରୋଗ ହୋଇଯାଇଥାଏ ।

ସେହି ବ୍ଯକ୍ତିର ବଞ୍ଚିବାର ସମ୍ଭାବନା ବହୁତ କମ୍ ପରିମାଣରେ ରହିଥାଏ । ଘରେ ଯେଉଁ ଲୋକମାନେ କୁକୁର ପାଳିଥାନ୍ତି । ସେମାନେ କୁକୁରକୁ ପ୍ରତି ୬ ମାସରେ ଭାକିସିନେସନ କରାଇ ନେବା ଉଚିତ । କୁକୁର ରଖିଥିବା ପରିବାର ସଦସ୍ୟ ମଧ୍ୟ ନିଜର ପ୍ରି-ଏକ୍ସପ୍ରୋଜାଲ ଭାକିସିନେସନ କରିବା ନିହାତି ଜରୁରୀ ହୋଇଥାଏ । ଯଦି ଜଣେ ବ୍ୟକ୍ତିକୁ ପୋଷା କୁକୁର କାମୁଡିଥାଏ । ତେବେ ସେହି ବ୍ଯକ୍ତିର ଜୀବନ ପ୍ରତି କୌଣସି ଆଶଙ୍କା ନଥାଏ କିନ୍ତୁ ଭାକିସିନେସନ କରିବା ନିହାତି ଜରୁରୀ ଅଟେ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *