ଥଣ୍ଡା, ଜ୍ୱର, କଫ, କାଶ ଗୋଟିଏ ଦିନରେ ଭଲ ହେବ, କେବଳ କରନ୍ତୁ ଏହି ଉପାୟ (Health Tips)

ବନ୍ଧୁଗଣ, ସାଧାରଣତ ସମସ୍ତଙ୍କୁ ଥଣ୍ଡା, ଜ୍ଵର, କଫ, କାଶ ଭଳି ସମସ୍ୟା ହେବାକୁ ଲାଗିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହୋଇଥାନ୍ତି । କିଛି ଲୋକଙ୍କୁ ସଂପୂର୍ଣ୍ଣ ଶୀତ ଦିନ ସାରା ଏହି ରୋଗ ହେବାକୁ ଲାଗିଥାଏ । ଏଥିରେ ବାରମ୍ବାର ଔଷଧ ସେବନ କରିବା ଦ୍ଵାରା ଆମ୍ଭ ସ୍ୱାସ୍ଥ୍ୟ ଉପରେ ଏହାର ଖରାବ ପ୍ରଭାବ ପଡିଥାଏ ।  ଏହା ସହିତ ଏହିସବୁ ଔଷଧ ର ଅନେକ ଗୁଡିଏ ସାଇଡ ଇଫେକ୍ଟ ମଧ୍ୟ ରହିଥାଏ ।

ଛୋଟ ତଥା ବୃଦ୍ଧ ଲୋକ ଯେଉଁ ମାନଙ୍କର ଇମ୍ୟୁନିଟି ପାୱାର କମ ହୋଇଥାଏ ସେମାନଙ୍କୁ ସେମାନଙ୍କ ଔଷଧ ସେବନ ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହାଛଡା ଆମ୍ଭ ରୋଷେଇ ଘରେ ବହୁତ ଏଭଳି ଜିନିଷ ରହିଅଛି ଯାହାକୁ ଆମ୍ଭେ ଯଦି ସଠିକ ଭାବରେ ପ୍ରୟୋଗ କରିବା ତେବେ ଥଣ୍ଡା କାଶ ରୁ ଆମ୍ଭକୁ ତୁରନ୍ତ ଆରାମ ମିଳିଥାଏ ।

ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଏକ ରେମେଡି ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କରି ଆପଣ ଏହି ସମସ୍ତ ସମସ୍ୟା ରୁ ମୁକ୍ତି ପାଇ ପାରିବେ । ପ୍ରଥମେ ଆପଣ ଏକ ପ୍ୟାନ କୁ ଗ୍ୟାସ ରେ ବଶାନ୍ତୁ । ଏହା ପରେ ଏଥିରେ ଏକଗ୍ଳାସ ପାଣି ଢାଳନ୍ତୁ । ଏହି ପାଣି କୁ ଆପଣ ଅଳ୍ପ ଗରମ କରି ନିଅନ୍ତୁ । ଏହାପରେ ଆପଣ ଗୋଲମରୀଚ କୁ ହାଲ୍କା ଛେଛି ଏଥିରେ ପକାନ୍ତୁ । ଏହା ଗଳା ପାଇଁ ବହୁତ ଭଲ ରେମେଡି ଅଟେ ।

ଏହା ଆପଣଙ୍କ କାଶ ଥଣ୍ଡା ଗଳାରେ କଷ୍ଟ ଏହି ସମସ୍ତ ଜିନିଷ ରୁ ଆରାମ ପ୍ରଦାନ କରିଥାଏ । ଏହା ପରେ ଆପଣ ଏଥିରେ ୨ ଟି ଲବଙ୍ଗ କୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ । ଏହାପରେ ଏକ ଚାମଚ ଜୁଆଣୀ କୁ ଗଣ୍ଡା କରି ଏଥିରେ ମିଶାଇ ଦିଅନ୍ତୁ । ଏହା ଆଣ୍ଟି ବାୟୋତିକ ଏବଂ ଆଣ୍ଟିଇନପ୍ଲାମେଣ୍ଟାରୀ ଗୁଣ ରେ ଭରପୁର ହୋଇଥାଏ । ଏହା ଶରୀରର ଯନ୍ତ୍ରଣା ତଥା ଥଣ୍ଡା କାଶ ରୁ ତୁରନ୍ତ ଆରାମ ଦେଇଥାଏ ।

ଏହାପରେ ଆପଣ ଏଥିରେ ଅଧଚାମଚ ଶୁଣ୍ଠି ପାଉଡର ମିଶାନ୍ତୁ । ୬ ଟି ତୁଳସୀ ପତ୍ର ଏଥିରେ ମିଶାନ୍ତୁ । ଏଥିରେ ବହୁଳ ଭାବରେ ଔଷଧୀୟ ଗୁଣ ରହିଥାଏ । ଆପଣ କଞ୍ଚା ହଳଦୀ କୁ ଛେଛି ଏକ ଚାମଚ ମିଶାଇ ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କୁ କଫ ଏବଂ କାଶ ରୁ ବହୁତ ଶୀଘ୍ର ଆରାମ ମିଳିଥାଏ ।

ଶେଷରେ ଆପଣ ଅଧ ଚାମଚ ଗୁଡ ମିଶାଇ ଦିଅନ୍ତୁ । ଏହା ଥଣ୍ଡା ଜନିତ ସମସ୍ତ ସମସ୍ୟା ନିମନ୍ତେ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହି ସମସ୍ତ ମିଶ୍ରଣ କୁ ଭଲ ଭାବରେ ଫୁଟିବାକୁ ଦିଅନ୍ତୁ । ଏହା ଫୁଟି ଫୁଟି ଯେ ପର୍ଯ୍ୟନ୍ତ ଅଧଗ୍ଳାସ ନ ହୋଇଯିବ ସେ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଗ୍ୟାସ ବନ୍ଦ କରି ଏହାକୁ ଅନ୍ୟ ଏକ ପାତ୍ର କୁ କାଢି ଉଷୁମ ଉଷୁମ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ବହୁତ ଆରାମ ମିଳିବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ 

Leave a Reply

Your email address will not be published. Required fields are marked *