ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ମନୁଷ୍ୟ ନିଜ ଜୀବନରେ ଶୋଇବା ସମୟରେ ସବୁବେଳେ କିଛି ନା କିଛି ସ୍ଵପ୍ନ ଅବଶ୍ୟ ଦେଖିଥାଏ । ବେଳେ ବେଳେ ଦେଖିଥିବା ଏହି ସ୍ଵପ୍ନ ଆମ ଜୀବନର ଆସୁଥିବା ଭବିଷ୍ୟତ ର ଭଲ କିମ୍ବା ଖରାପ ସମୟର ସୂଚନା ବିଷୟରେ ହୋଇଥାଏ । ମଣିଷ ଶୋଇଥିବା ସମୟରେ ପରମାତ୍ମା ସ୍ଵପ୍ନ ମାଧ୍ୟମରେ କିଛି ଏପରି ସଂକେତ ମାନ ଦେଇଥାନ୍ତି, ଯାହାଦ୍ୱାରା କି ମଣିଷ ନିଜର ଆସୁଥିବା ସମୟ ବିଷୟରେ ଜାଣି ପାରିବ ।
ପ୍ରାୟତଃ ଦେଖା ଯାଇଥାଏ କି କିଛି ଲୋକ ଦେଖିଥିବା ସ୍ଵପ୍ନ କୁ ଯାଇ ପ୍ରାୟତଃ ସମସ୍ତଙ୍କ ନିକଟ ରେ ଖୁସି ହୋଇ ବାନ୍ଟି ଦେଇଥାନ୍ତି । କିନ୍ତୁ ବନ୍ଧୁଗଣ ଏହାଦ୍ବାରା ସ୍ଵପ୍ନ ର ସଂପୂର୍ଣ୍ଣ ଫଳ ମନୁଷ୍ୟ ପ୍ରାପ୍ତ କରିପାରେ ନାହିଁ । ସ୍ଵପ୍ନ ଶାସ୍ତ୍ର ଅନୁସାରେ କିଛି ଏପରି ସ୍ଵପ୍ନ ରହି ଅଛି ଯାହାକୁ ଦେଖିବା ମାତ୍ରେ କେବେ ମଧ୍ୟ କାହା ଆଗରେ କହିବା ଠିକ ହୋଇ ନଥାଏ । ଏହି ସ୍ଵପ୍ନ ଗୁଡିକ ବିଷୟରେ ଏପରି କି ନିଜ ପରିବାରର ଲୋକ ମାନଙ୍କ ସହ ମଧ୍ୟ ବାଣ୍ଟିବା ଠିକ ହୋଇ ନଥାଏ ।
ବନ୍ଧୁଗଣ ଶୋଇବା ସମୟରେ ସ୍ଵପ୍ନ ଦେଖିବା ଏକ ଅତ୍ୟନ୍ତ ସାମାନ୍ଯ ପ୍ରକ୍ରିୟା ହୋଇଥାଏ । ବେଳେ ବେଳେ କିଛି ସ୍ଵପ୍ନ ଏପରିଥାଏ ଯାହାକି ଶୋଇକି ଉଠିବା ପରେ ଆମର କିଛି ମନେ ରହି ନଥାଏ । କିନ୍ତୁ ପୁଣି କିଛି ସ୍ଵପ୍ନ ଏପରି ଥାଏ, ଯାହାକି ଚାହିଁକି ମଧ୍ୟ ଭୁଲି ହୋଇ ନଥାଏ । ଶାସ୍ତ୍ର ଅନୁସାରେ ଦେଖିଥିବା ସ୍ଵପ୍ନ କୁ ଅନ୍ୟର ସହ ବାନ୍ଟି ଦେବା ଦ୍ଵାରା ଭବିଷ୍ୟତ ରେ ମିଳିବାକୁ ଥିବା ଫଳ ସଂପୂର୍ଣ୍ଣ ରୂପରେ ଆଉ ମିଳି ପାରି ନଥାଏ ।
କେବେ ମଧ୍ୟ ପ୍ରକୃତି ସହିତ ଜଡିତ କୌଣସି ସ୍ଵପ୍ନ ଦେଖୁଛନ୍ତି, ଅର୍ଥାତ ପାହାଡ, ନଦୀ, ଗଛ ଆଦି ଏପରି କିଛି ସୌନ୍ଦର୍ଜ୍ୟ ମୟ ସ୍ଵପ୍ନ ଦେଖୁଛନ୍ତି । ତେବେ ଏପରି ସ୍ଵପ୍ନ କେବେ ମଧ୍ୟ କାହାସହ ବାଣ୍ଟନ୍ତୁ ନାହିଁ । ଏହାଦ୍ଵାରା ଆପଣ ଙ୍କୁ ଏହାର ସଂପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ । କାରଣ ଏଭଳି ସ୍ଵପ୍ନ ଦେଖିବାର ଅର୍ଥ ହେଉଛି କି ନିକଟ ଭବିଷ୍ୟତ ରେ ଆପଣଙ୍କ ଜୀବନରେ କିଛି ବିଶେଷ ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଅଛି ।
ଦ୍ଵିତୟରେ ବନ୍ଧୁଗଣ ବେଳେବେଳେ ଆମେ କିଛି ମୃତ୍ୟୁ ଜନିତ ସ୍ଵପ୍ନ ଦେଖିଥାଉ । ଯାହା ଦେଖି ଆମେ ବିଚଳିତ ହୋଇ ଏହି ସ୍ଵପ୍ନ ସମ୍ବନ୍ଧରେ ଯାଇ କାହା ଆଗରେ ସବୁକିଛି କହି ଦେଇଥାଉ । କିନ୍ତୁ ବନ୍ଧୁଗଣ ଏପରି କିଛି କରିବା ଠିକ ହୋଇ ନଥାଏ । କାରଣ ଏହି ସ୍ଵପ୍ନର ବାସ୍ତବିକ ଅର୍ଥ ହେଉଛି ନିକଟ ଭବିଷ୍ୟତ ରେ ଆପଣ ଙ୍କର ଜୀବନରେ ଚାଲି ଆସୁଥିବା ସମସ୍ତ ସମସ୍ଯା ଗୁଡିକର ସମାଧାନ ହେବାକୁ ଯାଉଅଛି ।
ତୃତୀଯରେ ବନ୍ଧୁଗଣ ଯଦି ଆପଣ କେବେ ସ୍ଵପ୍ନ ରେ ସର୍ପ ଦର୍ଶନ କରୁଛନ୍ତି । ତେବେ ଅମଧ୍ୟ ଏହି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ । କାରଣ ସ୍ଵପ୍ନ ରେ ସାପ ଦେଖିବାର ବାସ୍ତବିକ ଅର୍ଥ ହେଉଛି ନିଆକ୍ଟ ଭବିଷ୍ୟତ ରେ ଆପଣଙ୍କୁ ଧନ ମିଳିବାର ସୁଯୋଗ ରହିଅଛି । କିନ୍ତୁ ଯଦି ଆପଣ ଏହା କାହା ସମୀପ ରେ କହି ଦିଅନ୍ତି, ତେବେ ଆପଣଙ୍କୁ ଏହାର ସଂପୂର୍ଣ୍ଣ ଫଳ ମିଳି ପାରିବନି ।
ଚତୁର୍ଥ ରେ ବନ୍ଧୁଗଣ ଜାଫଡି ଆପଣ ଙ୍କୁ କୌଣସି ଆଧ୍ୟାତ୍ମିକ ଦର୍ଶନ ବା କୌଣସି ଭଗବାନ ଙ୍କର ଦର୍ଶନ ମିଳେ ତେବେ ଏହାର ଅର୍ଥ ହେଉଛି ନିକଟ ଭବିଷ୍ୟତ ରେ ଆପଣଙ୍କୁ ଶୀଘ୍ର ହିଁ କିଛି ସଫଳତା ପ୍ରାପ୍ତ ହେବ । ତାହାସହ ଜୀବନରେ ସୁଖ ଶାନ୍ତି ଭରିଯିବ । ସେଥିପାଇଁ ବନ୍ଧୁଗଣ ଏହି ସ୍ଵପ୍ନ କୁ କେବେ ମଧ୍ୟ କାହାକୁ କୁହନ୍ତୁ ନାହିଁ ।
ପଞ୍ଚମ ରେ ବନ୍ଧୁଗଣ ଯଦି ଆପଣ ସ୍ଵପ୍ନ ରେ ମାଛ ର ପହଁରୁଥିବା ବା ପାଣି ରେ ଖେଳୁଥିବା କିମ୍ବା କୌଣସି ମଣିଷ ମାଛ ଖାଉଥିବା ଆଦି ସ୍ଵପ୍ନ ଦେଖିଥାଏ, ତେବେ ଏହାର ଅର୍ଥ ନିକଟ ଭବିଷ୍ୟତ ରେ ଆପଣଙ୍କୁ ଖୁବ ଧନ ମିଳିବାକୁ ଅଛି । ତେବେ ବନ୍ଧୁଗଣ ଯଦି ଆପଣ ଏପରି କିଛି ସ୍ଵପ୍ନ ଦେଖିଥାନ୍ତି, ତେବେ ଏହି ସ୍ଵପ୍ନ ବିଷୟରେ କେବେ ମଧ୍ୟ କାହାକୁ କିଛି କୁହନ୍ତୁ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ