ଶ୍ରାବଣ ମାସରେ ଏହିସବୁ ନିୟମ ମାନନ୍ତୁ, ଆପଣଙ୍କ ଉପରେ ଭଗବାନ ଭୋଳାନାଥ ନିହାତି ପ୍ରସନ୍ନ ହେବେ ! Astrology

ବନ୍ଧୁଗଣ, ଭଗବାନ ଶିବଙ୍କୁ ଶ୍ରାବଣ ମାସ ବହୁତ ପ୍ରିୟ ଅଟେ । ଏହି ମାସରେ କରାଯାଇଥିବା ପୂଜା ପାଠ ବ୍ରତରୁ ଭଗବାନ ଶିବ ବହୁତ ଅଧିକ ଖୁସି ହୋଇଥାନ୍ତି । ଯଦି ଆପଣ ବହୁତ ଶୀଘ୍ର ଶ୍ରାବଣ ମାସରୁ ଲାଭ ପାଇବାକୁ ଚାହୁଞ୍ଚନ୍ତି ତେବେ ଆପଣ ବିଶେଷ ରୂପରେ ଶ୍ରାବଣ ମାସରେ ପୂଜା ଆରଧନା କରନ୍ତୁ । ଆପଣଙ୍କ ମନର ସମସ୍ତ ମାନସିକ ଏହି ବିଶେଷ ମାସରେ ଯଦି ଆପଣ ଭଗବାନ ଶିବ ଙ୍କର ଆରାଧନା କରିଥାନ୍ତି, ତାଙ୍କର ଜଳାଭିଷେକ କରନ୍ତି, ତେବେ ଆପଣଙ୍କ ମନର ସମସ୍ତ କାମନା ଭୋଳାନାଥ ପୂର୍ଣ୍ଣ କରିଦେଇଥାନ୍ତି ।

ଭଗବାନ ଶିବଙ୍କ ବ୍ରତ ବହୁତ ଭକ୍ତ ରଖିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ, ଶ୍ରାବଣ ମାସରେ ବ୍ରତ କରିଲେ ତାହାର ନିୟମ ମାନ ସବୁ କ’ଣ ହୋଇଥାଏ ? ଆସନ୍ତୁ ଜାଣିବା ଏହି ବିଶେଷ କଥା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

ସନ୍ତାନ କାମନା ଯେଉଁ ମାନଙ୍କ ରହିଅଛି ସେମାନେ ବିଶେଷ ରୂପରେ ଏହି ମାସରେ ଭଗବାନ ଶିବ ଙ୍କର ପୂଜାର୍ଚ୍ଚନା କରନ୍ତୁ । ଏହି ମାସରେ ଆମ୍ଭକୁ ତାମସିକ ଭୋଜନର ତ୍ୟାଗ କରିବାକୁ ହେବ । ଅର୍ଥାତ ରସୁଣ ପିଆଜ ଆମ୍ଭକୁ ଆମ୍ଭ ଭୋଜନରେ ପ୍ରୟୋଗ କରିବା କଥା ନୁହେ । ଆମିଷର ସଂପୂର୍ଣ୍ଣ ତ୍ୟାଗ କରିଦେବା ଆବଶ୍ୟକ । ଯେଉଁ ମାନେ ଏହି ବିଶେଷ ମାସରେ ବ୍ରତ କରୁଛନ୍ତି ସେମାନଙ୍କୁ ମଶୁର ଡାଲିର ସେବନ କରିବା କଥା ନୁହେଁ ।

ଏହା ବ୍ୟତୀତ ବାଇଗଣ ତଥା ବାସି ଖାଦ୍ୟ ଅଥବା ଜଳି ଯାଇଥିବା ଖାଦ୍ୟ ଆଦୌ ଖାଇବା କଥା ନୁହେଁ । ବିଶେଷ ରୂପରେ ସାତ୍ଵିକ ଭୋଜନ ତଥା ଶୁଦ୍ଧ ଭୋଜନ ଖାଇବା ଆବଶ୍ୟକ । ରାତିର ବଞ୍ଚି ଯାଇଥିବା ଖାଦ୍ୟ ସକାଳୁ ଖାଇବା କଥା ନୁହେଁ । ବିଶେଷ କରି ଆମ୍ଭକୁ ଏହି ମାସରେ ଖାଦ୍ୟ ଖାଇବାର ନିୟମ ଗୁଡିକ ମାନିବା ଆବଶ୍ୟକ । କିଛି ଭକ୍ତ ଯେଉଁମାନେ ବ୍ରତ କରିଥାନ୍ତି ସେମାନେ ସକାଳେ ଅଥବା ସନ୍ଧ୍ୟା ସମୟରେ କେବଳ ଥରେ ଭୋଜନ କରିଥାନ୍ତି ।

ଏହାପରେ ସେମାନେ ବ୍ରତର ନିୟମ କରିଥାନ୍ତି । କିଛି ଭକ୍ତ ୨ ସମୟ ଭୋଜନ ଗ୍ରହଣ କରିଥାନ୍ତି । ଦିନରେ ୨ ଥର ଭୋଜନ କରି ସେମାନେ ତାମସିକ ଭୋଜନର ତ୍ୟାଗ କରିଦେଇଥାନ୍ତି । ଏହି ନିୟମକୁ ଆପଣ ନିଜେ ହିଁ ନିର୍ଦ୍ଧାରିତ କରିଥାନ୍ତି । ଦିନରେ ଆପଣ ଯେ କୌଣସି ଫଳ ଖାଇ ପାରନ୍ତି । ଏହି ମାସରେ ଆପଣ ଦୁଗ୍ଧ ଆଦୌ ଖାଆନ୍ତୁ ନାହିଁ । ଶ୍ରାବଣ ମାସରେ ଦୁଗ୍ଧ ଅଥବା କ୍ଷୀରର ତ୍ୟାଗ କରି ଦିଅନ୍ତୁ ।

କାରଣ ଦୁଗ୍ଧରେ ଏହି ମାସରେ ବିଶେଷ ଭାବରେ ଭଗବାନ ଶିବଙ୍କର ଅଭିଷେକ କରାଯାଇଥାଏ । ଏଣୁ ଏହି ଜିନିଷର ସେବନ କରନ୍ତୁ ନାହିଁ । ଏହିଭଳି ଭାବରେ ଆପଣ ଶ୍ରାବଣ ମାସକୁ ପାଳନ କରିପାରିବେ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *