Swapna Shastra- ସ୍ୱପ୍ନ ରେ ମୃତ ପରିଜନଙ୍କୁ ଦେଖିବାର ମାନେ କଣ ହୋଇଥାଏ ? ଶୁଭ ନା ଅଶୁଭ

ନମସ୍କାର ବନ୍ଧୁଗଣ ଆପଣ ମାନେ ଯେତେବେଳେ ନିଜର ପ୍ରିୟଜନ ଙ୍କୁ ହରାଇ ଥାଆନ୍ତି ସେତେବେଳେ ସେମାନେ ଆପଣ ଙ୍କ ସ୍ୱପ୍ନ କୁ ଆସିଥାନ୍ତି । ଯଦି ଏପରି କିଛି ହେଇଛି ତେବେ ଏଥିରେ ଡ଼ରିବାର କିଛି କାରଣ ନାହିଁ ।

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନ କୁ ନେଇ ଏକ ବିଶେଷ ଅର୍ଥ କୁହାଯାଇଛି । ଏହା ଛଡା ହିନ୍ଦୁ ଧର୍ମ ରେ ଏକ ଶାସ୍ତ୍ର ରହିଛି ଯାହାର ନାମ ସ୍ୱପ୍ନ ଶାସ୍ତ୍ର ସେଥିରେ ଆପଣ ନିଜ ସମସ୍ତ ସ୍ୱପ୍ନ ର ପ୍ରଶ୍ନ ର ଉତ୍ତର ସଠିକ ଭାବେ ପାଇ ପାରିବେ । ତେବେ ଆସନ୍ତୁ ସ୍ୱପ୍ନ ରେ ମୃ-ତ ପରିଜନ ଙ୍କ ଆସିବାର କାରଣ ବିଷୟରେ ଆଲୋଚନା କରି ନେବା ।

ସ୍ୱପ୍ନ ଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନ ର ନିଜ ନିଜର ଏକ ଭିନ୍ନ ଅର୍ଥ ରହିଛି । ଯାହା ଆମକୁ ଭବିଷ୍ୟତ ରେ ହେବାକୁ ଥିବା ଘଟଣାର ଅବଗତ କରାଇ ଥାଏ । ଏହି ସ୍ୱପ୍ନ ଭିତରୁ କିଛି ସ୍ୱପ୍ନ ମୃ-ତ ବ୍ୟକ୍ତି ଙ୍କ ସହ ମଧ୍ୟ ଯୋଡି ହୋଇ ରହିଥାଏ । ଯାହା ଆମକୁ କିଛି ସଙ୍କେତ ଦେଇଥାନ୍ତି ଯାହା ଜାଣିବା ଆବଶ୍ୟକ ଅଟେ ।

୧- ପ୍ରଥମ ରେ ହେଉଛି କୌଣସି ବ୍ୟକ୍ତି ଯଦି କିଛି ରୋଗ ରେ ପଡିକି ମୃ-ତ୍ୟୁ ଲାଭ କରିଥାଏ ଏବଂ ସେ ଆପଣ ଙ୍କ ସ୍ୱପ୍ନ ରେ ଏକଦମ ସୁସ୍ଥ ରୂପରେ ଦେଖା ଦିଅନ୍ତି ତେବେ ତାହାର ଅର୍ଥ କିମ୍ବା ସେ ଏହା ସଙ୍କେତ ଦେବାକୁ ଚାହୁଁଛନ୍ତି କି ତାଙ୍କ ର ଜନ୍ମ ଏକ ଭଲ ସ୍ଥାନରେ ହୋଇ ସାରିଛି ଏବଂ ଆପଣ ବର୍ତ୍ତମାନ ତାଙ୍କ ବିଷୟରେ ଅଧିକ ଚିନ୍ତା ନ କରି ନିଜ କାର୍ଯ୍ୟ ରେ ଆଗକୁ ବଢ଼ନ୍ତୁ । ଏହି ସ୍ୱପ୍ନ କୁ ଆଶ୍ଵାସନ ସ୍ୱପ୍ନ କୁହାଯାଏ ।

୨- ଦ୍ଵିତୀୟ ରେ ହେଉଛି ଯଦି କୌଣସି ବ୍ୟକ୍ତି ର ଅକାଳ ମୃ-ତ୍ୟୁ ହୋଇ ଯାଇଛି ଏବଂ ସେ ଆପଣ ଙ୍କ ସ୍ୱପ୍ନ ରେ ବେମାର ଅବସ୍ଥାରେ ଦେଖା ଦିଅନ୍ତି ତେବେ ଏହାର ଅର୍ଥ ତାଙ୍କର କୌଣସି ଅଧୁରା ଇଚ୍ଛା ରହି ଯାଇଛି ଏବଂ ଆପଣ ତାଙ୍କର ସେହି ଅଧୁରା ଇଚ୍ଛା କୁ ପୂର୍ଣ୍ଣ କରନ୍ତୁ ଏବଂ ଏହା ଦ୍ୱାରା ତାଙ୍କ ଆତ୍ମା କୁ ଶାନ୍ତି ମିଳେ ଏବଂ ଆପଣ ଙ୍କ ଘରେ ମଧ୍ୟ ସୁଖ ଶାନ୍ତି ବଜାୟ ରହିଥାଏ ଯଦି ଆପଣ ତାଙ୍କ ଇଚ୍ଛା କୁ ଜାଣି ମଧ୍ୟ ପୁରଣ କରନ୍ତି ନାହିଁ ତେବେ ଆପଣ ଙ୍କ ଘରେ ସର୍ଵଦା ଅସୁବିଧା ଏବଂ ଦୁଃଖ ରହିବ ।

 

୩- ତୃତୀୟ ରେ ହେଉଛି ଯଦି ଆପଣ ଙ୍କ ସ୍ୱପ୍ନ ରେ ଏକ ସୁସ୍ଥ ବ୍ୟକ୍ତି ମୃ-ତ୍ୟୁ ହୋଇ ଯାଇଥିବାର ନଜର ଆସିଥାଏ ତେବେ ଏହାର ଅର୍ଥ ସେହି ବ୍ୟକ୍ତି ର ଆୟୁଷ ଆହୁରି ଅଧିକ ବଢ଼ିଗଲା ।

୪- ଚତୁର୍ଥ ରେ ହେଉଛି ଆମ ସ୍ୱପ୍ନ ରେ ମୃ-ତ ପରିଜନ ଆସି କିଛି ନ କହି ଯଦି ଆପଣ ଙ୍କୁ ଆଶୀର୍ବାଦ କରନ୍ତି ତେବେ ଆପଣ କରୁଥିବା କାର୍ଯ୍ୟ ରେ ଆପଣ ସଫଳ ହେବେ ଏବଂ ଯଦି ସେମାନେ ସ୍ୱପ୍ନ ରେ ଆସି ଦୁଃଖୀ ହୁଅନ୍ତି ତେବେ ଆପଣ କରୁଥିବା କାର୍ଯ୍ୟ ରେ ଆପଣ ବିଫଳ ହେବେ ଏବଂ ସେହି କାର୍ଯ୍ୟ କୁ ଆପଣ ତୁରନ୍ତ ବନ୍ଦ କରି ଦିଅନ୍ତୁ ।

୫- ପଞ୍ଚମ ରେ ହେଉଛି ଯଦି ମୃ-ତ ପରିଜନ ଆପଣ ଙ୍କୁ ନିବସ୍ତ୍ର ଏବଂ ଭୋକିଲା ଆଦି ଦେଖା ଦିଅନ୍ତି ତେବେ ସେ ଆପଣ ଙ୍କୁ ସେହି ଜିନିଷ କୁ ମାଗୁଛନ୍ତି ଏବଂ ଆପଣ ସେହି ଜିନିଷ କୁ ମନ୍ଦିର କିମ୍ବା ବ୍ରାହ୍ମଣ କୁ ଦାନ କରି ତାଙ୍କୁ ସ୍ମରଣ କରନ୍ତୁ ।

୬- ଷଷ୍ଠ ରେ ଯଦି କୌଣସି ମୃ-ତ ପରିଜନ ଆପଣ ଙ୍କୁ ଆକାଶ ରେ ଥାଇ ଆଶୀର୍ବାଦ କରୁଛନ୍ତି ଏଭଳି ସ୍ୱପ୍ନ ର ଅର୍ଥ ସେ ମୋକ୍ଷ ପାଇ ସାରିଛନ୍ତି ଏବଂ ଯଦି ସେ ଆପଣ ଙ୍କ ଘରେ କିମ୍ବା କୌଣସି ସ୍ଥାନରେ ଦେଖା ଯାଆନ୍ତି ତେବେ ଏହାର ଅର୍ଥ ସେ ମୋକ୍ଷ ପାଇଁ ନାହାନ୍ତି ଆପଣ ତାଙ୍କୁ ପିଣ୍ଡ ଦାନ କରି ତାଙ୍କୁ ମୋକ୍ଷ ପ୍ରାପ୍ତି କରାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *