ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ରେ ବିବାହ ର ବନ୍ଧନ କୁ ସବୁଠାରୁ ଉର୍ଦ୍ଧ୍ବ ରେ ସ୍ଥାନ ମିଳିଛି । ଏହି ସମ୍ପର୍କ ଦୁନିଆ ର ସମସ୍ତ ସଂପର୍କ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବିବାହ ବନ୍ଧନ ହେଉଛି ଦୁନିଆର ସବୁ ବନ୍ଧନ ଠାରୁ ମଧୁର । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଏଭଳି ଜୀବନ ସାଥି କାମନା କରିଥାଏ, ଯିଏ ତାଙ୍କୁ ଜୀବନ ର ସମସ୍ତ କ୍ଷେତ୍ରରେ ସହଯୋଗ କରୁ ଏବଂ ସାଥ ଦେଉ ।
କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ମହାନ ଜ୍ଞାନୀ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ରେ ଏଭଳି ୩ ଜଣ ଝିଅ ଙ୍କ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯେଉଁ ମାନଙ୍କୁ ଭୁଲ ରେ ବି ବିବାହ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଯେଉଁ ଝିଅ ମାନେ ଧର୍ମ କୁ ମାନନ୍ତି ନାହିଁ ସେମାନଙ୍କ ଘରେ ସର୍ବଦା ନକରାତ୍ମକ ଶକ୍ତି ର ବାସ ରହିଥାଏ । ଏହାଦ୍ବାରା ମାତାଲକ୍ଷ୍ମୀ କ୍ରୋଧିତ ମଧ୍ୟ ହୋଇଥାନ୍ତି ଏବଂ ସର୍ବଦା ସେହି ଘରୁ ବିଦାୟ ନେଇଥାନ୍ତି । ତେଣୁ କେବେବି ଭୁଲ ରେ ମଧ୍ୟ ଅଧର୍ମୀ ଝିଅ ମାନଙ୍କ ସହିତ ବିବାହ କରନ୍ତୁ ନାହିଁ ।
୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ଝିଅ ମାନଙ୍କ ମଧ୍ୟରେ ଲୋଭ ରହିଥାଏ ସେହି ଝିଅ ମାନଙ୍କୁ କେବେବି ବିବାହ କରିବା ଉଚିତ ନୁହେଁ । ଏଭଳି ଝିଅ ସର୍ବଦା ଲୋଭ ରେ ବୁଡ଼ି ରହିଥାନ୍ତି । ଏପରିକି ଏମାନେ ନିଜ ଲୋଭ ପ୍ରାପ୍ତି ନିମନ୍ତେ କିଛି ବି ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ତେଣୁ ଲୋଭୀ ଝିଅ ମାନଙ୍କ ଠାରୁ ସର୍ବଦା ଦୁରେଇ ରୁହନ୍ତୁ ଏବଂ ଭୁଲ ରେ ବି ବିବାହ କରନ୍ତୁ ନାହିଁ ।
୩. ବନ୍ଧୁଗଣ ତୃତୀୟତଃ, ଯେଉଁ ଝିଅ ମାନେ ସ୍ଵଭାବ ରୁ ରାଗୀ ହୋଇଥାନ୍ତି ସେମାନଙ୍କୁ କେବେବି ବିବାହ କରିବା ଉଚିତ ନୁହେଁ । କାରଣ ଏଭଳି ଝିଅ କଥା କଥାରେ ଝ-ଗ-ଡ଼ା କରିଥାନ୍ତି ଏବଂ ନିଜ ଭୁଲ କୁ କେବେବି ସ୍ୱୀକାର କରନ୍ତି ନାହିଁ । ଯାହାଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ । ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେଉଁ ଝିଅ ର ମମତା ନାହିଁ ସେହି ଝିଅ କେବେବି କାହାର ମଙ୍ଗଳ ଚିନ୍ତା କରି ନଥାଏ । ତେଣୁ ଏଭଳି ସ୍ଵଭାବ ଥିବା ଝିଅ ଙ୍କୁ ଭାବିଚିନ୍ତି ବିବାହ କରନ୍ତୁ । ନଚେତ ଆପଣଙ୍କୁ ଏହାର କୁପରିଣାମ ଭୋଗ କରିବାକୁ ପଡ଼ିବ ।