ବନ୍ଧୁଗଣ, ସାଧାରଣତ ରଶୁଣ ର ରଙ୍ଗ ଧଳା ବୋଲି ଆମ୍ଭେ ସମସ୍ତେ ଜାଣିଛୁ । ଥଣ୍ଡା ଠାରୁ ଆରମ୍ଭ କରି ଦେହ ଦରଜ ଯାଏଁ ସବୁ ପ୍ରକାରର ଶାରୀରିକ ସମସ୍ୟା ଦୂର କରିବା ପାଇଁ ଆୟୁର୍ବେଦ ରେ ରଶୁଣ ବ୍ୟବହାର କରାଯାଏ । କିନ୍ତୁ ଆପଣ କେବେ କଳା ରଶୁଣ କଥା ଶୁଣିଛନ୍ତି କି ? ଭାରତୀୟ ରୋଷେଇ ରେ ଧଳା ରଶୁଣ ବହୁଳ ଭାବରେ ବ୍ୟବହାର କରାଯାଇଥାଏ । ଏହା ଖାଦ୍ୟର ସ୍ଵାଦ କୁ ବଢାଇଥାଏ । କିନ୍ତୁ କଳା ରଶୁଣ ସମ୍ବନ୍ଧରେ ବହୁତ କମ ଲୋକ ଜାଣିଥିବେ ।
ଧଳା ଭଳି କଳା ରଶୁଣ ର ମଧ୍ୟ ଅନେକ ଫାଇଦା ରହିଅଛି । ଧଳା ରଶୁଣ କୁ ଫରମେଣ୍ଟ କରି ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ କୌଣସି ପ୍ରକାରର କଡା ଗନ୍ଧ ନଥାଏ କି ଏହା ପାଟି କୁ ରାଗ ମଧ୍ୟ ଲାଗି ନଥାଏ । ଏହା ଅନେକ ପ୍ରକାରର ଶାରୀରିକ ସମସ୍ୟା କୁ ଦୂର କରିବାକୁ ମଧ୍ୟ ସାହାର୍ଯ୍ୟ କରିଥାଏ । କଞ୍ଚା ରଶୁଣ ଖାଇବାକୁ ଲୋକ ମାନେ ପସନ୍ଦ କରନ୍ତି ନାହିଁ ।
ସେମାନଙ୍କ ପାଇଁ ଏହା ବହୁତ ଲାଭ ଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି କଳା ରଶୁଣ କିଭଳି ତିଆରି କରାଯାଏ, ଏବଂ ଏହାର ଫାଇଦା ସମ୍ପର୍କ ରେ । ସାଧାରଣ ରଶୁଣକୁ ଭିନ୍ନ ଭିନ୍ନ ଟାପ ମାତ୍ରାରେ କ୍ୟୁଣିତ କରି କଳା ରଶୁଣ ପ୍ରସ୍ତୁତ କରାଯାଇଥାଏ । ରଶୁଣ କୁ ୧୪୦ ଡିଗ୍ରୀ ଫାରେନାହିଟ ରୁ କମ ତାପମାତ୍ରାରେ ରଖାଯାଇଥାଏ । ଏହା ରଶୁଣର ଆଦ୍ରତାକୁ ପ୍ରଭାବିତ କରିଥାଏ । ଏହା ଫଳରେ ଏହାର ସ୍ଵାଦ, ଗନ୍ଧ ବଦଳିଯାଇଥାଏ । ଆସନ୍ତୁ ଜାଣିବା କଳା ରଶୁଣ ଖାଇବାର ଫାଇଦା କଣ ? କଳା ରଶୁଣ ରେ ଏଲିସିନ ନାମକ ତତ୍ଵ ରହିଅଛି । ଏହା ବ୍ଲଡ଼ ସର୍କୁଲେସନ କୁ ତ୍ଵରାଣିତ କରିଥାଏ ।
ଏହାଦ୍ବାରା ରକ୍ତ ଜମାଟ ବାନ୍ଧିବା ଆଶଙ୍କା ମଧ୍ୟ କମ ହୋଇଥାଏ । ଦିନକୁ ୧ ଟି କିମ୍ବା ୨ ଟି ରଶୁଣ ସେବନ କରିଲେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହୋଇଥାଏ । ହାର୍ଟ ଷ୍ଟ୍ରୋକ ତଥା ହାର୍ଟ ଆଟାକ ସମସ୍ୟା କୁ ମଧ୍ୟ କମ କରିବାରେ ରଶୁଣ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳେ କଳା ରଶୁଣ ଚୋବାଇଲେ କୋଲେଷ୍ଟ୍ରୋଲ ର ପରିମାଣ କମ ହୋଇଥାଏ । ଏହା ସହିତ ହାର୍ଟ ଜନିତ ରୋଗର ଆଶଙ୍କା କମିଥାଏ । ଏହା ଶରୀରର କୋଷ ନିମନ୍ତେ ବହୁତ ଉତ୍ତମ ହୋଇଥାଏ । ଏହା ଇମ୍ୟୁନିଟି ବଢାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
କଳା ରଶୁଣ ମେଟାବେଲଜିୟମ ରେ ମଧ୍ୟ ସୁଧାର ଆଣିଥାଏ । ଧଳା ରଶୁଣ ଙ୍କୁ ଭଲ ପାଉନଥିବା ବ୍ୟକ୍ତି କଳା ରଶୁଣ ଖାଇ ପାରିବେ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ