ରାତିରେ କାହିଁକି କାନ୍ଦିଥାନ୍ତି କୁକୁର ? କଣ ସତରେ ତାଙ୍କୁ ଦେଖାଯାଏ ଭୁତ, ଜାଣନ୍ତୁ କୁକୁର କାନ୍ଦିଲେ କଣ ହୋଇଥାଏ…? ଜାଣନ୍ତୁ ରହସ୍ୟ

ବନ୍ଧୁଗଣ, ଯେତେବେଳେ ମନୁଷ୍ୟ ଧୋକ୍କା ଦେଇଥାଏ, ସେତେବେଳେ କୁକୁର ଙ୍କୁ ମନେ ପକାଇଥାଏ । ମାତ୍ର କଣ ଆପଣ ଜାଣିଛନ୍ତି ଯେ, କୁକୁର ର କାନ୍ଦିବା ମନୁଷ୍ୟ ସହିତ ଜଡିତ ହୋଇ ରହିଅଛି । ମାତ୍ର କାହିଁକି କାନ୍ଦିଥାଏ କୁକୁର ଆସନ୍ତୁ ସେ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ? ସାଧାରଣତ ଏହି ଦୁନିଆରେ କୁକୁର ଙ୍କୁ ସବୁଠାରୁ ବିଶ୍ଵସ୍ତ କୁହାଯାଇଅଛି । କୁହାଯାଇଅଛି ଯେ ମଣିଷ ଅନ୍ୟର ଲୁଣ ଖାଇ ବେଇମାନି କରିଦେଇଥାଏ ମାତ୍ର କୁକୁର ଥରେ ରୋଟି ଖାଇନେଲେ, ମାରିବା ପର୍ଯ୍ୟନ୍ତ ତାଙ୍କ ସହିତ ଧୋକା କେବେ ହେଲେ କରି ନଥାନ୍ତି ନା ତାକୁ କାମୁଡି ଥାନ୍ତି ।

କୁକୁର ଙ୍କର ବିଶ୍ଵସ୍ତ ଯୋଗୁଁ ଅଧିକ ଲୋକେ ଏମାନଙ୍କୁ ଘରେ ପାଳିବା ଉଚିତ ମନେ କରିଥାନ୍ତି । ମାତ୍ର ବିଲେଇ ମଧ୍ୟ ପାଳିତ ପଶୁ ଅଟେ କିନ୍ତୁ ବିଲେଇ କେବେ କାହାର ବିଶ୍ଵସ୍ତ ହୋଇ ନଥାନ୍ତି । କୁକୁର ମନୁଷ୍ୟ ର ପ୍ରକୃତ ବନ୍ଧୁ ଅଟନ୍ତି । ସେମାନଙ୍କ ଭଲମନ୍ଦ ଭଲ ଭାବରେ ବୁଝିଥାନ୍ତି । ଆପଣ ଜାଣିଛନ୍ତି କି ଅଧିକ କୁକୁର ରାତିରେ କଣ ପାଇଁ ଭୋକିଥାନ୍ତି ? କୁକୁର ମାନଙ୍କର ରାତିରେ କାନ୍ଦିବାକୁ ଅଶୁଭ ବୋଲି କାହିଁକି କୁହାଯାଇଥାଏ ?

ବଡ ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ରାତିରେ କୁକୁର କାନ୍ଦିଥାଏ, ଆମ୍ଭକୁ କାହାର ମୃ-ତ୍ୟୁ ହେବାର ସଙ୍କେତ ଦେଇଥାଏ ଯେ ଆମ୍ଭ ପରିବାରରେ ଜଲ୍ଦି କାହାର ମୃ-ତ୍ୟୁ ହେବାକୁ ଯାଉଅଛି । ଅଧିକ ଲୋକଙ୍କ ଏହା ମଧ୍ୟ ମାନ୍ୟତା ରହିଛି ଯେ କୁକୁର ମାନେ ପ୍ରେତାତ୍ମା କୁ ଦେଖି ପାରନ୍ତି ଏବଂ ପାଖାପାଖି ହେଉଥିବା ଅଶୁଭ ଘଟଣା କୁ ସେମାନେ ଦେଖି ପାରନ୍ତି । ମାତ୍ର ହେଇପାରେ ଏହା ସତ ହୋଇପାରେ । କିନ୍ତୁ ଯଦି ଆମ୍ଭେ ବୈଜ୍ଞାନିକ ଦ୍ରୁଷ୍ଟି ରୁ ଦେଖିବା ତେବେ ବୈଜ୍ଞାନିକ ମାନେ କୁକୁର ଙ୍କୁ ନେଇ ଅନେକ ପ୍ରକାରର ରିସର୍ଜ କରିଛନ୍ତି ।

ଯାହା ଫଳରେ ଅନେକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନା କୁ ଆସିଛି । କୁକୁର ର କାନ୍ଦିବା କୁ ବୈଜ୍ଞାନିକ ଭାଷାରେ ହାଉଲ କୁହାଯାଏ । ଏଭଳି କୁହାଯାଏ ଯେ କୁକୁର ହେଉଛନ୍ତି ଗଧିଆ ମାନଙ୍କ ପ୍ରଜାତିର । ଏଣୁ ଅଧିକ କୁକୁର ଗଧିଆ ଙ୍କ ଭଳି ବ୍ୟବହାର କରିଥାନ୍ତି । ଯେଉଁ ପ୍ରକାର ଗଧିଆ ପରସ୍ପର କୁ ସନ୍ଦେଶ ପହଞ୍ଚାଇବା ପାଇଁ ହାଉଲ କରିଥାନ୍ତି, ସେହି ପ୍ରକାର କୁକୁର ନିଜ ଭାଷାରେ ପରସ୍ପର କୁ ସଙ୍କେତ ପହଞ୍ଚାଇବା ପାଇଁ ହାଉଲ ର ପ୍ରୟୋଗ କରିଥାନ୍ତି ।

ଆପଣ ଅଧିକ ସମୟରେ ଦେଖିଥିବେ ଯେ ସମସ୍ତ ଗଳିରେ କୁକୁର ରହିଥାନ୍ତି । ଏଣୁ କୁକୁର ଯେଉଁ ଗଳି ଅଥବା ଅଞ୍ଚଳ ରେ ରହିଥାନ୍ତି ତାହାକୁ ନିଜର ଇଲାକା ମାନିନେଇଥାନ୍ତି । ଏଭଳି ପରିସ୍ଥିତି ରେ ଯଦି କୌଣସି ଅନ୍ୟ କୁକୁର ତାଙ୍କ ଇଲାକା ରେ ପ୍ରବେଶ କରିବାକୁ ଚେଷ୍ଟା କରିଥାନ୍ତି ତେବେ ସେମାନେ କ୍ରୋଧ ରେ ନିଜ ବାକି ସାଥି ମାନଙ୍କୁ ଆସିଥିବା ନୂଆ କୁକୁର ସମ୍ବନ୍ଧରେ କହିବାକୁ ଯାଇ ହାଉଲ କରିବା ଆରମ୍ଭ କରି ଦେଇଥାନ୍ତି ।

କୁକୁର ମାନେ ନିଜ କ୍ରୋଧ ଏବଂ ଦରଦ ସମ୍ବନ୍ଧରେ କହିବା ପାଇଁ ମଧ୍ୟ ହାଉଲ କରିଥାନ୍ତି । ଏଣୁ ଆପଣ ଭାବନ୍ତୁ ନାହିଁ ଯେ ସେମାନେ ଆପଣଙ୍କୁ କାମୁଡିବା ଲାଗି ଏଭଳି କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *