ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୁଳସୀ ଚଉରା ହିନ୍ଦୁ ଧର୍ମ ତଥା ସନାତନ ଧର୍ମର ଏକ ମହତ୍ଵପୂର୍ଣ୍ଣ ତତ୍ଵ। ତୁଳସୀ ଚଉରାକୁ ସଠିକ ଜାଗାରେ ରଖିବା ଏବଂଏହାର ବିଧି ବିଧାନ ସହ ପୂଜା କରିବା ପ୍ରତେକ ଲୋକଙ୍କର ଧର୍ମ ହୋଇଥାଏ । ଘର ଅଗଣାରେ ତୁଳସୀଗଛ ରଖିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହେବା ସହ ସକାରାତ୍ମକ ଶକ୍ତିର ବିକାଶ ଘଟିଥାଏ । ବିଜ୍ଞାନରେ ମଧ୍ୟ ତୁଳସୀ ଗଛର ଉପକାରିତା ବିଷୟରେ ଖୁବ ତଥ୍ୟ ରହିଅଛି ।
ତୁଳସୀ ଗଛର ବାସ୍ନା ଦ୍ଵାରା ଘର ମଧ୍ୟରେ ଶାନ୍ତି ବଜାୟ ରଖିଥାଏ । ତୁଳସୀ ଗଛ ଘରେ ଉପଯୁକ୍ତ ସ୍ଥାନରେ ରଖି ତାର ନିୟମର ସହିତ ପୂଜା କରିବା ଦ୍ଵାରା ଘରର ମଙ୍ଗଳ ହୋଇଥାଏ । ତୁଳସୀ ଗଛକୁ ଘରେ ସ୍ଥାପିତ କରି ରଖିବାର ଶୁଭ ଦିନ ହେଉଛି ଗୁରୁବାର, ଏକାଦଶୀ କିମ୍ବା କାର୍ତ୍ତିକ ମାସର ଯେକୌଣସି ଦିନ ଆପଣମାନେ ଏହି ଗଛକୁ ଘରରା ନିର୍ଦ୍ଧିଷ୍ଟ ସ୍ଥାନରେ ସ୍ଥାପନ କରିପାରିବେ ।
ତୁଳସୀ ଗଛ ପାଖରେ କଣ୍ଟା ଜାତୀୟ ଗଛ ତଥା ଅନ୍ୟ ଗଛ ଲଗାଇବା ଉଚିତ ନୁହେଁ। ଏହି ଚଉରାର ଉପସ୍ଥିତି ପୂର୍ବ, ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ କରିବା ଉଚିତ । ଦକ୍ଷୀଣରେ ଚଉରାର ଉପସ୍ଥିତି ଘରେ ସବୁବେଳେ ଅଶାନ୍ତି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଆର୍ଥିକ ସମସ୍ଯା ସେଥିପାଇଁ ସୃଷ୍ଟି ହୋଇଥାଏ । ଚଉରା ମୂଳରେ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର କରନ୍ତୁ ନାହିଁ ।
ତୁଳସୀ ଚଉରା ମୂଳେ ବସି ମହିଳା ମାନେ କେବେବି ନିଜର ଶରୀର କିମ୍ବା କେଶରେ ତେଲ ଲଗାଇବା ଉଚିତ ନୁହେଁ କିମ୍ବା ମୁଣ୍ଡ କେଶ ଖୋଲା କରି ବସନ୍ତୁ ନାହିଁ । ଏପରି କରିବା ଦ୍ଵାରା ନକରତ୍ମକ ଊର୍ଜା ଘର ମଧ୍ୟରେ ସୃଷ୍ଟି ହେବା ସହ ମହିଳା ମାନଙ୍କର ଶାରୀରିକ ଓ ମାନସିକ କ୍ଷେତ୍ରରେ ପରିବର୍ତ୍ତନ ଆସିଥାଏ । ତୁଳସୀ ପତ୍ର ସେବନ କରିବା ସମୟରେ ଏହାକୁ ଚୋବାଇ ନ ଖାଇ ସିଧା ଢୋକି ଦେବା ଉଚିତ ହେବ ।
ମହିଳା ମାନେ ମାସିକ ଧର୍ମ ପାଳନ କରୁଥିବା ସମୟରେ କିମ୍ବା ଅପବିତ୍ର ସମୟରେ ତୁଳସୀ ଗଛକୁ ଛୁଈଂବା ଉଚିତ ନୁହେଁ । ତୁଳସୀ ଗଛ ଶୁଖିଗଲା ପରେ ଯଥା ଶୀଘ୍ର ତାହାକୁ ଘରୁ କାଢି ଦେବା ଉଚିତ ହୋଇଥାଏ । ତୁଳସୀ ଗଛର ବିସର୍ଜନ ଗୁରୁବାର ଦିନ କରିବା ହିଁ ଶୁଭ ହୋଇଥାଏ । ବିବାହିତା ମହିଳା ମାନେ ତୁଳସୀ ଗଛର ଫୁଲ କିମ୍ବା ଚୂଳକୁ ଛିଡେଇ ସେବନ କରିବା ଉଚିତ ନୁହେଁ ।
ଚଉରାକୁ କେବେ ମଧ୍ୟ ସଂପୂର୍ଣ୍ଣ ଘର ମଧ୍ୟରେ ସ୍ଥାପନ କରନ୍ତୁ ନାହିଁ । ଏହାକୁ ଘରର ଅଗଣା କିମ୍ବା ବାଲ୍କୁନୀ ଯେଉଁଠି ସୂର୍ଯ୍ୟାଲୋକ ପଡୁଥିବା ସେହି ସ୍ଥାନରେ ସ୍ଥାପନ କରନ୍ତୁ। ତୁଳସୀ ଚଉରା ମୂଳରେ ସକାଳେ ଓ ସନ୍ଧ୍ଯା ବେଳେ ଦୀପ ଓ ଫୁଲ ଅର୍ପଣ କରି ପୂଜା କରନ୍ତୁ । ତୁଳସୀ ପତ୍ର ଆଣି ମାଳ ତିଆରି କରି ଭଗବାନ ଶ୍ରୀକୃଷ୍ଣ କିମ୍ବା ମା ଲକ୍ଷ୍ମୀଙ୍କୁ ଚଢାନ୍ତୁ।
ଏପରି କରିବା ଦ୍ଵାରା ଘରର ଉନ୍ନତି ହୋଇଥାଏ । ଭୁଲରେ ମଧ୍ୟ ଭଗବାନ ଶିବ ଓ ଗଣେଶଙ୍କ ନିକଟରେ ଏହି ପବିତ୍ର ତୁଳସୀ ମାଳ ଅର୍ପଣ କରନ୍ତୁ ନାହିଁ । ଏହି ପବିତ୍ର ତୁଳସୀ ଗଛର ବିଧି ବିଧାନ ସହ ପୂଜା ନ କରିବା ଦ୍ଵାରା ଘର ପାଇଁ ଅମଙ୍ଗଳ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ପୋଷ୍ଟକୁ ଲାଇକ୍ କରିବା ସହିତ କମେଣ୍ଟ କରିକି ନିହାତି ଜଣାନ୍ତୁ ।