ବନ୍ଧୁଗଣ, ଆଜିର ଯୁଗରେ ସମସ୍ତେ ନିଜ କେଶ କୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । କେତେ ଜଣଙ୍କ କେଶ ବହୁତ ଝଡିଥାଏ, ଏବଂ ଆଉ କେତେଜଣଙ୍କ କେଶ ବଢ଼େନାହିଁ । ସେମାନେ ଚନ୍ଦାପଣ ର ଶିକାର ମଧ୍ୟ ହୋଇଥାନ୍ତି । ଏହା ପୁଅ ଝିଅ ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଘୋରଇ ଉପଚାର ବିଷୟରେ ଜଣାଇବୁ ଯାହାର ବ୍ୟବହାର ଦ୍ଵାରା ଆପଣ ନିଜ କେଶର ଝଡ଼ିବାକୁ ରୋକିପାରିବେ । ସବୁଦିନ ପାଇଁ ଚନ୍ଦାପଣ ରୁ ଦୂରେଇ ରହିବେ ।
୧:- ପ୍ରଥମ ଘୋରଇ ଉପଚାର ପାଇଁ ଆପଣଙ୍କୁ କିଛି ନିମ୍ବ ପତ୍ର ଦରକାର । ଗୋଟେ ଷ୍ଟିଲ ବାସନ ନେଇ ସେଥିରେ ଦେଢ଼ ଗିଲାସ ପାଣି ପକାଇ ଭଲ ଭାବେ ଫୁଟିଇବାକୁ ଦିଅନ୍ତୁ । ପାଣି ଭଲରେ ଫୁଟିଗଲା ପରେ ସେଥିରେ ଅଳ୍ପ ନିମ୍ବ ପତ୍ର ପକାଇ ୧୫ ରୁ ୨୦ ମିନିଟ ଫୁଟିବାକୁ ଛାଡ଼ି ଦିଅନ୍ତୁ । ୧୫ ରୁ ୨୦ ମିନିଟ ପରେ ପାଣିର ରଙ୍ଗ ବଦଳି ଯାଇଥିବ । ନିମ୍ବ ପତ୍ରର ସବୁ ଭଲ ଗୁଣ ପାଣିକୁ ପଳାଇ ଯାଇଛି ।
ଏବେ ଗ୍ୟାସ କୁ ବନ୍ଦ କରି ପାଣିକୁ ଥଣ୍ଡା କରିବା ପାଇଁ ଛାଡ଼ିଦେବେ । ପାଣି ଥଣ୍ଡା ହେବା ପରେ ଏହି ପାଣିକୁ ଏକ ସ୍ପ୍ରେ ବୋତଲକୁ ବାହାର କରିଦେବେ । ଏବେ ଆପଣ ଏହି ପାଣିକୁ ସ୍ପ୍ରେ ମାଧ୍ୟମରେ ନିଜ କେଶର ମୂଳ ରେ ଲଗାନ୍ତୁ । ଯଦି ଆପଣଙ୍କ ପାଖରେ ସ୍ପ୍ରେ ବୋତଲ ନାହିଁ ତେବେ ଆପଣ ଏହାକୁ ତୁଳା ସାହାଯ୍ୟ ରେ ଲଗାଇ ପାରିବେ । ନିମ୍ବ ଆମର ସ୍କିନ ଏବଂ କେଶ ପାଇଁ ବହୁତ ଭଲ ହୋଇଥାଏ ।
ନିମ୍ବ ପତ୍ର ଦ୍ଵାରା ଆପଣଙ୍କ କେଶର ସବୁ ସମସ୍ୟାର ସମାଧାନ ହୋଇଯିବ । ଯେମିତିକି କେଶ ଝଡ଼ିବା, ପତଳା ହେବା ଏବଂ ଡ୍ରାଏ ରହିବା । ଯଦି ଆପଣଙ୍କର ରୁପି ସମସ୍ୟା ଅଛି, ତେବେ ଏହା ରୁପିକୁ ଦୂର କରିବାରେ ବହୁତ ଭଲ କାମ କରିଥାଏ । ନିମ୍ବ ଆଣ୍ଟି ବ୍ୟାକ୍ଟେରିଆଲ ପରି କାମ କରିଥାଏ । ନିମ୍ବ ପାଣି କେଶର ସବୁ ସମସ୍ୟା କୁ ଦୂର କରି କେଶ କୁ ମଜବୁତ ଏବଂ ମୋଟା କରିଥାଏ ।
ଯଦି ଆପଣଙ୍କ ମୁଣ୍ଡ ବହୁତ କୁଣ୍ଡାଇ ହେଉଛି, ତେବେ ମଧ୍ୟ ନିମ୍ବ ଆପଣଙ୍କ ଏହି ସମସ୍ୟାକୁ ଦୂର କରିଥାଏ । ଆପଣ ଏହି ପାଣି କୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ । ଏହି ପାଣିକୁ ଲଗାଇ ୩୦ ମିନିଟ ଛାଡ଼ି ଦିଅନ୍ତୁ । ତାହାପରେ କେଶ କୁ ସାମ୍ପୂ ସାହାଯ୍ୟରେ ଭଲ ଭାବରେ ଧୋଇଦିଅନ୍ତୁ ।
୨:- ଦ୍ଵିତୀୟ ଉପଚାର ପାଇଁ ଆପଣଙ୍କୁ ଏଲୋବେରା ଦରକାର । ଏଲୋବେରା ମଧ୍ୟ କେଶର ସବୁ ସମସ୍ୟାର ସମାଧାନ କରିଥାଏ । ଗୋଟେ ଏଲୋବେରା ଖଣ୍ଡ କୁ ନେଇ ନିଜ କେଶର ମୂଳରେ ଘଷନ୍ତୁ । ନଚେତ ଆପଣ ଏଲୋବେରା ରୁ ଜେଲ କାଢି ମଧ୍ୟ କେଶ ମୂଳରେ ଭଲ ଭାବରେ ଲଗାଇ ପାରିବେ । ଏଲୋବେରା ଆମ କେଶ କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଏବଂ କେଶକୁ ସିଲ୍କ ଓ ସ୍ମୁଥ ମଧ୍ୟ କରିଥାଏ ।
ଏହି ଉପଚାରକୁ ଆପଣ ସପ୍ତାହରେ ଥରେ ମାତ୍ର କରନ୍ତୁ । ଏହି ଜେଲକୁ ଲଗାଇ ୩୦ ମିନିଟ ଛାଡ଼ି ଦିଅନ୍ତୁ । ୩୦ ମିନିଟ ପରେ କେଶ କୁ ଭଲ ଭାବେ ସାମ୍ପୁ କରି ପାଣିରେ ଧୋଇଦିଅନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ