Vastu Tips- ଗୁରୁବାର ହେଉ କି ଶୁକ୍ରବାର ପର୍ସରେ ରଖନ୍ତୁ ଏହି 1 ଜିନିଷ, ସବୁବେଳେ ନୋଟ ରେ ଭରପୁର ରହିବ ପର୍ସ

ନମସ୍କାର ବନ୍ଧୁଗଣ ଆଜି କାଲି କିଏ ନ ଚାହେଁ କି ତା ପାଖରେ ବହୁତ ପଇସା ରହୁ । ସେ ବହୁତ ଧନୀ ହେଉ ତା ପାଖରେ କେବେ କୌଣସି ଜିନିଷ ର ଅଭାବ ନ ହେଉ ଏବଂ ସେ ସବୁ ସୁଖ ସୁବିଧା କୁ ପ୍ରାପ୍ତ କରୁ ବୋଲି ଚାହୁଁ ।

ସେଥିପାଇଁ ଲୋକମାନେ ବହୁତ ଅଧିକ ପରିଶ୍ରମ ମଧ୍ୟ କରନ୍ତି । ଦିନ ରାତି ଅଧିକ ପରିଶ୍ରମ କରନ୍ତି ଏବଂ ପଇସା ରୋଜଗାର କରନ୍ତି ଏବଂ ଏହା ମଧ୍ୟ ଚାହାନ୍ତି କି ସେ ପଇସା ତାଙ୍କ ପାଖରେ ସର୍ଵଦା ରହୁ । କେବେବି କୌଣସି ପରିସ୍ଥିତିରେ ତାଙ୍କୁ ଧନ ର ଅଭାବ ନ ହେଉ । ବେଳେ ବେଳେ କିଛି ଲୋକ ମାନେ ବହୁତ ପରିଶ୍ରମ କରନ୍ତି ଏବଂ ପଇସା ମଧ୍ୟ ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ ପଇସା ରୁହେ ନାହିଁ ଅର୍ଥାତ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସଞ୍ଚୟ କରି ପାରନ୍ତି ନାହିଁ ।

ଏହାର କାରଣ ହେଉଛି ତାଙ୍କ ଗ୍ରହ ନକ୍ଷତ୍ର ର ଦୁର୍ବଳତା । ଯଦି ଆପଣଙ୍କ ଗ୍ରହ ନକ୍ଷତ୍ର ଦୁର୍ବଳ ଥାଏ ତେବେ ଆପଣଙ୍କ ର କୌଣସି କାର୍ଯ୍ୟ ବି ସଫଳ ହୋଇ ପାରିବ ନାହିଁ । କେବଳ ପରିଶ୍ରମ ନୁହେଁ ଭାଗ୍ୟ ର ସାଥ ମିଳିଲେ ହିଁ ଜଣେ ସଫଳ ବ୍ୟକ୍ତି ହୋଇ ପାରିବ । ତେବେ ଆସନ୍ତୁ ଜାଣିନେବା କି କେଉଁ ଉପାୟ ଦ୍ୱାରା ଆମ ପାଖରେ ଧନ ର ବୃଦ୍ଧି ହେବ ଏବଂ କେବେବି ଧନର ଅଭାବ ହେବ ନାହିଁ । ଆସନ୍ତୁ ଜାଣିନେବା ସେହି ଉପାୟ ।

ଆପଣ ମାନେ ସମସ୍ତେ ପର୍ସ ନିଶ୍ଚିତ ବ୍ୟବହାର କରୁଥିବେ । ତେବେ ସେହି ପର୍ସ ରେ ଟଙ୍କା ପଇସା ଏବଂ ନିଜର ଅନାନ୍ୟ ଜିନିଷ ରଖୁଥିବେ ତେବେ ଏହି ପର୍ସ ରେ କିଛି ଜିନିଷ ରଖିବା ଦ୍ୱାରା ଆପଣ ଙ୍କ ଧନ ର ବୃଦ୍ଧି ହୋଇଥାଏ । ଗୁରୁବାର କିମ୍ବା ଶୁକ୍ରବାର ଏହା ଭଗବାନ ଶ୍ରୀ ହରି ଏବଂ ମାତା ଲକ୍ଷ୍ମୀ ଙ୍କ ଦିନ । ତେଣୁ ଏହି ଦୁଇ ଦିନ ବହୁତ ଶୁଭ ହୋଇଥାଏ ।

ନିଜ ପର୍ସ ରେ ନିଜ ପରିବାର ର ଫୋଟୋ କିମ୍ବା ନିଜ ପ୍ରିୟ ବ୍ୟକ୍ତି ଙ୍କ ଫୋଟୋ ରଖି ପାରିବେ ଏହା ଛଡା ଆପଣ ନିଜର ଜରୁରୀ କାଗଜ ମଧ୍ୟ ରଖି ପାରିବେ । କିନ୍ତୁ ଏହା ଛଡା ଆପଣ ୧୧ ଟି ଚାଉଳ ଦାନା କୁ ହଳଦୀ ଲଗାଇ ସେହି ଚାଉଳ କୁ ମାତା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ ଏହାକୁ ଏକ ହଳଦିଆ କପଡ଼ାରେ ରଖି ଅର୍ପଣ କରନ୍ତୁ । ସେହି ଅର୍ପଣ ଚାଉଳ କୁ ତାର ପରଦିନ ଉଠାନ୍ତୁ ଏବଂ ତାକୁ ନିଜ ପର୍ସ ରେ ରଖନ୍ତୁ ।

ଏହି ହଳଦୀ ଚାଉଳ ବହୁତ ଶୁଭ ହୋଇଥାଏ ଏବଂ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ମିଳିବା ସହ ଆପଣ ଙ୍କ ର ଧନ ର ବୃଦ୍ଧି ମଧ୍ୟ ହୋଇଥାଏ ଏବଂ ଆପଣ ଙ୍କ ର ଟଙ୍କା ପଇସା ର କୌଣସି ଅଭାବ ମଧ୍ୟ ହେବ ନାହିଁ । ଏହା ସହିତ ଆଉ ଏକ ଉପାୟ ମଧ୍ୟ ଅଛି ଆପଣ ଗୁରୁବାର ଦିନ ଏକ ଅଶ୍ୱଥ ଗଛ ର ପତ୍ର ରେ ସିନ୍ଦୁର ରେ ସ୍ୱସ୍ତିକ ଚିହ୍ନ କରି ମାତା ଲକ୍ଷ୍ମୀ ଏବଂ ଶ୍ରୀ ହରି ଙ୍କ ନିକଟରେ ଅର୍ପଣ କରି ନିଜ ପର୍ସ ରେ ରଖନ୍ତୁ ଏହାକୁ ପ୍ରତି ସପ୍ତାହରେ ବଦଳାନ୍ତୁ । ଏହି ଉପାୟ ଦ୍ୱାରା ଆପଣ ଙ୍କ ଘରେ ଧନ ର ଅଭାବ ହେବ ନାହିଁ ଏବଂ ଧନ ର ବୃଦ୍ଧି ମଧ୍ୟ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *