Health Tips- ଗୋଟେ ସପ୍ତାହରେ ପେଟର ଚର୍ବି (Belly Fat) ମହମ ପରି ତରଳିଯିବ, ବାସ ସକାଳୁ ପିଅନ୍ତୁ ଏହି ପାଣି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଲୋକମାନଙ୍କର ପେଟରେ ଚର୍ବି ବୃଦ୍ଧି ହେବା କାରଣରୁ ତାଙ୍କ ପେଟର ଆକାର ବୃଦ୍ଧି ପାଇଥାଏ । ପେଟ ବଢିବା କାରଣରୁ ଲୋକମାନେ ନିଜକୁ ପରଫେକ୍ଟ ଭାବିନଥାନ୍ତି। ଏହା ସହିତ ପେଟ ବଢିବାରେ ଲୋକମାନଙ୍କ ଶରୀରରେ ଅନେକ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ସେଥି ପାଇଁ ଲୋକମାନେ ନିଜର ଶରୀରକୁ ଫିଟ ରଖିବା ପାଇଁ ତଥା ଚର୍ବି ଘଟାଇବା ପାଇଁ ବିଭିନ୍ନ ରେମିଡି ଟ୍ରାଏ କରିବା ସହିତ ଡାଏଟ ମଧ୍ୟ କରିଥାନ୍ତି ।

ଆଜି ଆପଣ ମାନଙ୍କୁ ବେଲି ଫ୍ୟାଟ୍ ଘଟାଇବାର ଏକ ସୁନ୍ଦର ଘରୋଇ ଉପାୟ ବତେଇବା ପାଇଁ ଯାଉଛୁ । ଏହି ରେମିଡି ପ୍ରସ୍ତୁତ କରିବା ପାଇଁ  ପ୍ରଥମେ ଜୀରା ଦରକାର । ଜୀରା ଆପଣଙ୍କ ଶରୀରର ହଜମ ହେବାର ଶକ୍ତି ବୃଦ୍ଧି କରିବା ସହ ଏସିଡିଟିକୁ କମାଇ ଥାଏ । ଦିତୀୟ ସାମଗ୍ରୀ ହେଉଛି ଅଦା, ଏହା ଆମ ଶରୀରର ମେଟାପଲିଜମ୍ ବଢେଇବା ସହ ବେଲି ଫ୍ୟାଟ୍କୁ କମେଇବାରେ ସାହାଜ୍ଯ କରିଥାଏ ।

ତୃତୀୟ ସାମଗ୍ରୀ ହେଉଛି ଲେମ୍ବୁ, ଏଥିରେ ଭିଟାମିନ – ସି ରହିଥାଏ । ଏହା ଆମ ଶରୀରରୁ ଟକ୍ସିନ୍କୁ କାଢି ଚର୍ବିକୁ ତରଳେଇବାରେ ସାହାଜ୍ଯ କରିଥାଏ । ଶେଷ ସାମଗ୍ରୀ ହେଉଛି ମହୁ ଯାହାକି ଆଣ୍ଟି ଅସ୍କିଡେଣ୍ଟରେ ପରିପୂର୍ଣ୍ଣ ହୋଇଥାଏ । ଏହା ଶରୀରକୁ ଏନର୍ଜି ଦେବା ସହ ଚର୍ବି ଘଟେଇବାରେ ମଧ୍ୟ ହେଲ୍ପ କରିଥାଏ । ସର୍ବ ପ୍ରଥମେ ଗ୍ଯାସରେ ଏକ କଢେଇ ବସାଇ ସେଥିରେ କିଛି ପାଣି ଗରମ କରନ୍ତୁ ।

ପାଣି ଟିକେ ଗରମ ହେଇ ଆସିଲେ ସେଥିରେ ଗୋଟେ ଚାମଚ ଜୀରା ପକାନ୍ତୁ । ତାପରେ ୪ ରୁ ୫ମିନିଟ ଫୁଟିଲା ପରେ ସେହି ପାଣିରେ  ଅଦା ପକାନ୍ତୁ । ଗୋଟିଏ ଅଦାକୁ ଛେଚିକି କିମ୍ବା ଛୋଟ ଛୋଟ କରି କାଟିକି ପାଣିରେ ପକାଇପାରିବେ । କିଛି ସମୟ ଅଦା ଓ ଜୀରାକୁ ପାଣିରେ ଫୁଟିବା ପରେ ପାଣିର ରଙ୍ଗ ବଦଳି ଯିବ। ତାପରେ ଗ୍ଯାସରୁ କାଢି  ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ । ପାଣି ଟିକେ ନଖ ଉଷୁମ ଗରମ ଥାଇ ପିଇଲେ ।

ବହୁତ ଭଲ ପ୍ରଭାବ  ଦେଖାଇଥାଏ। ତାପରେ ସେହି ପାଣିକୁ ଛାଣି ଏକ ଗ୍ଲାସରେ ରଖନ୍ତୁ । ସେହି ପାଣିରେ ଫାଳେ ଲେମ୍ବୁ କାଟିକି ତାର ରସ ସେହି ପାଣିରେ ମିଶାନ୍ତୁ ଏବଂ ଗୋଟେ ଚାମଚ ମହୁ ସେଥିରେ ମିଶାନ୍ତୁ । ଏହି ପାଣିକୁ ଆପଣ ସକାଳୁ ଖାଲି ପେଟରେ ଓ ଲଞ୍ଚ୍ ର ୨ ରୁ ୩ ଘଣ୍ଟା ପରେ ସେବନ କରିବେ ।

ଦିନକୁ ଦୁଇଥର ଏହି ମାଜିକାଲ ପାଣିର ସେବନ ଦ୍ଵାରା ଆପଣଙ୍କ ବେଲି ଫ୍ୟାଟ୍ ଅର୍ଥାତ ପେଟର ଚର୍ବି କମିଯିବା ସହିତ ଏହା ଆପଣଙ୍କ ଖାଦ୍ୟ ହଜମ ହେବାର ଶକ୍ତି ମଧ୍ୟ ବଢାଇ ଥାଏ । ଏକ ମାସ ମଧ୍ୟରେ ଆପଣ ଏହାର ବହୁତ ଭଲ ରେଜଲ୍ଟ ପାଇପାରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *