ଡାଇବେଟିସ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ଯ, ହୋଇଥାଏ ବିଷ ସମାନ (Health Tips)

ବନ୍ଧୁଗଣ, ଡାଇବେଟିକ୍ସ ଗୋଟିଏ ଏଭଳି ରୋଗ ଯାହା ବିଭିନ୍ନ ପ୍ରକାରର ରୋଗ କୁ ଜନ୍ମ ଦେଇଥାଏ । ଏଣୁ ଡାଇବେଟିକ୍ସ କୁ ନିୟନ୍ତ୍ରଣ ରେ ରଖିବା ନିହାତି ଆବଶ୍ୟକ । ଡାଇବେଟିକ୍ସ ରୋଗ କୁ ସଂପୂର୍ଣ୍ଣ ଭାବରେ ଭଲ କରିବା ଅସମ୍ଭବ । କିନ୍ତୁ ଜୀବନ ପ୍ରଣାଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରି ଡାଇବେଟିକ୍ସ କୁ ସହଜରେ ନିୟନ୍ତ୍ରଣରେ ରଖାଯାଇପାରିବ । ଆଜି ଆମ୍ଭେ ଆପଣଙ୍କୁ କିଛି ଖାଦ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଡାଇବେଟିକ୍ସ ରୋଗୀ ନିମନ୍ତେ ବି-ଷ ସାଦୃଶ୍ୟ ହୋଇଥାଏ ।

୧- ଆଳୁ;- ଡାଇବେଟିକ୍ସ ହୋଇଥିଲେ ଆଳୁ ଖାଇବା ଉଚିତ ନୁହେଁ । କାରଣ ଆଳୁ ରେ କାର୍ବୋ ହାଇଡ୍ରେଟ ଅଥବା ଶ୍ଵେତ ସାରର ମାତ୍ରା ଅଧିକ ରହିଥାଏ । ଏହା ହଜମ ହୋଇ ରକ୍ତ ରେ ଗ୍ଳୁକୋଜ ର ମାତ୍ରା କୁ ବଢାଇ ଦେଇଥାଏ । ଏହା ସହିତ ଆଳୁ ରେ ତିଆରି ଜିନିଷ ରେ କାର୍ବୋହାଇଡ୍ରେଟ ର ମାତ୍ରା ଆହୁରି ଅଧିକ ରହିଥାଏ । ଏଣୁ ଏହା ହୃଦରୋଗ ଅଥବା କ୍ୟାନ୍ସର ର କାରଣ ମଧ୍ୟ ହୋଇଥାଏ ।

୨- ମଇଦାରୁ ତିଆରି ଖାଦ୍ୟ;- ମଇଦା ରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ଯଥା ପାଉଁରୁଟି, ଟୋଷ୍ଟ, ବିସ୍କୁଟ ଇତ୍ୟାଦି ଅତ୍ୟନ୍ତ କ୍ଷ-ତି-କା-ରକ ହୋଇଥାଏ । ମଇଦାରେ ରିଫାଇନ କାର୍ବୋ ହାଇଡ୍ରେଟ ର ମାତ୍ରା ଅଧିକ ରହିଥାଏ । ଏହା ଶୀଘ୍ର ଡାଇଜେଷ୍ଟ ହୋଇ ସୁଗାର ରେ ପରିଣତ ହୋଇଯାଏ । ମଇଦା କୁ ରିଫାଇନ କରିବା ପ୍ରକ୍ରିୟା ରେ ଏଥିରେ ଫାଇଭର ପରିମାଣ ବହୁତ କମିଯାଇଥାଏ । ରକ୍ତ ରେ ଥିବା ଗ୍ଳୁକୋଜ କୋଷ ଭିତରକୁ ଯାଇନପାରି ରକ୍ତରେ ଗ୍ଳୁକୋଜ ର ପରିମାଣ ବଢାଇ ଦେଇଥାଏ । ଯଦି ଆପଣ ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ଧଳା ପାଉଁରୁଟି ବଦଳରେ ବ୍ରାଉନ ପାଉଁରୁଟି ଖାଇବା ଆବଶ୍ୟକ ।

୩- ଟ୍ରାଂସଫେଡ ଯୁକ୍ତ ଖାଦ୍ୟ;- ଏହିଭଳି ଖାଦ୍ୟ ଡାଇବେଟିକ୍ସ ରୋଗୀ ନିମନ୍ତେ ବିଷ ସାଦୃଶ୍ୟ ହୋଇଥାଏ । ବଜାରରେ ବିକ୍ରି ହେଉଥିବା ସମସ୍ତ ପ୍ରକାରର ତେଲ ଭାଜି ଜିନିଷରେ ଟ୍ରାନ୍ସଫେଡର ମାତ୍ରା ଅତ୍ୟଧିକ ରହିଥାଏ । ଯଦିଓ ଟ୍ରାନ୍ସଫେଡ ପ୍ରତ୍ୟକ୍ଷ ଭାବରେ ରକ୍ତରେ ସୁଗାର ଲେବଲ କୁ ବଢାଇନଥାଏ । କିନ୍ତୁ ଏହା ରକ୍ତରେ ଭଲ କଲେଷ୍ଟ୍ରୋଲ ର ମାତ୍ର କମାଇବା ସହିତ ରକ୍ତରେ ଇନସୁଲିନ କୁ ଅକାମି କରିଦେଇଥାଏ । ଏହା ଫଳରେ ଡାଇବେଟିକ୍ସ ଲେବଲ ବଢିବାକୁ ଲାଗିଥାଏ ।

୪- ପ୍ୟାକେଟ ରେ ଥିବା ସ୍ନାକ୍ସ;- ଡାଇବେଟିକ୍ସ ଲୋକଙ୍କୁ ପ୍ୟାକେଟ ରେ ଥିବା ଖାଦ୍ୟ ଆଦୌ ଖାଇବା ଉଚିତ ନୁହେଁ । ପ୍ୟାକେଟ ରେ ବିକ୍ରି ହେଉଥିବା ସ୍ନାକ୍ସ ଯେପରି ବାଦାମ ପକୋଡ, ଚୂଡା ମିକଶ୍ଚର ବିଭିନ୍ନ ପ୍ରକାର ଚିପ୍ସ ଇତ୍ୟାଦିରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ଏବଂ ବି-ଷା-କ୍ତ ତେଲ ରହିଥାଏ । ପ୍ୟାକେଟ ରେ ବିକ୍ରି ହେଉଥିବା ଖାଦ୍ୟ ସାଧାରଣତ ମଇଦା ରୁ ପ୍ରସ୍ତୁତ ହୋଇଥାଏ । ଏହାକୁ ଅଧିକ ତେମ୍ପ୍ରେଚର ତେଲରେ ଫ୍ରାଏ କରାଯାଇଥାଏ । ଏହା ଦ୍ଵାରା ଏଥିରେ ଟ୍ରାନ୍ସଫେଟ ର ମାତ୍ରା ମଧ୍ୟ ବଢିଯାଇଥାଏ । ଏହା ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ ।  ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *