ଷ୍ଟିରଏଡ୍‌ ମେଡିସିନ୍‌ର କାମ କ’ଣ ? ମନ ଇଚ୍ଛା ଷ୍ଟିରଏଡ ନେଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ- Dr Jyoti Ranjan Parida

ମଣିଷ ଶରୀରରେ ବହୁତ ଉପଯୋଗୀ ହରମୋନ ହେଉଛି ଷ୍ଟିରୋଏଡ୍‌ ହରମୋନ୍‌ । ଏହା ଶରୀର ଚଳପ୍ରଚଳରେ ସହାୟକ ହୋଇଥାଏ । ହେଲେ କୋଭିଡ୍‌ ହେଉ ବା ଅନ୍ୟ କେଉଁ ସଂକ୍ରମଣ ବର୍ତ୍ତମାନ ଅଧିକାଂଶ ଲୋକ ବିନା ଡାକ୍ତରଙ୍କ ପରାମର୍ଶରେ ଷ୍ଟିରୋଏଡ୍‌ ମେଡିସିନ୍‌ର ବ୍ୟବହାର କରୁଛନ୍ତି, ଯାହା ତାଙ୍କ ଶରୀରକୁ ନକରାତ୍ମକ ଫଳ ଦେଉଛି । ତେବେ ଷ୍ଟିରୋଏଡ୍‌ ମେଡିସିନ୍‌ କ’ଣ? ଏହାର କିଭଳି କାର୍ଯ୍ୟ କରେ ଓ ଏହାର ବ୍ୟବହାର କ’ଣ ? 

ଏହାକୁ ନେଇ ବିଶେଷଜ୍ଞଙ୍କ କଣ କୁହନ୍ତି ତାହା ଆଜି ଆମେ ଜାଣିବା ।  ଷ୍ଟିରୋଏଡ ହେଉଛି ଆମ ଶରୀରରେ ଥିବା ଏକ ଖୁବ ଉପଯୋଗୀ ହରମୋନ। ଆମ ଶରୀରରେ ଉପସ୍ଥିତ ଅନ୍ୟ ହରମୋନ ମାନଙ୍କ ଭଳି ଏହା ମଧ୍ୟ ଆମକୁ ଦୈନନ୍ଦିନ ଜୀବନରେ ଆମେ ଯେଉଁ ଚଳପ୍ରଚଳ କରୁଛୁ ବା ସ୍ପୃହାର ସହ କାମ କରୁଛୁ ଏବଂ ଆମର ଯେଉଁ ବଞ୍ଚିବାର ଇଚ୍ଛା ଅଛି, ତାହା ପାଇଁ ଏହି ଷ୍ଟିରୋଏଡ ହରମୋନ ନିହାତି ଆବଶ୍ୟକ। 

ଆମ ଶରୀରର ବୃକକ ଉପରେ ଥିବା ଆଡ୍ରିନାଲ ନାମକ ଗ୍ରନ୍ଥିରୁ ଏହି ହରମୋନ ନିର୍ଗତ ହୁଏ । ୧୯୫୦ ମସିହା ପାଖାପାଖି ଡ: ଫିଲିପ ହେଞ୍ଚ ଓ ତାଙ୍କର ଦୁଇ ସାଥୀ ଷ୍ଟିରୋଏଡକୁ ପ୍ରଥମ ଥର ପାଇଁ ମେଡ଼ିସିନ ରୂପେ ତିଆରି କରି ପାରିଥିଲେ ଓ ସେଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା ।  ଅଟୋ ଇମ୍ଯୁନ ରୋଗ ଗୁଡିକ ଯଥା ଗଣ୍ଠିବାତ, ଶ୍ଵାସ ରୋଗ ଓ ଲୁପସ ଆଦି ରୋଗ ପାଇଁ ଷ୍ଟିରୋଏଡ ଖୁବ ଉପଯୋଗୀ ଅଟେ ।

 

ଶରୀରର ଯେକୌଣସି ସ୍ଥାନରେ ପ୍ରଦାହ ଘଟି ଫୁଲିଥିଲେ ଓ ଦରଜ ହେଉଥିଲେ, ଷ୍ଟିରୋଏଡ ସେହି ପ୍ରଦାହକୁ ଖୁବ ଶୀଘ୍ର କମାଇ ଦେଇପାରେ । ଶ୍ଵାସରୋଗୀ ମାନଙ୍କ ଶ୍ଵାସନଳୀ ସଙ୍କୁଚିତ ହୋଇଯିବା ଫଳରେ ସେମାନଙ୍କୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ। ଏହିପରି ଅବସ୍ଥାରେ ରୋଗୀକୁ ଷ୍ଟିରୋଏଡ ଦ୍ଵାରା ଉପଶମ ମିଳିଥାଏ । ଲୁପସ ନାମକ ରୋଗ ମଧ୍ୟ ଶରୀରର ରୋଗ ପ୍ରତିରୋଧକ କ୍ଷମତା, ହାର୍ଟ, କିଡନୀ ଓ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇ ଥାଏ । ଏଭଳି ରୋଗୀଙ୍କୁ ଷ୍ଟିରୋଏଡ ଦେବା ଦ୍ଵାରା ତାହା ତୁରନ୍ତ ବନ୍ଦ ହୋଇ ଯାଇଥାଏ । ନଚେତ ଏପରି ରୋଗୀ ମୃତ୍ୟୁ ମୁଖରେ ପଡିବ ସମ୍ଭାବନା ରହିଥାଏ । 

ରୋଗୀକୁ ଉଚିତ ସମୟରେ ଷ୍ଟିରୋଏଡ ଉପଚାର ଦେବା ଦ୍ଵାରା ରୋଗୀଟି ଠିକ ସମୟରେ ଏହାର ସୁଫଳ ପାଇଥାଏ। ଏହି ମେଡ଼ିସିନକୁ ଉଭୟ ବଟିକା ଓ ଇଞ୍ଜେକ୍ସନ ମାଧ୍ୟମରେ ପ୍ରଦାନ କରାଯାଏ । କେତେକ ଆଖି ରୋଗ ପାଇଁ ମଧ୍ୟ ଏହା ଡ୍ରପ ରୂପେ ବ୍ୟବହାର ହୋଇଥାଏ। ତେବେ ଏହା ଶରୀର ପାଇଁ ଏକ ଜାଦୁ ଭଳି କାମ କରି ଆସୁଥିଲେ ମଧ୍ୟ, ଏହାର ଅତ୍ୟଧିକ ବ୍ଯବହାର କରିବା ଦ୍ଵାରା ଏହାର କ୍ଷଣସ୍ଥାୟୀ ବା ଦୀର୍ଘସ୍ଥାୟୀ ପାର୍ଶ୍ଵ ପ୍ରତିକ୍ରିୟା ହୋଇଥାଏ । ଯାହା ଏକ ଚିନ୍ତାର ବିଷୟ ଅଟେ।

ଷ୍ଟିରୋଏଡର ଅତ୍ୟଧିକ ବ୍ୟବହାର ଦ୍ଵାରା ଆପଣଙ୍କୁ ଗ୍ଯାସ ସମସ୍ଯା ହୋଇପାରେ, ଛାତି ଜଳାପୋଡା ହୋଇପାରେ ଓ ହଜମ ଶକ୍ତିରେ ମଧ୍ୟ ସମସ୍ଯା ଦେଖା ଦେଇପାରେ। ଏହା ସହ ଆପଣଙ୍କ ଓଜନ ବଢି ପାରେ କିମ୍ବା କବକ ଜନିତ ଚର୍ମରୋଗ ମଧ୍ୟ ହୋଇପାରେ। ମାତ୍ର ଡାକ୍ତରଙ୍କ ବିନା ପରାମର୍ଶରେ ଏହା କେବେ ମଧ୍ୟ ସେବନ କରନ୍ତୁ ନାହିଁ କିମ୍ବା କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *