ରାତିରେ ତକିଆ ତଳେ କଣ ରଖି ଶୋଇଲେ ହୋଇଥାଏ ଶୁଭ ? ଏହା ସହିତ ପଢନ୍ତୁ ଆଜିର 10 + Anuchinta

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜ କର୍ମ ଶେଷ କରି ନିଜ ଶରୀରକୁ ଆରାମ ଦେବା ପାଇଁ ରାତିରେ ଶୋଇ ଥାନ୍ତି । ସମସ୍ତ ଲୋକ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ତଳେ ତକିଆ ଦେଇ ଶୋଇଥାନ୍ତି ।

ହେଲେ ବନ୍ଧୁଗଣ ଶୋଇବା ସମୟରେ ତକିଆ ତଳେ ଏମିତି କିଛି ଜିନିଷ ଅଛି ଯାହାକୁ ରଖିବା ଦ୍ଵାରା ବହୁତ ମଙ୍ଗଳ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଜିନିଷ ଗୁଡିକ ବିଷୟରେ ।

୧. ସବୁଜ କପଡାରେ ମୁଗକୁ ବାନ୍ଧି ତକିଆ ତଳେ ରଖି ଶୋଇଲେ ଏବଂ ସଖାଳୁ ମନ୍ଦିରରେ ସେହି ମୁଗକୁ ଦାନ କରିଦେଲେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ରହିଥାଏ । ଏହା ସହିତ ଆର୍ଥିକ ସ୍ଥିତି ମଝବୁତ ରହିଥାଏ ।

୨. ଗୋଟିଏ ଧଳା କପଡାରେ ପାନ ମାଧୁରୀ ବାନ୍ଧି ତକିଆ ତଳେ ରଖି ଶୋଇବା ଦ୍ଵାରା ଗ୍ରହଦଶା କମ ହୋଇଥାଏ ଏବଂ ଖରାପ ସ୍ଵପ୍ନ ଓ ମାନସିକ ଚିନ୍ତା ଦୂର ହୋଇଥାଏ ।

୩. ଶୋଇବା ସମୟରେ ତକିଆ ତଳେ କେତୋଟି ରସୁଣ ପାଖୁଡା ରଖି ଶୋଇବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସୁନିଦ୍ରା ଆସିଥାଏ ।

୪. ଯଦି ଶୋଇବା ସମୟରେ ପିଲା ଚମକୁ ଥାଏ କିମ୍ବା ଡରୁ ଥାଏ ତେବେ ତକିଆ ତଳେ ଗୋଟିଏ ଲୁହା ଜିନିଷ ରଖିବା ଦ୍ଵାରା ପିଲାଙ୍କ ଚମକିବା ବନ୍ଦ ହୋଇଥାଏ ଏବଂ ପିଲା ଆରମରେ ଶୋଇଥାନ୍ତି ।

୫. ସୋମବାର ଦିନ ରାତିରେ ତକିଆ ତଳେ ସିନ୍ଦୁର ରଖି ଶୋଇଲେ ଏବଂ ମଙ୍ଗଳବାର ଦିନ ତାକୁ ହନୁମାନ ମନ୍ଦିରରେ ଆର୍ପଣ କରିବା ଦ୍ଵାରା କାର୍ଯ୍ୟକ୍ଷେତ୍ରରେ ପ୍ରଗତି ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀଙ୍କ ବିବାଦ ଦୂର ହୋଇଥାଏ ।

୬. ତକିଆ ପାଖରେ କେବେହେଲେ ଘଣ୍ଟା ରଖି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଓ ତାହା ସହିତ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ।

୭. ତକିଆ ପାଖରେ କେବେବି ମନିପର୍ସ ରଖି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ଅଯଥା ଖର୍ଚ ବୃଦ୍ଧି ହୋଇଥାଏ ଏବଂ ସମ୍ପର୍କରେ ମଧୁରତା କମ ହୋଇଥାଏ ।

୮. ଶୋଇବା ବେଳେ କେବେବି ତକିଆ ତଳେ ବହି କିମ୍ବା ପେପର ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ନିଜର କାରିୟର ଏବଂ ବୁଦ୍ଧି ଉପରେ ଖରାପ ପ୍ରଭାବ ପଡିଥାଏ ।

୯. ଶୋଇବା ସମୟରେ କେବେବି ନିଜ ପାଖରେ ଚପଲ ରଖି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ମନ ବିକାର ଗ୍ରସ୍ତ ହୋଇଥାଏ ଏବଂ ଭଲ ନିଦ ଆସିନଥାଏ ।

୧୦. ଶୋଇବା ସମୟରେ କେବେହେଲେ ପାଣି ବୋତଲ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଏବଂ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

୧୧. ଶୋଇବା ସମୟରେ ହନୁମାନ ଚାଳିଶା ନିଜ ପାଖରେ ରଖିବା ଦ୍ଵାରା ବା ହନୁମାନ ଚାଳିଶା ପାଠ କରିବା ଶୋଇବା ଦ୍ଵାରା ଜୀବନରେ ମଙ୍ଗଳ ହୋଇଥାଏ ।

୧୨. ବାସ୍ତୁ ଅନୁସାରେ ଶୋଇବା ସମୟରେ ତକିଆ ତଳେ କୌଣସି ଚାବି ରଖି ଶୋଇବା ଉଚିତ ନୁହେଁ ଏହା ଦ୍ଵାରା ଆର୍ଥିକ ସମସ୍ଯା ଦେଖା ଦେଇଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *