ବନ୍ଧୁଗଣ, ହୃଦରୋଗ ଆଜିଭଳି ସମୟରେ ଏକ ଗମ୍ଭୀର ସମସ୍ୟା ପାଲଟି ଯାଇଅଛି । ଏହା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ । ଏହାର ଅନେକ କାରଣ ମଧ୍ୟ ରହିଅଛି । ଖରାପ ଜୀବନ ଶୈଳୀ, ଚାପ, ଚିନ୍ତା, ଏବଂ ଅନ୍ୟାନ୍ୟ କାରଣରୁ ଏହି ରୋଗ ସୃଷ୍ଟି ହୁଏ । WHO ଅନୁଯାୟୀ ହୃଦଘାତ ସାରା ବିଶ୍ଵ ରେ ମୃ-ତ୍ୟୁ ର ଏକ ପ୍ରମୁଖ କାରଣ ପାଲଟି ଯାଇଅଛି ।
ଏହିଭଳି ପରିସ୍ଥିତି ରେ କେଉଁ ଲୋକ ଏହି ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ ତାହା ଜାଣିବା ନିହାତି ଜରୁରୀ ଅଟେ । ଏହା ଅଧ୍ୟୟନ ଅନୁଯାୟୀ ଯଦି ଆପଣଙ୍କର ଓ ନେଗେଟିଭ ବ୍ଲଡ଼ଗୃପ ଅଛି ତେବେ ଆପଣ ମାନଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ ।
ଆମେରିକୀୟ ହାର୍ଟ ଆସୋସିୟସନ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏକ ଅନୁସନ୍ଧାନ ରୁ ଏହା ଜଣାପଡିଛି ଯେ ଓ ନେଗେଟିଭ ବ୍ଲଡ଼ ଗୃପ ପ୍ରକାରର ଲୋକଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ରହିଅଛି । ବ୍ଲଡ଼ଗୃପ ରୁ କିପରି ହୃଦଘାତ ବଢିବାରେ ଲାଗିଥାଏ ଏହାକୁ ନେଇ ବୈଜ୍ଞାନିକ ମାନେ ଏକ ଗବେଷଣା କରିଥିଲେ । ଏହି ଅଧ୍ୟୟନ ରେ ୪ ଲକ୍ଷ ରୁ ଅଧିକ ଲୋକଙ୍କୁ ନେଇ ବିଶ୍ଳେଷଣ କରାଯାଇଥିଲା । ଏଥିରୁ ଦେଖାଗଲା ଯେ ରକ୍ତ ପ୍ରକାର A କିମ୍ବା B ରୋଗୀ ଙ୍କ ହୃଦଘାତ ହେବାର ଆଶଙ୍କା ଓ ଗୋଷ୍ଠୀ ତୁଳନାରେ ୮ ପ୍ରତିଶତ ଅଧିକ ।
ଅନୁସନ୍ଧାନକାରୀ ମାନେ ନିଜ ମଧ୍ୟରେ O-ନେଗେଟିଭ ରକ୍ତ ପ୍ରକାର A ଏବଂ B କୁ ତୁଳନା କରିଥିଲେ । ଏବଂ ଏହାପରେ ଜଣା ପଡିଥିଲା ଯେ B ଗୃପ ଥିବା ଲୋକ ମାନଙ୍କର ହୃଦଘାତ ହେବା ଆଶଙ୍କା ଅଧିକ ରହିଥାଏ । ଏହି ଅନୁସନ୍ଧାନ ଅନୁଯାୟୀ B ବ୍ଲଡ଼ ଗୃପ ଥିବା ଲୋକ ମାନଙ୍କର O ଗୃପ ଥିବା ଲୋକ ମାନଙ୍କ ର ଅପେକ୍ଷା ମାୟୋକାଡିୟଲ ଇନପ୍ଲାକସେନ ହେବାର ଆଶଙ୍କା ଅଧିକ ରହିଥାଏ ।
ଏହି ସମୟରେ A ଗୋଷ୍ଠୀ ଥିବା ଲୋକ ମାନଙ୍କର O ରକ୍ତ ଗୋଷ୍ଠୀର ଲୋକଙ୍କ ତୁଳନାରେ ହୃଦଘାତ ହେବାର ୧୧ ପ୍ରତିଶତ ଅଧିକ ଆଶଙ୍କା ରହିଥାଏ । ସେହିଭଳି କୁହାଯାଉଅଛି ଯେ ଆଜିକାଲି ଲୋକଙ୍କର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଯୋଗୁଁ ଅନିମୟିତ ଖାଦ୍ୟ, ଜଙ୍କଫୁଡ ଅଥବା ଅଧିକ ମସଲା ଯୁକ୍ତ ଖାଦ୍ୟ ହେତୁ ହୃଦଘାତ ହେବାର ଆଶଙ୍କା ଅଧିକ ରହିଥାଏ ।
ଉଚ୍ଚ ରକ୍ତଚାପ ହେତୁ ହୃଦୟ ର ଅନାବଶ୍ୟକ ଚାପ ମଧ୍ୟ ହୃଦଘାତ ର କାରଣ ହୋଇପାରେ । ଏହା ବ୍ୟତୀତ ମାନସିକ ଚାପ ରେ ପୀଡିତ ଲୋକମନେ ହୃଦଘାତ ର ଆଶଙ୍କା ମଧ୍ୟ ସାମ୍ନା କରି ପାରନ୍ତି । ଯେଉଁ ମାନେ ଧୂମପାନ ତଥା ମଦ୍ୟପାନ କରନ୍ତି ସେମାନେ ମଧ୍ୟ ହୃଦଘାତ ର ସମୁଖୀନ ହୋଇପାରନ୍ତି । ଏହା ବ୍ୟତୀତ ଅଧିକ ଓଜନ ବୃଦ୍ଧି ହେତୁ ହୃଦଘାତ ହେବାର ସମ୍ଭାବନା ମଧ୍ୟ ରହିଅଛି । ବନ୍ଧୁଗଣ ଆପଣ ମାନେ ଆଜି ଜାଣିଲେ ହୃଦଘାତ ସମ୍ପର୍କୀୟ କିଛି ବିଶେଷ ତଥ୍ୟ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ