ଯୋନିରେ ସଂକ୍ରମଣ କାହିଁକି ହୁଏ ? ଜାଣନ୍ତୁ ଏଥିରୁ କିପରି ବଞ୍ଚିବେ ? ଦେଖନ୍ତୁ କଣ କୁହନ୍ତି Dr Shilpa Mishra

ନମସ୍କାର ବନ୍ଧୁଗଣ । ଆଜି ଆମେ ଆଉଥରେ ଆପଣ ମାନଙ୍କ ପାଇଁ ନେଇ ଆସଛୁ ଏକ ନୂତନ ହେଲଦ ଟିପ୍ସ । ବନ୍ଧୁଗଣ ଅଧିକାଂଶ ମହିଳା ମାନେ ଯୋନି କୁଣ୍ଡାଇ ହେବା, ଲାଲ ପଡିଯିବା, ଧଳାସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ରାବ ଓ ପରିସ୍ରା ପୋଡା ଭଳି ସମସ୍ଯା ର ସମ୍ମୁଖୀନ ହୋଇଥାନ୍ତି । ଏହି ସମସ୍ତ ସମସ୍ଯା କିନ୍ତୁ ସଂକ୍ରମଣ ଦ୍ଵାରା ହିଁ ହୋଇଥାଏ । ସାଧାରଣତଃ ସମସ୍ତ ମହିଳା ମାନେ ହିଁ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

କେହି ଯଦି ପାଣି କମ ପିଇଥାନ୍ତି, କିମ୍ବା ଯଦି କୌଣସି ଅପରିଷ୍କାର ସ୍ଥାନ ବା କୌଣସି ସର୍ବ ସାଧାରଣ ଶୌଚଳୟରେ ପରିସ୍ରା କରିଥାନ୍ତି, ତେବେ ଯୋନିରେ କୁଣ୍ଡାଇ ହେବା ବା ଇନଫେକ୍ଶନ ହେବାର ଦେଖାଯାଇଥାଏ । ଯୋନିରେ ସଂକ୍ରମଣ ହୋଇଥିଲେ ଋତୁଚକ୍ର ସମୟରେ ଯୋନିରେ କୁଣ୍ଡାଇ ହେବାର ମଧ୍ୟ ଦେଖା ଯାଇଥାଏ ।

ବେଳେବେଳେ ଏହି କାରଣରୁ ଧଳାସ୍ରାବ ହେବା ସମୟରେ କିଛି ଦୁର୍ଗନ୍ଧ ମଧ୍ୟ ହେବାର ଦେଖା ଯାଇଥାଏ । କୌଣସି ମହିଳା ଯେତେବେଳେ ଗର୍ଭଧାରଣ କରିଥାଏ, ସେହି ସମୟରେ ପ୍ରାୟତଃ ଏହି ଯୋନି ସଂକ୍ରମଣ ହେବାର ଦେଖାଯାଇଥାଏ । ତାହାଛଡା ଅତ୍ୟାଧିକ ମାତ୍ରାରେ କୌଣସି ପ୍ରକାରର ଆଣ୍ଟି ବାୟୋଟିକ ର ବ୍ୟବହାର ଯୋଗୁଁ ମଧ୍ୟ ବେଳେବେଳେ ଯୋନି ସଂକ୍ରମଣ ହୋଇ ଯାଇଥାଏ ।

ବନ୍ଧୁଗଣ ବିଭିନ୍ନ ପ୍ରକାରର କାରଣ ଓ ଭିନ୍ନ ପ୍ରକାରରେ ଯୋନି ସଂକ୍ରମଣ ହେବାର ଦେଖା ଯାଇଥାଏ । କିନ୍ତୁ ସାଧାରଣତଃ ବାକ୍ଟେରିଆଲ ଭାଗିନୋସିସ ଯଦି ଆପଣଙ୍କୁ ହୋଇଥାଏ, ତେବେ ଏହି ସ୍ଥିତିରେ ଯୋନିରେ କୌଣସି ପ୍ରକାରର କୁଣ୍ଡାଇ ହୋଇନଥାଏ । କିନ୍ତୁ ଏହି କ୍ଷେତ୍ରରେ ଧାତୁସ୍ରାବ ସମୟରେ ଏକ ଫିଶୀ ବା ମାଛର ଯେପରି ଗନ୍ଧ ଥାଏ, ସେହିଭଳି ଗନ୍ଧ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ଦେଖୁଛନ୍ତି କି ଆପଣଙ୍କ ଯୋନିରେ କୌଣସି ପ୍ରକାରର ବ୍ୟାକ୍ଟେରିଆ ସଂକ୍ରମଣ କରିଛି, ତେବେ ଏହାର କିଛି ଉପଚାର କରିବା ପୂର୍ବରୁ ପ୍ରଥମେ ଯାଇ ଡକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ୍ । ଆପଣ ଡକ୍ଟରଙ୍କୁ ଦେଖାଇ ସାରିଲା ପରେ ଡକ୍ଟର ଯେଉଁ ଔଷଧ ଗୁଡିକୁ ଦିଅନ୍ତି ସେଗୁଡିକୁ ଭଲ ଭାବରେ ନିୟମିତ ଖାଇବା ଉଚିତ ।

ତାହାସହ ଆପଣ ନିଜର ଅଣ୍ଡର ଗାରମେଣ୍ଟ ଗୁଡିକୁ ଧୋଇବା ପୂର୍ବରୁ ଗରମ ପାଣିରେ ପ୍ରଥମେ ୧୦ ମିନିଟ ପାଇଁ ଭିଜୟ ରଖିଦେବେ । ଏହା ପରେ ଏହି ଗୁଡିକୁ ଭଲ ଭାବରେ ଧୋଇ ଭଲରେ ସୁଖୀ ସାରିଲା ପରେ ଏହାର ବ୍ୟବହାର କରିବେ । ତାହାସହ ଯୋନିର ଆଖ ପାଖ ଅଂଶରେ କୌଣସି ପ୍ରକାରର ସାବୁନ ବା କେମିକାଲ ର ବ୍ୟବହାର କରିବା ଉଚିତ୍ ହୋଇ ନଥାଏ । କେବଳ ପାଣି ଦେଇ ସେହି ସ୍ଥାନକୁ ସଫା କରଯିବା ଉଚିତ । ଚେଷ୍ଟା କରନ୍ତୁ ସେହି ସ୍ଥାନ କୁ ଶୁଖିଲା ରଖିବା ପାଇଁ ।

ତାହାଛଡା ଆପଣ କୌଣସି ମଲମ ବା କିଛି ଉପଚାର ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଥରେ ଡକ୍ଟରଙ୍କ ସହ ପରାମର୍ଶ କରି ନେବା ଉଚିତ୍ । ବନ୍ଧୁଗଣ ସ୍ଵଚ୍ଛତା କୁ ବଜାୟ ରଖିବା ଦ୍ଵାରା ଆପଣ ଏହି ସଂକ୍ରମଣ ରୁ ନିଜକୁ ରକ୍ଷା କରି ପାରିବେ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *