ଯୋନିରେ ସଂକ୍ରମଣ ହେଲେ କେମିତି କରିବେ ଉପଚାର ? Dr Shilpa Mishra

ବନ୍ଧୁଗଣ, ଯେତେବେଳେ ମଧ୍ୟ ଆପଣଙ୍କୁ ଡିଶ୍ଚାର୍ଜ ଅଧିକ ଫିଲ ହେଉଛି ଯେ ଅଧିକା ପରିମାଣରେ ତାହା ହେଉଛି । ଅଥବା କୁଣ୍ଡାଇ ହେଉଛି କିମ୍ବା ସ୍ମେଲ ହେଉଛି । ତେବେ ପ୍ରଥମେ ଆପଣ ନିଜେ କିଛି ଟ୍ରିଟମେଣ୍ଟ ନ କରି ଆଗ ଡାକ୍ତର ପାଖକୁ ଯାଇ ନିଜର ଟେଷ୍ଟ କରାନ୍ତୁ । ଏବଂ ଯେବେ ମଧ୍ୟ ଆପଣ ଡାକ୍ତର ଙ୍କ ପାଖକୁ ଯିବେ ଆପଣ ମେଣ୍ଟାଲି ପ୍ରିପେୟାର ହେଇ ଜାଆନ୍ତୁ ଯେ ଡାକ୍ତର ସଠିକ ଭାବରେ ଆପଣଙ୍କ ଠାରୁ ତତ୍ଵ ନେବେ ।

ଏହା ଛଡା ସେ ଆପଣଙ୍କୁ କିଛି ଗୋଟିଏ ଟେଷ୍ଟ କରିବା ପାଇଁ ମଧ୍ୟ କହିପାରନ୍ତି । ଉଦାହରଣ ସ୍ୱରୂପ ଡାଇବେଟିସ । ଏଥିରେ ଇନଫେକସନ ହେବାର ଚାନ୍ସ ଅଧିକ ରହିଥାଏ । ଫଙ୍ଗଲ ଇନଫେକସନ ହେଲେ ବିଶେଷ କରି ପ୍ଲୁକୋନାଜାଲ ଟାବ୍ଲେଟ ଦିଆଯାଇଥାଏ ଖାଇବା ପାଇଁ । ଏହାଛଡା ଗର୍ଭବତୀ ଥିଲେ ଅଲଗା କ୍ୟାପସୁଲ ଆସୁଅଛି ତାହାକୁ ଦିଆଯାଇଥାଏ । ଆପଣ ପିନ୍ଧୁଥିବା ଅଣ୍ଡରଗାର୍ମେଣ୍ଟ କୁ ଗରମ ପାଣିରେ ନିହାତି ୧୦ ମିନିଟ ପର୍ଯ୍ୟନ୍ତ ଭିଯାଇ ରଖନ୍ତୁ ।

ଏହାକୁ ଶୁଖାଇ ସାରିବା ପରେ ବ୍ୟବହାର କରିବେ । ଭର୍ଜାଇନାଲ ଏରିଆ କୁ କୌଣସି ସାବୁନ ତଥା କିଛି କେମିକାଲ ରେ ସଫା କରିବେ ନାହିଁ । ନର୍ମାଲ ପାଣିରେ ହିଁ ଧୋଇବେ ଏବଂ ଆପଣ ଯେତେ ତାହାକୁ ସଫା ତଥା ଶୁଖିଲା ରଖିବାକୁ ଚେଷ୍ଟା କରିବେ ତାହା ଭଲ ହେବ । ଏହାଛଡା ଆପଣ କୌଣସି ପ୍ରକାର ମଲମ ତଥା କିଛି ମଧ୍ୟ ବ୍ୟବହାର କରିବା ପୂର୍ବ ରୁ ଥରେ ଡାକ୍ତର ଙ୍କ ସହିତ ପରାମର୍ଶ ନେବେ ।

ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିଟେସନ ଆରମ୍ଭ କରନ୍ତୁ । ଏହା ସହିତ ଆପଣ ଭଲସେ ପାଣି ପିଅନ୍ତୁ । ୟୋଗାର୍ଡ, ବଟର ମିଲ୍କ ଖାଇଲେ ଲାକ୍ଟୋବ୍ଲେସିଲାଇ ର ଗ୍ରୋଥ ଅଧିକା ବଢେ ଯାହାକି ପ୍ରୋଟେକ୍ଟିଭ ଅଟେ । ଏହାକୁ ନିୟନ୍ତ୍ରଣ ରେ ରଖିବା ପାଇଁ ଆପଣ ଚେଷ୍ଟା କରିବେ ଯେ ନିଜ ଅଣ୍ଡରଗାର୍ମେଣ୍ଟସ କୁ ସଫା ରଖିବେ । ପିରିୟଡ ସମୟରେ ଆପଣ ଅଧିକ ପ୍ରୋପୋର ହାଇଜିନ ମେଣ୍ଟେନ କରିବେ ।

ଏହାଛଡା ଯେତିକି ହେଇପାରିବ ଇନଫେକସନ ସମୟରେ ଢିଲା କଟନ ଅଣ୍ଡରଗାର୍ମେଣ୍ଟସ ପିନ୍ଧିବେ । ଇଣ୍ଟରକୋର୍ସ ପରେ ପରିସ୍ରା ଯାଇ ଭର୍ଜାଇନାଲ ଏରିଆ କୁ ସବୁବେଳେ କ୍ଳିନ କରିଦେବେ । ତେବେ ବନ୍ଧୁଗଣ ଏହିଭଳି ସଚେତନତା ଅବଲମ୍ବନ କରିଲେ ଆପଣଙ୍କୁ ସଂକ୍ରମଣ ଆଦୌ ହେବ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *