ନମସ୍କାର ବନ୍ଧୁଗଣ ତେବେ ବେଳେ ବେଳେ ଆମ ହାତ ଗୋଡ଼ ଝିମଝିମ କିମ୍ବା ବଧିର ହୋଇ ଯାଏ । ଏହା ଏକ ସାମାନ୍ୟ କଥା କିନ୍ତୁ ଏହା ବାରମ୍ବାର ହେଲେ ବହୁତ ବଡ଼ ସମସ୍ୟା ଦେଖାଯିବ । ଏହା କୌଣସି ଗମ୍ଭୀର ରୋଗ ର ଲକ୍ଷଣ ହୋଇ ପାରେ । ତେଣୁ ଏଥି ପ୍ରତି ସମୟ ଥାଉ ଥାଉ ଧ୍ୟାନ ଦେବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ହାତ ଗୋଡ଼ ପାଦ ରେ ହେଉଥିବା ହଠାତ ଝିମଝିମ କୁ କିପରି ରୋକି ପାରିବେ ଏବଂ ତା ପାଇଁ କଣ ଘରୋଇ ଉପଚାର ବ୍ୟବହାର କରି ପାରିବେ ସେ ବିଷୟରେ ଆଲୋଚନା କରିବା ।
ଏହାର ହେବାର କାରଣ ମଧ୍ୟ ଜାଣି ନେବା । ଏବଂ ତା ସହ ସମାଧାନ ମଧ୍ୟ ଜାଣିନେବା । ତେବେ ଚାଲନ୍ତୁ ଜାଣିନେବା ସେ ବିଷୟରେ। ତେବେ ହାତ ଗୋଡ଼ ଝିମ ଝିମ ହେବାର ଦୁଇଟି କାରଣ ଥାଏ। ପ୍ରଥମ କାରଣ ହେଉଛି କାର୍ପଟର୍ନଲ ସିଙ୍ଗଡ଼ମ । ଅଧିକ ସମୟ ପର୍ଯ୍ୟନ୍ତ ହାତ ଏବଂ ଆଙ୍ଗୁଠି ରେ ବଧିର ହୋଇ ରହିଥାଏ । ତେବେ ତାକୁ ଅଣଦେଖା କରିବା ଉଚିତ ନୁହେଁ । ଏଥିରେ ହାତର ମଝିରେ ଥିବା ଶିରା ଦବି ଯାଏ ।
ଯାହା ହାତ ଏବଂ କାନ୍ଧ ପର୍ଯ୍ୟନ୍ତ ଯାଇଥାଏ । ଏପରି ହେଲେ ଆପଣ କାମ କରୁଥିବା ସମୟରେ ହାତ ଏବଂ ଆଙ୍ଗୁଠି କୁ କିଛି ସମୟ ଆରାମ ଦେବା ଉଚିତ । ତାକୁ ଧୀରେ ଧୀରେ ବୁଲେଇବା ଉଚିତ । ଏପରି କଲେ ଆପଣ ଙ୍କୁ ଆରାମ ମିଳିବ। ଦ୍ୱିତୀୟ କାରଣ ହେଉଛି ଶରୀର ରେ ପୋଷକ ତତ୍ତ୍ୱ ର ମାତ୍ରା କମ । ଭିଟାମିନ-B12,ପୋଟାସିୟମ, କ୍ୟାଲସିୟମ, ଆଇରନ, ମାଗ୍ନେସିୟମ ର ମାତ୍ରା କମ ଯୋଗୁ ଏହି ଭଳି ହୋଇଥାଏ ଏବଂ ଏହା ସହିତ ଆମକୁ ଦୁର୍ବଳ ର ମଧ୍ୟ ଅନୁଭବ ହୋଇଥାଏ।
ଏହାର ଉପଚାର ପାଇଁ ସବୁଦିନ ବ୍ୟାୟାମ କରିବା ଆଵଶ୍ୟକ ହୋଇଥାଏ।ଆମକୁ ଭିଟାମିନ-ବିର ଖାଦ୍ୟ ଖାଇବାର ଅଛି,ଯାହାଦ୍ୱାର ଆମ ଆମ ଶରୀରରେ ହେଉଥିବା ଝିମଝିମ ପଣ ଆଉ ଶୂନ୍ ତା ଠିକ ହେବ।ଏହି ଭିଟାମିନ ଅଭାବରୁ ହାତ ଗୋଡ଼ ଶୂନ୍ ହେବା ବାହୁ ଶୂନ୍ୟ ହେବା ଭଳି ସମସ୍ୟା ଦେଖାଯାଇଥାଏ।ସେଥିପାଇଁ ଆପଣ ଅଣ୍ଡା,ଆଳୁ,କଦଳୀ,ମାଂସ,ଓଟମିଲ,କ୍ଷୀର
ଦହି, ପନିର ଏହି ସବୁଜିନିଷର ସେବନ କରିବାର ଅଛି।
ଏହା ବ୍ୟତୀତ ଶରୀରରେ ପ୍ରାୟ ମ୍ୟାଗନେସିୟମ ଅଭାବ କାରଣରୁ ଏହି ଝିମ ଝିମ ପଣ ହୋଇଥାଏ,ସେଥିପାଇଁ ଆପଣ କାଜୁ, କିସମିଶ,ସୋୟାବିନ,ଡାର୍କ ଚକଲେଟ,ମାଛ,ଆଉ ଦହି ଏହି ଭଳି ଜିନିଷ ଖାଇବାର ଅଛି।ଏହା ବ୍ୟତୀତ ଆପଣଙ୍କୁ ଗୋଟେ ଗିଲାସ କ୍ଷୀରରେ ଗୋଟେ ଚାମୁଚ ହଳଦୀ ମିସେଇ ଖାଇବେ ଏହା ରକ୍ତ ସଞ୍ଚାଳନ ଭଲ କରିଥାଏ।ତାପରେ ଡାଲଚିନିର କେମିକାଲ ଥାଏ ଆଉ ନିୟୁଟ୍ରିଏସନ ମଧ୍ୟ ଥାଏ।ଯାହା ଆମ ଶରୀରରେ ରକ୍ତ ପ୍ରବାହ ଭଲ ଭାବରେ କରିଥାଏ।
ଏକ୍ସପର୍ଟ ମାନେ କହିଛନ୍ତି ସବୁଦିନ ୩-୪ ଚାମୁଚ ଡାଲଚିନ ଖାଇବା ଦ୍ୱାରା ରକ୍ତ ପ୍ରବାହ ବଢ଼ିଥାଏ।ଗୋଟେ ଗିଲାସ ଗରମ କ୍ଷୀରରେ ଡାଲଚିନ ମିଶେଇ ପିଇବା ଦ୍ୱାରା ଆମ ରକ୍ତ ପ୍ରବାହ ବଢିବା ସହିତ ଆମ ଝିମ ଝିମ ହେବା ମଧ୍ୟ ପାଖରେ ପାଖି ଭଲ ହୋଇଥାଏ।ଆଉ ଡାଲଚିନ ସହିତ ମହୁ ମିଶେଇ ଆପଣ ଖାଇଆ ପାରିବେ।
ଏହା ବ୍ୟତୀତ ଆପଣ ଗାଧେଈବା ସମୟରେ ପାଣିରେ ସିନ୍ଧା ଲୁଣ ପକେଇ ଗାଧେଇବା ଦ୍ୱାରା ଭଲରକ୍ତ ପ୍ରବାହ ହୋଇଥାଏ।ରକ୍ତ ପତଳା କରିବା ପାଇଁ ଗୋଟେ ଚାଉଛ ଅଁଳା ଜୁସକୁ ପାଣିରେ ଗୋଳେଇ ପିନେବେ ଆଉ ଆମ ଝାଳ ପତଳା ହୋଇଯିବ।ଆଉ ଯାହାଦ୍ୱାର ଶରୀରରେ ଭଲ ରକ୍ତ ଅବହ ହେବା ସହିତ ଆମକୁ ଝିମ ଝିମ ଓ ଶୂନ୍ ଭଳି ଅସୁବିଧା ହେବ ନାହିଁ। ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ