ବନ୍ଧୁଗଣ, ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସୁଖମୟ ତଥା ସଫଳ ବନାଇବା ନିମନ୍ତେ ନାନା ପ୍ରକାରର ଉପାୟ ଦର୍ଶାଇ ଦିଆଯାଇଅଛି । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜକୁ ନିଜ ଜୀବନର ପ୍ରତ୍ୟକ ସ୍ଥିତି କୁ ବ୍ୟବହାରିକ ଉପାୟ ଦେବା । ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ । ଯିଏ କି ନିଜ ନୀତି ଶିକ୍ଷା ସାହାର୍ଯ୍ୟ ରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦି ରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟ ଙ୍କର କିଛି ମହାନ ନୀତି ଯାହା ଆପଣଙ୍କ ଜୀବନରେ ପ୍ରତ୍ୟକ କ୍ଷେତ୍ରରେ କାମରେ ଆସିପାରିବ ।
୧;- ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାୟୀ ଯେଉଁଠାରେ ଆପଣଙ୍କୁ ନିଲଜା ବନିବାକୁ ହେବ ତାହା ହେଉଛି ଉଧାର ମାଗିବା ସମୟରେ । ଉଧାର ପ୍ରତ୍ୟକ ବ୍ୟକ୍ତିଙ୍କ ନିମନ୍ତେ ଗ୍ରହଣ ସାଦୃଶ୍ୟ ହୋଇଥାଏ । କାରଣ ଥରେ ଉଧାର ନେବା ପରେ ଯଦି ଆପଣ ଏହାକୁ ଚୁକାଇ ପାରନ୍ତି ନାହିଁ, ତେବେ ଏହା ଆପାଙ୍କ ନିମନ୍ତେ ବହୁତ ବଡ ସମସ୍ୟା ବନିଯାଇଥାଏ । କିନ୍ତୁ ଯଦି ଆପଣଙ୍କ ପରିସ୍ଥିତି ଅସମ୍ଭାଳ ହୋଇଥାଏ ଏବଂ ଆପଣ ବହୁତ ଆର୍ଥିକ ଯନ୍ତ୍ରଣା ମଧ୍ୟରେ ଗତି କରୁଛନ୍ତି ତେବେ ଏହିଭଳି ପରିସ୍ଥିତି ରେ ଆପଣ ଉଦ୍ଧାର ନେଇ ପାରନ୍ତି । ମାତ୍ର ଆପଣଙ୍କ ଖରାପ ସମୟ କଟିଗଲେ ଆପଣ ଟଙ୍କା ଫେରସ୍ଥ କରି ନିଅନ୍ତୁ ।
୨;- ଶିକ୍ଷା ପ୍ରାପ୍ତ କରୁଥିବା ସମୟରେ କୌଣସି ଛାତ୍ର ତଥା ଛାତ୍ରୀ ସରମ କରି କୌଣସି ବିଷୟ କୁ ବୁଝି ନପାରୁଥିଲେ ମଧ୍ୟ ହଁ ମାରିଦେଇଥାଏ । ଏହା ଫଳରେ ସେ ସର୍ବଦା ପଛରେ ହିଁ ରହିଯାଇଥାଏ । ସେମାନେ ସେହି ବିଷୟ ସମ୍ବନ୍ଧରେ ଏଠି ନିମନ୍ତେ ପଚାରନ୍ତି ନାହିଁ, ସେମାନେ ଭାବନ୍ତି ଯେ ପଚାରିଲେ ସେମାନଙ୍କ ଅପମାନ ହୋଇଯିବ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଶିକ୍ଷା ପ୍ରାପ୍ତ କରିବାରେ ପଛଘୁଞ୍ଚା ଦେଇଥାଏ, ସେ ନିଜ ଜୀବନରେ କେବେ ଉଚିତ ସ୍ଥାନ ଗ୍ରହଣ କରିପାରେ ନାହିଁ ।
୩;- ଭୋଜନ କରୁଥିବା ସମୟରେ ଆପଣ ଲାଜ କରନ୍ତୁ ନାହିଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଭୋଜନ କରୁଥିବା ସମୟରେ ଲାଜ କରିଥାଏ ସେ ନିଜ ସଂପୂର୍ଣ୍ଣ ଜୀବନରେ କୌଣସି ବଡ କାର୍ଯ୍ୟ କରିପାରି ନଥାଏ । ଏହିଭଳି ବ୍ୟବହାର ରଖୁଥିବା ଲୋକେ ସାଧାରଣତ ନିଜ ଜୀବନରେ ଦୁଖ ଏବଂ ସଙ୍କଟରେ ଘେରି ହୋଇ ରହିଥାନ୍ତି । ମାନାଯାଇଅଛି ଯେ ଯେଉଁ ମନୁଷ୍ୟ ନିଜ ଖାଦ୍ୟ ନିମନ୍ତେ ଲାଜ କରିଥାଏ ସେ ନିଜ ସହିତ ଯୋଡି ହୋଇ ରହିଥିବା ଅନ୍ୟ ବ୍ୟକ୍ତି ମାନଙ୍କ ନିମନ୍ତେ କଣ କରି ପାରିବ ?
ଏଥି ନିମନ୍ତେ କେବେ ମଧ୍ୟ ଖାଦ୍ୟ ଖାଉଥିବା ସମୟରେ ଲାଜ କରନ୍ତୁ ନାହିଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।