Vastu Tips- ତୁଳସୀ କୁ ଛୁଇଁକି ଚୁପଚାପ ୩ ଥର କହିଦିଅନ୍ତୁ ଏହି ୨ ଟି ଶବ୍ଦ ଯାହା ବି ମାଗିବେ ତାହା ଆପଣଙ୍କୁ ନିଶ୍ଚୟ ମିଳିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିଙ୍କ ଘରେ ରହିଥାଏ । ପ୍ରାଚୀନ ହିନ୍ଦୁ ଧର୍ମ ର ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ତୁଳସୀ ଗଛ ପୃଥିବୀ ରେ ସ୍ଥିତ ସମସ୍ତ ବନସ୍ପତି ଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତୁଳସୀ ଗଛ ବିଭିନ୍ନ ପ୍ରକାର ରୋଗକୁ ନାଶ କରିଥାଏ ଏବଂ ଘରେ ସକରାତ୍ମକ ଉର୍ଜା କୁ ସୃଷ୍ଟି କରିଥାଏ ଏବଂ ଏହା ସହିତ ଘରେ ତୁଳସୀ ଗଛ ରହିବା ଦ୍ଵାରା ସୁଖ ଏବଂ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଘର ବିଭିନ୍ନ ରୋଗରୁ ମୁକ୍ତ ରହିଥାଏ । ଏହି କାରଣରୁ ପ୍ରାଚୀନ ଋଷିମୁନି ମାନେ ତୁଳସୀ ଗଛର ପୂଜା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଯଦି କୌଣସି ବ୍ୟକ୍ତି ପ୍ରତିଦିନ ତୁଳସୀ ଗଛର ପତ୍ର ଖାଇଥାଏ ତେବେ ସେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରୁ ମଧ୍ୟ ତୁଳସୀ ଗଛର ଉପକାରୀତା ସମ୍ବନ୍ଧରେ ବର୍ଣ୍ଣିତ ରହିଛି । କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ଲଗାଇବାକୁ ନେଇ ମଧ୍ୟ କିଛି ନୀତି ନିୟମ ରହିଛି ଯାହାକୁ ମାନିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ବନ୍ଧୁଗଣ ତୁଳସୀ ଗଛ କୁ ବୃହସ୍ପତି ବାରରେ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଅନୁକୂଳ ସମୟ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତୁଳସୀ ଗଛ କୁ ଘରର ଅଗଣାରେ ଲଗାଇବା ଶୁଭ ଅଟେ । ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନରେ ତୁଳସୀ ପତ୍ର ରଖିବା ଦ୍ୱାରା ଗ୍ରହଣ ଲାଗି ନଥାଏ ।

ସଂକ୍ଷେପରେ କହିବାକୁ ଗଲେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହେବା ସହ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ମନ୍ତ୍ର ସମ୍ବନ୍ଧରେ କହିବୁ ଯାହା ଆପଣ ତୁଳସୀ ବୃଷ କୁ ପୂଜା କରିବା ସମୟରେ କହିବା ଉଚିତ । ଏହାଦ୍ବାରା ଆପଣ ନିଜ ଜୀବନ ରେ ଯାହା ଚାହିଁବେ ଆପଣଙ୍କୁ ତାହା ପ୍ରାପ୍ତ ହେବ ।

ବନ୍ଧୁଗଣ ଏହି ମନ୍ତ୍ର କୁ ଜପ କରିବା ନିମନ୍ତେ ପ୍ରଥମେ ନିଜ ଇଷ୍ଟ ଦେବ ଙ୍କୁ ଆରାଧନା କରନ୍ତୁ ଏବଂ ଏହାପରେ ଆପଣ ତୁଳସୀ ବୃକ୍ଷ ପାଖକୁ ଯାଇ ପ୍ରଣାମ କରନ୍ତୁ । ତୁଳସୀ ବୃକ୍ଷ ରେ ଗଙ୍ଗା ଜଳ ଅର୍ପଣ କରନ୍ତୁ ଏବଂ ସିନ୍ଦୁର ଓ ହଳଦୀ ଲଗାନ୍ତୁ । ଯାହା ତୁଳସୀ ବୃକ୍ଷ ର ଶୃଙ୍ଗାର ଅଟେ । ଏହାପରେ ଏକ ଶୁଦ୍ଧ ଘିଅ ର ଦୀପ କୁ ଜଳାନ୍ତୁ । ପରେ ଆପଣ ତୁଳସୀ ବୃକ୍ଷ ର ୭ ଥର ପରିକ୍ରମା କରନ୍ତୁ ଏବଂ ତୁଳସୀ ମାଳା ଆଣି ଅତିକମ ରେ ୧୧ ଥର ଅଥବା ୧୨ ଥର ଏହି ମନ୍ତ୍ର ର ଜପ କରନ୍ତୁ । ମନ୍ତ୍ର ଟି ହେଉଛି,

“ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟବର୍ଦ୍ଧିନି, ଅଧି ବ୍ୟଧି ହରା ନିତ୍ୟଂ ତୁଳସି ତ୍ଵଂ ନମସ୍ତୁତେ । । । । ”

ଏହି ମନ୍ତ୍ର କୁ ଜପ କରି ଆପଣ ତୁଳସୀ ବୃକ୍ଷ କୁ ଛୁଇଁ ଆପଣଙ୍କ ମନୋକାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ମନୋକାମନା ଭଗବାନ ଙ୍କ ପାଖରେ ପହଁଚିଯିବ । ତୁଳସୀ ବୃକ୍ଷ ଭଗବାନ ବିଷ୍ଣୁ ଙ୍କ ପ୍ରିୟ ଅଟେ । ତେଣୁ ଆପଣଙ୍କ ମନୋକାମନା ଭଗବାନ ବିଷ୍ଣୁ ନିଶ୍ଚିତ ଭାବରେ ପୁର୍ଣ୍ଣ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *