Health Tips- ହାର୍ଟଟାକ ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଙ୍କେତ ! ସମୟ ଥାଇ ହେଇ ଯାଆନ୍ତୁ ସାବଧାନ !

ଶରୀର ମଧ୍ୟରେ ସବୁ କିଛି ଠିକ ନ ଥିବା ବିଷୟରେ ହୃଦଘାତ ହେବାର କିଛି ଦିନ ବା ମାସେ ପୂର୍ବରୁ ଆମ ଶରୀର କିଛି ସଂକେତ ଦେଇଥାଏ । ଯାହାକୁ ଆମେ ଅଧିକ ଧ୍ୟାନ ଦେବ ଉଚିତ । କିନ୍ତୁ ଏହାକୁ କିଛି ଲୋକେ ଅଣଦେଖା କରିଥାନ୍ତି । ଯାହା ଦ୍ଵାରା ଆଗାମୀ ସମୟରେ ବଡ ସମସ୍ୟାର କାରଣ ହୋଇଥାଏ । ହୃଦଘାତ ହେଉ ବା ମସ୍ତିସ୍କ ରୋଗ ତାହା ଅଚାନକ ହୋଇଥାଏ । କିଛି ମାସ ପୂର୍ବରୁ ଆମ ଶରୀରରେ ଏମିତି କିଛି ଲକ୍ଷଣ ଦେଖା ଯାଇଥାଏ ଯାହା ଆମ ଦୈନିକ ଜୀବନରେ ଦାଖଲ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ।

ମେଡିକାଲ ଭାଷାରେ ହୃଦଘାତକୁ ମାଈ କଡିୟାଲ ଇନଫକଶାଲ ବୋଲି କୁହାଯାଏ । ଚାଲିବା ବା କାର୍ଯ୍ୟ କରିବା ସମୟରେ ଛାତି ଭାରି ଲାଗିବା ବା କାମ ବନ୍ଦ କରି ଦେଲେ ତାହା ଠିକ ହେବା ହୃଦଘାତର ଏକ ସାମାନ୍ୟ ଲକ୍ଷଣ ଅଟେ । ଏହାକୁ ଏନଯାଇନାପାଲ ବୋଲି କୁହାଯାଏ । ଏହାକୁ ଅନେକ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ ।

ଅନେକ ସମୟରେ ନିଶ୍ଵାସ ଫୁଲିଳା ଭଳି ଲାଗିଥାଏ । ପୂର୍ବରୁ ଯଦି ଆପଣ ଅଧିକ ସମୟ ଚାଲୁଥିବେ ବା ସିଡି ଚଢିବା ସମୟରେ କଷ୍ଟ ହେଉ ନ ଥିବା କିନ୍ତୁ ଏଭଳି କିଛି ଲକ୍ଷଣ ଦେଖାଗଲେ ଆପଣଙ୍କୁ କଷ୍ଟ ଅନୁଭବ ହେବ ତେବେ ଏହା ହୃଦଘାତର ଲକ୍ଷଣ ହୋଇଥାଏ । ଯଦି ଆପଣଙ୍କର ସ୍ୱାସ୍ଥ୍ୟରେ କୌଣସି ସମସ୍ଯା ନ ଥାଇ ଏହି ସବୁ ଲକ୍ଷଣ ଦେଖା ଯାଉଛି ବା ନିଶ୍ଵାସ ଫୁଲି ଯାଉଛି ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।

ଅନେକ ସମୟରେ ଲାଗିଥାଏ ଖାଇବା ପରେ ଗଳା ରେ ଜ୍ଵଳନ ହେଉଛି ତେବେ ହୃଦଘାତର ଲକ୍ଷଣ ହୋଇଥାଏ । ତେବେ ଜରୁରୀ ନୁହେଁ ଏହା ସମସ୍ତଙ୍କ ସହ ହୋଇପାରେ । ଏହାର ଅନ୍ୟ କିଛି କାରଣ ମଧ୍ୟ ହୋଇପାରେ । ଖାଇବା ପରେ ଆପଣ ଚାଲିବା ସମୟରେ ଛାତି ରେ ଅଧିକ ଯନ୍ତ୍ରଣା ବା ଦରଜ ଲାଗିବା ଓ ରୋକୀ ଗଲେ ଯନ୍ତ୍ରଣା ଠିକ ହୋଇଗଲେ ଏହା ହୃଦଘାତର ଲକ୍ଷଣ ଅଟେ ।

ହୃଦ ଯନ୍ତ୍ରଣା ସହ ଜଡିତ ଏମିତି କିଛି ଲକ୍ଷଣ ରହିଛି ଯାହା ଅନ୍ୟ କେତେକ ରୋଗ ସୃଷ୍ଟି ହେବାର କାରଣ ହୋଇଥାଏ । ଏହାର ଯାଞ୍ଚ ନ କରିଲେ ଏହା ହୃଦଘାତର ଲକ୍ଷଣ କି ନୁହେଁ ତାହା ବୁଝିବା କଷ୍ଟକର ହୋଇଥାଏ । ଏହା ବ୍ଯତୀତ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଗଲେ ହୃଦଘାତ ହେବାର ସମ୍ଭାବନା ରହିଥାଏ ।

ଏହି ସ୍ବାଉ ଲକ୍ଷଣ ପେଟ ରୋଗ, ମସ୍ତିସ୍କ ରୋଗ, ସୁଗାର କମ ହେବା କାରଣରୁ ମଧ୍ୟ ଅନୁଭବ ହୋଇପାରେ । ସାଧାରଣତ କାସ ହେବା କୁ ଥଣ୍ଡା ବା ଟିଭି ରୋଗର ଲକ୍ଷଣ ବୋଲି କୁହାଯାଏ । ମାତ୍ର କାସ ହୃଦଘାତର ଲକ୍ଷଣ ମଧ୍ୟ ହୋଇପାରେ ଯାହା ପ୍ରତେକ ରୋଗୀଙ୍କ ଠାରେ ଦେଖାଯାଏ ନାହି ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *