Health Tips- କେଉଁ ଲୋକଙ୍କ ପାଇଁ ବିଷ ସମାନ ହୋଇଥାଏ ଲେମ୍ବୁ ପାଣି, ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ, କେତେକ ବିମାରୀ ଏଭଳି ରହିଅଛି ଯଦି ତାହା ବ୍ୟକ୍ତି ଙ୍କୁ ହୋଇଥିବ ତେବେ ଆପଣ ସେଥିରେ ଲେମ୍ବୁପାଣି ସେବନ କରିବା ଅନୁଚିତ ହୋଇଥାଏ । ମୁଖ୍ୟତ ସମସ୍ତେ ସକାଳେ ଲେମ୍ବୁ ପାଣି ସେବନ କରିଥାନ୍ତି । କାରଣ ଆଜିର ଦିନରେ ସମସ୍ତେ ନିଜ ଶରୀରର ମୋଟାପଣ କୁ କମ କରିବାକୁ ଚାହୁଁଛନ୍ତି । ଏବଂ ସକାଳେ ଲେମ୍ବୁ ପାଣି ର ସେବନ ଦ୍ଵାରା ସେମାନେ ନିଜ ମୋଟାପଣ କୁ କମ କରିଥାନ୍ତି । ଶରୀରର ମୋଟାପା କୁ କ୍ଷୟ କରିବା ନିମନ୍ତେ ଲେମ୍ବୁପାଣି ଏକ ଉତ୍ତମ ଉପାୟ ଅଟେ ।

ମାତ୍ର ଏହା ସହିତ ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ରହିଅଛି । କିଛି ବିମାରୀ ଏଭଳି ରହିଅଛି ଯାହା ଆମ୍ଭକୁ ହୋଇଥିବା ବେଳେ ଯଦି ଆମ୍ଭେ ଲେମ୍ବୁପାଣି ର ସେବନ କରିଥାଉ ତେବେ ତାହା ଆମ୍ଭ ନିମନ୍ତେ ହା-ନି-କା-ର-କ ହୋଇଥାଏ । ଯେଉଁ ଲୋକେ ଆଇରନ ର ମେ-ଡ଼ି-ସି-ନ ଖାଉଛନ୍ତି ସେମାନେ ଲେମ୍ବୁପାଣି ର ପ୍ରୟୋଗ ଆଦୌ କରନ୍ତୁ ନାହିଁ । ଯଦି ଆପଣ ଏକା ଶୀତ ଲେମ୍ବୁପାଣି ଏବଂ ଆଇରନ ର ଟା-ବ୍ଲେ-ଟ ନିଅନ୍ତି ତେବେ ଆପଣଙ୍କୁ କୌଣସି ପ୍ରକାରର ଫାଇଦା ହେବ ନାହିଁ ।

ଏହା ସହିତ ଯେଉଁ ମାନଙ୍କୁ କିଡ୍ନି ତଥା ଲିଭର ପ୍ରୋବ୍ଲେମ ରହିଅଛି ସେମାନେ ମଧ୍ୟ ଲେମ୍ବୁପାଣି ସେବନ କରିବା କଥା ନୁହେଁ । ଯଦି ଆପଣ ସେବନ କରନ୍ତି ତେବେ ୟୁରିକ ଏସିଡ ର ସମସ୍ୟା ଆପଣଙ୍କର ବଢିପାରେ । ଯେଉଁ ମାନଙ୍କୁ ପେଟରେ ଅ-ଲ-ସ-ର ହୋଇଅଛି ସେମାନେ ମଧ୍ୟ ଲେମ୍ବୁପାଣି ର ସେବନ ଆଦୌ କରନ୍ତୁ ନାହିଁ । ଯେଉଁ ମାନଙ୍କୁ ଡିହାଇଡ୍ରେଶନ ର ସମସ୍ୟା ରହିଅଛି ସେମାନେ ମଧ୍ୟ ଲେମ୍ବୁପାଣି ର ସେବନ କରିପାରିବେ ନାହିଁ । ଅର୍ଥାତ ଯେଉଁ ମାନଙ୍କ ଶରୀରରେ ପୂର୍ବରୁ ଜଳର ଅଭାବ ରହିଅଛି ସେମାନେ ଲେମ୍ବୁ ପାଣି ଆଦୌ ସେବନ କରିବା କଥା ନୁହେଁ । କାରଣ ଲେମ୍ବୁ ପାଣି ସେବନ କରିବା ଦ୍ଵାରା ୟୁରିନ ଅଧିକ ମାତ୍ରାରେ ଆସିଥାଏ ।

ଏହା ଫଳରେ ଆପଣଙ୍କ ଶରୀରରେ ଜଳ ର ଅଭାବ ଅଧିକ ମାତ୍ରାରେ ହେବାକୁ ଲାଗିଥାଏ । ଏହା ବ୍ୟତୀତ ପତଳା ହେବା ନିମନ୍ତେ ଯଦି ଆପଣ ଅତ୍ୟଧିକ ଗରମ ଜଳ ସେବନ କରୁଛନ୍ତି ତେବେ ତାହା କରନ୍ତୁ ନାହିଁ । ସର୍ବଦା ଉଷୁମ ପାଣିର ସେବନ କରନ୍ତୁ । ଯଦି ଆପଣ ଅତ୍ୟଧିକ ଗରମ ପାଣି ଅଥବା ଥଣ୍ଡା ପାଣିର ପ୍ରୟୋଗ କରନ୍ତି ତେବେ ଏହା ଲେମ୍ବୁର ମହତ୍ଵ କୁ ସଂପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥାଏ ।

ଏହା ସହିତ ଯାହାଙ୍କୁ ଦାନ୍ତ ର ପ୍ରୋବ୍ଲେମ ରହିଅଛି ସେମାନଙ୍କୁ ଶିଧାସଳଖ ଲେମ୍ବୁପାଣି ର ସେବନ କରିବା ଉଚିତ ନୁହେଁ । ସେମାନେ ଷ୍ଟ୍ର ସାହାର୍ଯ୍ୟ ରେ ଲେମ୍ବୁପାଣି ସେବନ କରିପାରିବେ । ଯେଉଁ ମାନଙ୍କୁ ହାର୍ଟ ପ୍ରୋବ୍ଲେମ ତଥା ଏସିଡ, ଗ୍ୟାସ ପ୍ରୋବ୍ଲେମ ରହିଅଛି ସେମାନେ ଲେମ୍ବୁପାଣି ର ସେବନ କରନ୍ତୁ ନାହିଁ । କାରଣ ଯଦି ଆପଣ ଏହାକୁ ସେବନ କରନ୍ତି ତେବେ ଏସିଡ ର ମାତ୍ରା ଆପଣଙ୍କ ଶରୀରରେ ଆହୁରି ବଢିଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *