ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏପରି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯାହାକୁ ଖାଇବା ପରେ ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ସମ୍ପୂର୍ଣ୍ଣ ଭଲ ହୋଇଯିବ । ଆଜିକାଲି ବହୁତ ଲୋକ ଏହି ରୋଗୀର ଶିକାର ହେଉଛନ୍ତି । କିଛି ଲୋକ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିଥାନ୍ତି । କିନ୍ତୁ ଡ଼ାକ୍ତର ପେନ୍ କୁ ରୋକିବା ପାଇଁ ପେନ୍ କିଲର ଦେଇଥାନ୍ତି ଏହାଦ୍ଵାରା ଆପଣଙ୍କର ଯନ୍ତ୍ରଣା କମିଯାଇଥାଏ ମାତ୍ର ସମ୍ପୂର୍ଣ୍ଣ ରୋଗ ଭଲ ହୋଇନଥାଏ ।
ଯଦି ଆପଣ ଏହାକୁ ମୂଳରୁ ଶେଷ ନ କରିବେ ତେବେ ଏହା ଆପଣଙ୍କ ଶରୀରରେ ବଢ଼ି ଚାଲୁଥିବ । ଏବଂ ଏହା ବହୁତ ଖରାପ ସ୍ଥିତି କୁ ମଧ୍ୟ ନେଇଯାଇ ପାରେ । ତେଣୁ ଆଜି ଆମେ ଆପଣଙ୍କୁ ସେହି ଖାଦ୍ୟ ପଦାର୍ଥ ବିଷୟରେ ଜଣାଇବୁ । ଆସନ୍ତୁ ତେବେ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ୧:- ଓମେଗା-3 ଫାଟି ଏସିଡ, ଅଖରୋଟ ରେ ଓମେଗା-3 ଫାଟି ଏସିଡ ପ୍ରଚୁର ପରିମାଣ ରେ ଥାଏ । ଆପଣ ସକାଳୁ ଏହାକୁ ଖାଇ ପାରିବେ । ଏହା ଆପଣଙ୍କୁ ଆଣ୍ଠୁଗଣ୍ଠି ବିନ୍ଧା ରୁ ମୁକ୍ତି ଦେଇଥାଏ ।
୨:- ପେଶୀ ମଧ୍ୟ ଆଣ୍ଠୁଗଣ୍ଠି ବିନ୍ଧା ରୁ ଉପଶମ ଦେଇଥାଏ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆପଣଙ୍କୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ଧୀରେ ଧୀରେ ମୁକ୍ତି ମିଳିବାକୁ ଲାଗିବ ।
୩:- ମାଛ ରେ ଓମେଗା-3 ଫାଟି ଏସିଡ ପ୍ରଚୁର ପରିମାଣ ରେ ରହିଥାଏ । ଆମିଷ ଖାଉଥିବା ଲୋକମାନେ ମାଛ କୁ ସପ୍ତାହରେ ୩ ଦିନ ଖାଇଲେ ଆପଣଙ୍କୁ ଏହି ରୋଗରୁ ମୁକ୍ତି ମିଳିଥାଏ ।
୪:- ସଲଫର ଯୁକ୍ତ ଖାଦ୍ୟ ବା ପରିବା । ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ସଲଫର ଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଦରକାର । ପିଆଜ ରେ ଅଧିକ ମାତ୍ରାରେ ସଲଫର ରହିଥାଏ । ତେଣୁ ଆପଣ ପ୍ରତିଦିନ ଖାଦ୍ୟରେ ଗୋଟିଏ କଞ୍ଚା ପିଆଜର ସେବନ କରନ୍ତୁ । ଏବଂ ସକାଳୁ ଖାଲି ପେଟରେ ଆପଣ ଗୋଟେ କୋଲ କଞ୍ଚା ରସୁଣ ଖାଇ ପାଣି ପିଅନ୍ତୁ । ଏହାଛଡା ବନ୍ଧାକୋବି ଏବଂ ଫୁଲକୋବି ରେ ମଧ୍ୟ ଅଧିକ ମାତ୍ରାରେ ସଲଫର ରହିଥାଏ । ତେଣୁ ଏହାର ସେବନ ଆପଣ ବଢାଇ ଦିଅନ୍ତୁ ।
୫:- ହଳଦୀ କୁ ଆଣ୍ଟି କ୍ୟାନସର ଖାଦ୍ୟ ପଦାର୍ଥ ବୋଲି କୁହାଯାଇଥାଏ । ହଳଦୀ ରେ ବହୁତ ଭଲ ଗୁଣ ଅଛି ଯାହା ଆପଣଙ୍କ ଶରୀରର ବହୁତ ରୋଗ କୁ ଭଲ କରିଥାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ଏହା ବହୁତ ଉପଶମ ଦେଇଥାଏ । ପ୍ରତିଦିନ ଖାଇବା ସମୟରେ ଏକ ଚାମଚ ହଳଦୀ କୁ ଖାଦ୍ୟ ଉପରେ ପକାଇ ଖାଆନ୍ତୁ । ନଚେତ ରାତିରେ ଶୋଇବାକୁ ଯିବା ପୂର୍ବରୁ ଏକ ଗିଲାସ ଗରମ କ୍ଷୀର ରେ ୧ ଚାମଚ ହଳଦୀ ମିଶାଇ ଏହାର ସେବନ କରନ୍ତୁ ।
ଏହା ଆପଣଙ୍କ ଶରୀରର ଦୁର୍ବଳ ହୋଇଯାଇଥିବା ଟିସୁ କୁ ବଢାଇ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ