Health Tips- କେତେ ବି ପୁରୁଣା ଚର୍ବି ହେଇଥାଉ ନା କାହିଁକି ଘିଅ ଭଳି ତରଳିଯିବ, ପିଆନ୍ତୁ ଏହି ପାଣି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଣିଷ ଶରୀରରେ ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ଯ ଖାଇବାରୁ ତାର ପେଟରେ ଅନାୟାସରେ ଚର୍ବି ବୃଦ୍ଧି ପାଇଥାଏ  । ଯାହା ଦ୍ଵାରା ଆପଣଙ୍କ ପେଟ ମୋଟା ଦେଖାଯାଇଥାଏ ଏବଂ ଆପଣ ନିଜକୁ ଇମ୍ପରଫେକ୍ଟ ଭାବିଥାନ୍ତି। ଏହି ଚର୍ବିର ପରିମାଣ ଶରୀରରେ ଅତ୍ୟଧିକ ବୃଦ୍ଧି ପାଇବା ହେତୁ ଆପଣଙ୍କୁ ଅନେକ ପେଟ ଜାତୀୟ ରୋଗର ଶିକାର ହେବା ପାଇଁ ପଡିଥାଏ ।

ଯାହାଦ୍ୱାରା ଆପଣ ଅଯଥା ଖର୍ଚାନ୍ତ ମଧ୍ୟ ହୋଇଥାନ୍ତି । ଆପଣ  ଯୋଗ, ବ୍ୟାୟମ ଭଳି ଅନେକ ଶାରୀରିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଆଜି ଆପଣଙ୍କୁ ଆମେ ଘରୋଇ ଉପାୟରେ ଏକ ରେମିଡି ପ୍ରସ୍ତୁତ କରି ଦେଖାଇବୁ । ଯାହା ଦ୍ଵାରା  ଆପଣ ମାନେ ନିଜର ଜିଦି ଚର୍ବିକୁ ମଧ୍ୟ କିଛି ଦିନରେ ନିଜ ଶରୀରରୁ ହଟାଇ ପାରିବେ । ଏଥି ପାଇଁ ଆପଣ ଗ୍ଯାସରେ ଏକ ଶସପେନ ବସାନ୍ତୁ ଓ  ସେଥିରେ ଏକ ଲିଟର ପାଣି ଢାଳନ୍ତୁ ।

ଏହି ପାଣି ଆପଣ ଯେମିତି ଦିନକୁ  ୩ଥର ସେବନ କରିପାରିବେ । ସକାଳୁ ଖାଲି ପେଟରେ, ମଧ୍ୟାନ ଭୋଜନର ଅଧ ଘଣ୍ଟା ପରେ ଓ ରାତି ଭୋଜନର ଅଧ ଘଣ୍ଟା ପରେ ଏହିପରି ଭାବରେ ୩ଥର ଦିନକୁ ଏହି ପାଣିର ସେବନ କରିବାକୁ ପଡିବ । ଶସପେନରେ ଗରମ ହେଉଥିବା ପାଣିରେ ପ୍ରଥମେ ୨ ରୁ ୩  ତେଜ ପତ୍ର ପକାନ୍ତୁ । ଏହି ତେଜପତ୍ର ଓଜନ କମାଇବା ପାଇଁ, କେଶ ପାଇଁ, ତ୍ଵଚା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ ।

ଏଥିରେ ଅନେକ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ଥାଏ । ଭିଟାମିନ-A, C, B- କମ୍ପ୍ଲେକ୍ସ ଓ ରାଇବୋଫ୍ଲୋବିନ ପରି ଅନେକ ପୋଷକ  ମଧ୍ୟ ଥାଏ।   ଦିତୀୟରେ ପାଣିରେ ୨ ରୁ ୩ ଖଣ୍ଡ ଡାଲଚିନି ମିଶାନ୍ତୁ । ଏହା ହାଇବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣରେ ରଖିବା ସହିତ ଡାଇଜେସନ ଠିକ ଭାବରେ ହେଉନଥିଲେ, ତାହାକୁ ଠିକ କରିବା ପାଇଁ ସହାୟକ ହୋଇଥାଏ ।

ତୃତୀୟରେ ପାଣିରେ ୨ଟି ଗୁଜୁରାତି ମିଶାନ୍ତୁ । ଏହା ସ୍ଟ୍ରେସକୁ ଦୂର କରିବା ସହ ମେଟାବଲ କ୍ରିଏଟକୁ ହାଇ କରିଥାଏ । ଚତୁର୍ଥରେ ୧ ଚାମଚ  ଜିରା ପାଣିରେ ଆଡ୍ କରନ୍ତୁ । ଜୀରା ଆପଣଙ୍କର ଗ୍ଯାସ, ଏସିଡିଟି ଓ କୋଷ୍ଟକଠିନ ଭଳି ସମସ୍ଯାକୁ ଦୂର କରିଥାଏ । ତାପରେ ଏହି ସବୁ ଜିନିଷ ପାଣିରେ ମିଶେଇ ସାରିଲା ପରେ ଗ୍ଯାସକୁ ମିଡିୟମରେ ରଖି ପାଣିରେ ଢାଙ୍କୁଣୀ ଘୋଡାଇ ତାକୁ ୧୫ମିନିଟ ପର୍ଯ୍ୟନ୍ତ ଫୁଟିବା ପାଇଁ ଛାଡି ଦିଅନ୍ତୁ ।

୧୫ମିନିଟ ପରେ ଏହି ପାଣି ଫୁଟି ସାରିଲା ପରେ ସମସ୍ତ ପୋଷକ ତତ୍ଵ ଏହି ପାଣିକୁ ଆସିସାରିଥିବ । ତାପରେ ଏହାକୁ ଥଣ୍ଡା କରି ଏକ ପାତ୍ରରେ ଛଣା ସାହାଜ୍ଯରେ ଛାଣି ପୁରାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଚମତ୍କାରୀ ପାଣି।

ଏହି ପାଣିକୁ ଏକ ମାସ ପର୍ଯ୍ୟନ୍ତ ଦିନକୁ ୩ଥର ସେବନ କରିବା ଦ୍ଵାରା ଆପଣଙ୍କର ସମସ୍ତ ଚର୍ବି ହଟିଯିବା ସହ  ଆପଣଙ୍କର ସ୍କିନ, ବଡି, ଓ କେଶର କୌଣସି  ସମସ୍ଯା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ  । ଏହି ପାଣିକୁ ସେବନ କରିବା ପୂର୍ବରୁ ହାଲକା ଗରମ କରି ସେବନ କଲେ ଫଳ ଶୀଘ୍ର ମିଳିଯାଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *