ବନ୍ଧୁଗଣ, ସାଧାରଣତ ଆପଣ ମାନଙ୍କ ମନରେ ନାନା ପ୍ରକାର ବାସ୍ତୁ ସମ୍ବନ୍ଧୀୟ ପ୍ରଶ୍ନ ଆସିଥାଏ । ସେଥି ମଧ୍ୟରୁ ଘରର ମୁଖ୍ୟ ଦ୍ଵାରରେ ଯଦି ଆପଣ କଳସ ବସାଉଛନ୍ତି ତେବେ ତାହା କେଉଁ ପାର୍ଶ୍ଵରେ ହେବା ଉଚିତ ? ବାମ ପାର୍ଶ୍ଵ ଅଥବା ଦକ୍ଷିଣ ପାର୍ଶ୍ଵ । ପ୍ରଥମ କଥା ହେଉଛି ଯେ ଆମ୍ଭେ ଦ୍ଵାର ନିକଟରେ ଯେଉଁ କଳସ ରଖିଥାଊ ତାକୁ ଆମ୍ଭେ କଳସ କହିବା ଉଚିତ ନୁହେଁ କୁମ୍ଭ କହିବା ଉଚିତ । ଏକ ମାଟିର ପାତ୍ର ହେଉ ଅଥବା ପିତଳ ର ଯଦି ସେହି କୁମ୍ଭ ରେ ଆମ୍ଭେ ଜଳ ପୂର୍ଣ୍ଣ କରି ଗୋଟିଏ ଫୁଲ ଦେଇ ରଖିଲୁ ତେବେ ତାହାକୁ ପୂର୍ଣ୍ଣ କୁମ୍ଭ ବୋଲି କୁହାଯିବ ।
ଏହାକୁ କଳସ କୁହାଯାଏ ନାହିଁ । କାରଣ ପୂଜାରେ ଆମ୍ଭେ ଦେବତା ଙ୍କୁ ଯେଉଁଥିରୁ ଆବାହାନ କରୁ ତାହାକୁ କଳସ ବୋଲି କୁହାଯାଏ । ପ୍ରଥମ କଥା ହେଉଛି ଆମ୍ଭେ ଯେଉଁ କୁମ୍ଭ କୁ ଦେଖି କାର୍ଯ୍ୟ କରିବାକୁ ଯିବା ସେହି କାର୍ଯ୍ୟ ଆମ୍ଭର ସଫଳ ହୋଇଥାଏ । ଅଥବା ତାହା ଶୁଭ ହୋଇଥାଏ । ଏହି ବିଶ୍ଵାସ ରେ ଘରର ମୁଖ୍ୟ ଦ୍ଵାର ନିକଟରେ ଏକ ପୂର୍ଣ୍ଣ କୁମ୍ଭ ରଖାଯାଏ । ମୁଖ୍ୟ ଦ୍ଵାର ରେ ପୂର୍ଣ୍ଣ କୁମ୍ଭ ଏକ ଶୁଭ ର ପ୍ରତୀକ ଅଟେ । ଯଦି ଆମ୍ଭେ ପୂର୍ଣ୍ଣ କୁମ୍ଭ କୁ ଦେଖିକି ଘରୁ ବାହାରିବା ତେବେ ଆମ୍ଭେ ଯେଉଁ କାର୍ଯ୍ୟ ରେ ଯାଉଥିବା ତାହା ସଂପୂର୍ଣ୍ଣ ହେବ ।
ମାତ୍ର ଯଦି ଆମ୍ଭେ ଶୂନ୍ୟ ପାତ୍ର ଦେଖି ଜୀବ ତେବେ ଆମ୍ଭେ ଯେଉଁ କାର୍ଯ୍ୟ ରେ ଯାଉଥିବା ତାହା କେବେ ମଧ୍ୟ ସଫଳ ହେବ ନାହିଁ । ହିନ୍ଦୁ ଧର୍ମରେ ଯଦି ଘରର ସଦସ୍ୟ କେହି ଏକ ଶୁଭ କାର୍ଯ୍ୟ ରେ ବାହାରିଛନ୍ତି ତେବେ କୁହାଯାଏ ଯେ ଅନୁକୂଳ ରେ ବାହାରିଛନ୍ତି । ଯେତେବେଳେ ଆମ୍ଭେ ଘରୁ ବାହାରି ଯାଉଅଛୁ ତେବେ ଆମ୍ଭର ଡାହାଣ ହାତ ଯେଉଁପଟେ ସେପଟେ ମା ବୃନ୍ଦାବତୀ ରହୁଛନ୍ତି ।
ଏଣୁ ଆପଣ ଡାହାଣ ପଟେ କୁମ୍ଭ ବସାଇ ପାରିବେ । ମାତ୍ର ଯଦି ଆପଣ ଚିନ୍ତା କରୁଛନ୍ତି ଯେ ବାମ ପାର୍ଶ୍ଵ ଶୁଭ ତେବେ ଆପଣ ବାମ ପାର୍ଶ୍ଵ ରେ ମଧ୍ୟ ବସାଇ ପାରିବେ । ଆପଣ କୁମ୍ଭ କୁ ଘରର ଦ୍ଵାର ସମୁଖରେ ମଧ୍ୟ ବସାଇ ପାରିବେ । ଧ୍ୟାନ ରଖିବେ ଯେ ଆପଣ ଯେତେବେଳେ ଘରୁ ବାହାରି ଯାଉଅଛନ୍ତି ଆମ୍ଭର କୁମ୍ଭ ଟି ଯେଉଁଠାରେ ରହୁଥିବ ସେଠାରେ ଯେପରି ଆମ୍ଭର ନଜର ପଡିବା ଆବଶ୍ୟକ ।
ଏଣୁ ପାର୍ଶ୍ଵ ରେ କୌଣସି ବାରଣ ନାହିଁ ଆପଣ ଏହାକୁ ବାମ ପାର୍ଶ୍ଵ ରେ ମଧ୍ୟ ବସାଇ ପାରିବେ ଅଥବା ଡାହାଣ ପାର୍ଶ୍ଵ ରେ ମଧ୍ୟ ବସାଇ ପାରିବେ । ଯଦି ଆପଣଙ୍କ ଘରର କାନ୍ଥ କୁ ଲାଗି ମା ବୃନ୍ଦାବତୀ ଅଛନ୍ତି ତେବେ ଚଉରାର ଯେଉଁ ମଣ୍ଡପ ରହିଅଛି ତାହା ଉପରେ ଆପଣ ଶୁଭ ପାତ୍ର ରଖିପାରିବେ । ବନ୍ଧୁଗଣ ଏହା ଫଳରେ ମାତା ବୃନ୍ଦାବତୀ ତଥା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ଲାଗି ରହିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।