ଘରେ କରିବା ପାର୍ଲର ଠାରୁ ଭଲ Facial, ମୁହଁ ହୀରା ପରି ଚମକିବ, ଦେଖନ୍ତୁ କିପରି କରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଫେସପ୍ୟାକ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ବ୍ୟବହାର କରି ଆପଣ ନିଜର ସ୍କୀନ କୁ ଅଧିକ ଉଜ୍ଵଳ ତଥା ଅଧିକ ସୁନ୍ଦର କରି ପାରିବେ । ଆପଣ ଏହି ଉପାୟ କୁ ସାଧାରଣତ ଘରେ ବସି ପ୍ରସ୍ତୁତ କରି ପାରିବେ ତାହା ମଧ୍ୟ ଘରୋଇ ଉପକରଣ କୁ ବ୍ୟବହାର କରି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଫେସିଆଲରେ ସବୁଠାରୁ ପ୍ରଥମେ କ୍ଲିଜିଙ୍ଗ କରାଯାଇଥାଏ ।

ଏଥି ନିମନ୍ତେ ଦହିଠାରୁ ଅଧିକ ଭଲ ଜିନିଷ ଆଉ କିଛି ହୋଇ ନପାରେ । ତେବେ ଆପଣ ଅଳ୍ପ ଦେହି ନେଇ ନିଜ ମୁହଁ ରେ ଲେପ ଭଳି ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାକୁ ଆପଣ ଧୀରେ ଧୀରେ ଭଲ ଭାବରେ ମଶାଜ କରି ନିଅନ୍ତୁ । ମଶାଜ କରି ସାରିବା ପରେ ଆପଣ ନିଜ ମୁହଁ କୁ ଗରମ ପାଣି ରେ ଧୋଇ ଭଲ ଭାବରେ ଟାୱଲ ରେ ପୋଛି ନିଅନ୍ତୁ ।

ଏହାପରେ ଆପଣ ୧ ଚାମଚ ଚିନୀ ରେ ଅଳ୍ପ ଟମାଟୋ ରସ ପକାନ୍ତୁ । ଏହାପରେ ସେଥିରେ ୮ ରୁ ୧୦ ବୁନ୍ଦା ଲେମ୍ବୁରସ ମିଶାନ୍ତୁ ଏବଂ ଏଥିରେ ପକାଇ ଦିଅନ୍ତୁ ଗୋଟିଏ ଚାମଚ ମହୁ ଏବଂ ଏହି ସବୁ ଜିନିଷ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବଂ ଏଥିରେ ଆପଣ ନିଜ ସ୍କିନ କୁ ସ୍କ୍ରବ କରନ୍ତୁ । ଏହାକୁ ଧୀରେ ଧୀରେ ନିଜ ଫେସ ରେ ଲଗାଇ ୧ ମିନିଟ ପାଇଁ ମଶାଜ କରନ୍ତୁ । ଏବଂ ଏହାପରେ ଧୋଇ ନିଅନ୍ତୁ ।

ଏହା ଆପଣଙ୍କ ଫେସ କୁ ଗ୍ଲୋ ଆଣିବା ସହିତ ଡାର୍କ ସର୍କଲ ଏବଂ ପିଗ୍ମେଟେସନ କୁ ମଧ୍ୟ ଦୂର କରିବ । ଏହାପରେ ଆପଣ ଫେସ କୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ଆପଣ ୧ ଚାମଚ ଦହି ନିଅନ୍ତୁ ଏବଂ ଏକ ଚାମଚ ଆଳୁରସ ନିଅନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏବଂ ଏହାକୁ ନେଇ ନିଜ ଫେସ ରେ ଭଲ ଭାବରେ ଲଗାନ୍ତୁ । ଆପଣ ଭଲ ଭାବରେ ଲଗାଇ ସାରିବା ପରେ ଏହାକୁ ଧୀରେ ଧୀରେ ମସାଜ କରନ୍ତୁ । ଆପଣ ୫ ରୁ ୧୦ ମିନିଟ ନିମନ୍ତେ ଭଲ ଭାବରେ ମଶାଜ କରନ୍ତୁ । ଭଲ ଭାବରେ ମଶାଜ କରି ସାରିବା ପରେ ଆପଣ ନିଜ ଫେସ କୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।

ଏହାପରେ ଆପଣ ଗୋଟେ ଚାମଚ ବେସନ ନିଅନ୍ତୁ ଏବଂ ଗୋଟେ ଚାମଚ ମହୁ ଏବଂ ୫ ରୁ ୬ ବୁନ୍ଦା ଲେମ୍ବୁ ରସ ନିଅନ୍ତୁ । ଏବଂ ୨ ରୁ ୩ ଚାମଚ ଟମାଟୋ ରସ ପକାଇ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ନେଇ ଆପଣ ନିଜ ମୁହଁ ରେ ଭଲ ଭାବରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏବଂ ଏହାପରେ ଧୋଇ ନିଅନ୍ତୁ । ଏହିଭଳି ଆପଣ ସପ୍ତାହ କୁ ୨ ଥର ନିଜ ମୁହଁ ରେ ପ୍ରୟୋଗ କରନ୍ତୁ ଏବଂ ଦେଖିବେ ଆପଣଙ୍କ ଚେହେରା କିଭଳି ଭାବରେ ସୁନ୍ଦର ହୋଇ ଯାଉଅଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *