ତ୍ଵଚାରେ ଚମକ ପାଇଁ କ’ଣ ଖାଇବେ ? ଦେଖନ୍ତୁ Dietician Niharika Dash କ’ଣ କହୁଛନ୍ତି

ନମସ୍କାର ବନ୍ଧୁଗଣ ଆମ ଶରୀର ରେ କିଛି ନା କିଛି ସମସ୍ୟା ଦେଖା ଦେଇଥାଏ । ଯେପରି ଆମର ତ୍ୱଚା ର ଚମକ ଏବଂ ବ୍ରଣ ପାଇଁ ମଧ୍ୟ ବହୁତ ଉପଚାର ପାଇଁ ଅନେକ ପ୍ରକାରର ଔଷଧ ସେବନ କରିଥାଉ । ଅନେକ କ୍ରିମ ମଧ୍ୟ ବ୍ୟବହାର କରିଥାଉ କିନ୍ତୁ ତଥାପି ଏହି ତ୍ୱଚା ଜନିତ ସମସ୍ୟା ଦୂର ହୁଏ ନାହିଁ । ଏବଂ ଅନେକ ସମୟରେ ଯେତେ ପର୍ଯ୍ୟନ୍ତ ଆମେ ଔଷଧ ସେବନ କରିଥାଉ ଆମର ତ୍ୱଚା ସମସ୍ୟା ଭଲ ହୋଇ ଯାଏ ଏବଂ ଯେବେ ଔଷଧ ସେବନ ବନ୍ଦ କରିଦେଉ ସେତେବେଳେ ଫୁଣି ଥରେ ଏହି ସମସ୍ୟା ମାନ ଦେଖାଯାଏ ।

ଏହି ସବୁ ଔଷଧ ର ମୂଲ୍ୟ ମଧ୍ୟ ବହୁତ ଅଧିକ ହୋଇ ଥାଏ । ଏବଂ ଅନେକ ସମୟରେ ଆମ ତ୍ୱଚା ରେ ଏଭଳି ସମସ୍ୟା ଦେଖାଯାଏ । ଯାହାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାହା ଭଲ ହୁଏ ନାହିଁ । ତେବେ ଆମ ତ୍ୱଚା ରେ ଯେତେବେଳେ ଗୋଟିଏ ବ୍ରଣ ଆସିଥାଏ ତେବେ କିଛି ପିଲା ଭାବନ୍ତି କି ଯଦି ତାକୁ ଚିପି ଦେବା ତେବେ ସେହା ଭଲ ହୋଇଯିବ ଏବଂ ଆଉ ବ୍ରଣ ଏବଂ ହେବ ନାହିଁ କିନ୍ତୁ ଏପରି ହୋଇ ନଥାଏ । ତାଛଡା ଦୁଇଟି ସମସ୍ୟା ମଧ୍ୟ ଦେଖା ଯାଏ ।

ପ୍ରଥମ ରେ ସେଠି ଚିପିବା ଦ୍ୱାରା ସେଠାରେ କଳା ଦାଗ ପଡ଼ିଯାଏ ଏବଂ ଇଂଫେକ୍ସନ ହୋଇ ପାରେ । ଇଂଫେକ୍ସନ ହେବା ଯୋଗୁଁ ସେଠାରେ ଗାତ ହେବାର ମଧ୍ୟ ସୃଷ୍ଟି ହୋଇ ପାରେ । ଏହା ଦ୍ୱାରା ଚେହରାର ଚମକ ଏକଦମ ଉଡି ଯାଇଥାଏ । ତେବେ ଆମର ଖାଦ୍ୟପେୟ ର ଭୁଲ ଭଲ ଯୋଗୁଁ ମୁହଁରେ ବ୍ରଣ ସମସ୍ୟା ଦେଖା ଦେଇଥାଏ । ଆମେ ତେଲ ମସଲା ଏବଂ ବାହାର ଜିନିଷ ଅଧିକ ଖାଇଲେ ଆମ ରକ୍ତ ପରିଷ୍କାର ନ ହେଲେ ଆମ ଚେହେରା ରେ ବ୍ରଣ ହୋଇଥାଏ ଏହା ଛଡା ଠିକ ଭାବରେ ପାଣି ନ ପିଇଲେ ମଧ୍ୟ ହୋଇଯାଏ ।

ତେଣୁ ଡାକ୍ତର ନିହାରିକା ଦାସ ଙ୍କ ଅନୁସାରେ ପ୍ରଥମେ ନିଜ ଜୀଵନ ଶୈଳୀ କୁ ବଦଳାଇବାକୁ ପଡିବ । ଉତ୍ତମ ଆହାର ଗ୍ରହଣ କରିବାକୁ ପଡିବ । ଏହା ଛଡା ବ୍ରଣ ପାଇଁ ଅଧିକ ମାନସିକ ଚାପଗ୍ରସ୍ତ ହେବା ଆବଶ୍ୟକ ନୁହେଁ । ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ । ଏହା ଛଡା ତେଲ ମସଲା ଏବଂ ଫାଷ୍ଟ ଫୁଡ଼ ଠାରୁ ଦୂରେଇ ରଖିବା । ଆପଣ ଅନେକ କ୍ରିମ ମଧ୍ୟ ବ୍ୟବହାର କରୁଥିବେ କିମ୍ବା ଅନେକ ଘରୋଇ ଉପଚାର ମଧ୍ୟ କରୁଥିବେ ତେବେ ଡାକ୍ତର ଙ୍କ ବିନା ପରାମର୍ଶ ରେ କୌଣସି ମେଡ଼ିସିନ ଆଣି ଲଗାଇବା ଦ୍ୱାରା ଏହାର ଓଲଟା ଚେହେରା ଖରାପ ହୋଇ ଯାଇ ପାରେ ।

କିଛି ଲୋକ ଘରୋଇ ଉପଚାର ରେ ପିଆଜ ଲେମ୍ଭୁ କୁ ଅଧିକ ପରିମାଣରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ଚେହେରା ସେ ଜଳେଇ ଦେଇଥାଏ ତେଣୁ ସବୁଠାରୁ ଭଲ କୌଣସି ଚର୍ମ ରୋଗ ଡାକ୍ତର ସହ ପରାମର୍ଶ ନିଜେ ନିଜର ଚିକିତ୍ସା କରିବା ଉଚିତ । ତେବେ ସବୁଠାରୁ ବଡ଼ କଥା ହେଉଛି କି ଲୋକ କୁହନ୍ତି କି କେବଳ ତେଲ ଜିନିଷ ଖାଇଲେ ହିଁ ତ୍ୱଚା ଖରାପ ହୁଏ କିମ୍ବା ବ୍ରଣ ଆସେ ତେବେ ସେହା ହୋଇ ନଥାଏ ଆପଣ ଙ୍କୁ କେବଳ ତେଲ ଏବଂ ମସଲା କିମ୍ବା ବାହାର ଜିନିଷ କି ଟିକେ ନିୟନ୍ତ୍ରଣ ରେ ଖାଇବା ଆବଶ୍ୟକ ଏବଂ ଭିଟାମିନ -ସି ଏବଂ ଭିଟାମିନ-ଡ଼ି ଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ ।

ତେବେ ଏହା ସହିତ ଆପଣ ଙ୍କୁ ବ୍ୟାୟାମ କରିବାକୁ ପଡିବ ଏବଂ ବ୍ୟାୟାମ କରିବା ଦ୍ୱାରା ଯେଉଁ ଝାଳ ବାହାରିଥାଏ ତାହା ମଧ୍ୟ ତ୍ୱଚା କୁ ଉଜ୍ଜ୍ୱଳ କରେଇବାରେ ସାହାର୍ଯ୍ୟ କରିଥାଏ ତେଣୁ ପ୍ରତିଦିନ କିଛି ସମୟ ପର୍ଯ୍ୟନ୍ତ ବ୍ୟାୟାମ କରିବା ଏବଂ ସବୁଠାରୁ ବଡ଼ ଜିନିଷ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ । ତେବେ ଏହା ଦ୍ୱାରା ଆମ ତ୍ୱଚା ଜନିତ ସମସ୍ୟା ଦେଖା ଯାଏନାହିଁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *