ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରିବା କଥା ନୁହେଁ ଏହି 5 କାମ, ମାଡି ଆସେ ଭୟଙ୍କର ଦରିଦ୍ରତା

ହିନ୍ଦୁ ଧର୍ମ ଗ୍ରନ୍ଥରେ ଦିନ ଓ ରାତିର ବିଭିନ୍ନ ସମୟର ବିଭିନ୍ନ ମହତ୍ତ୍ଵ ରହିଛି। ସେଥିପାଇଁ କେଉଁ ସମୟରେ କଣ କରିବା ଉଚିତ୍ ଓ ଅନୁଚିତ୍ ସେହି ବିଷୟରେ କେତେକ ନିୟମ ମଧ୍ୟ ରହିଛି।

ଯେପରି ପ୍ରତ୍ୟୁଷରୁ ଉଠିବାର ଅନେକ ମହତ୍ତ୍ଵ ରହିଛି ସେହିପରି ସୂର୍ଯ୍ୟାସ୍ତ ସମୟରେ ବା ସୂର୍ଯ୍ୟାସ୍ତ ପରେ କେଉଁ କାର୍ଯ୍ୟ କରିବା ଉଚିତ୍ ଏବଂ ଅନୁଚିତ୍ ତାହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରା ଯାଇଛି। ତେବେ ଆଜି ଆମେ ଜାଣିବା ସୂର୍ଯ୍ୟାସ୍ତ ପରେ କେଉଁ କାର୍ଯ୍ୟ କରିବା ଅନୁଚିତ୍ ଅଟେ। ସର୍ବ ପ୍ରଥମେ ଆପଣ ସକାଳୁ ଉଠିବା ପରେ ସମ୍ପୂର୍ଣ୍ଣ ହୃଦୟରେ ଈଶ୍ବରଙ୍କ ଭକ୍ତି କରନ୍ତୁ। ଉଠିବା ମାତ୍ରେ ଈଶ୍ବରଙ୍କ ନାମ ସ୍ମରଣ କରନ୍ତୁ ଓ ସୂର୍ଯ୍ୟଦେବଙ୍କୁ ନମସ୍କାର କରିବାକୁ ଭୂଳନ୍ତୁ ନାହିଁ।

ସମ୍ଭବ ହେଉଥିଲେ ସୂର୍ଯ୍ୟଦେବଙ୍କୁ ଅବଶ୍ୟ ଜଳ ଅର୍ପଣ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି ରହିବ ଓ ସୂର୍ଯ୍ୟାସ୍ତ ସମୟରେ ନକାରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିବେ ନାହିଁ। ମାତ୍ର ସକାଳ ସମୟରେ ଏପରି କୌଣସି ଅଶୁଭ କାର୍ଯ୍ୟ କରନ୍ତୁ ନାହିଁ, ଯାହାର ପ୍ରଭାବ ଆପଣଙ୍କ ଜୀବନରେ ପଡ଼ିବ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟାସ୍ତ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ।

୧- ପ୍ରଥମରେ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛକୁ ସ୍ପର୍ଶ କରନ୍ତୁ ନାହିଁ। ଏପରିକି ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରାମୂଳରେ ଜଳ ମଧ୍ୟ ଅର୍ପଣ କରନ୍ତୁ ନାହିଁ। ବିଶ୍ୱାସ ରହିଛି କି ସୂର୍ଯ୍ୟାସ୍ତ ପରେ ତୁଳସୀଙ୍କୁ ସ୍ପର୍ଶ କଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି। ଯାହା ଦ୍ଵାରା ଆପଣଙ୍କ ଘରୁ ସୁଖ ସମୃଦ୍ଧି ନଷ୍ଟ ହୋଇ ଯାଇ ପାରେ ଓ ଦାରିଦ୍ର୍ୟତା ବଢେ। ସୂର୍ଯ୍ୟାସ୍ତ ପରେ ତୁଳସୀ ଚଉରା ମୂଳରେ ଦୀପ ଜଳାଇ ପାରିବେ। ମାତ୍ର ତୁଳସୀଙ୍କୁ ସ୍ପର୍ଶ କରିବା ବର୍ଜିତ ବୋଲି ମାନାଯାଏ।

୨- ସୂର୍ଯ୍ୟାସ୍ତ ପରେ ଦହି ଦାନ କରିବା ଅନୁଚିତ୍ ଅଟେ। ଦହିକୁ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ ଖାଦ୍ୟ ପଦାର୍ଥ ମାନାଯାଏ ଓ ଶୁକ୍ର ଧନ ବୈଭବର ପ୍ରଦାତା ଅଟନ୍ତି। ସୂର୍ଯ୍ୟାସ୍ତ ସମୟରେ ବା ସୂର୍ଯ୍ୟାସ୍ତ ପରେ ଦହି ଦାନ କଲେ ସୁଖ ସମୃଦ୍ଧି ହ୍ରାସ ପାଏ ଓ ଆର୍ଥିକ ସମସ୍ୟା ବଢେ ବୋଲି କୁହାଯାଏ। ସେଥିପାଇଁ ସୂର୍ଯ୍ୟାସ୍ତ ସମୟରେ କେହି ଦହି କିମ୍ବା ଅନ୍ୟ କୌଣସି ଧଳା ରଙ୍ଗର ଜିନିଷ ମାଗିଲେ ମନା କରିଦେବା ଉଚିତ୍।

୩- ସୂର୍ଯ୍ୟାସ୍ତ ସମୟରେ ଶୋଇବା ବର୍ଜିତ ମାନାଯାଏ। ଏହା ସହ ଏହି ସମୟରେ ଭୋଜନ ମଧ୍ୟ କରିବା ଉଚିତ୍ ନୁହେଁ। ଏହା ଦ୍ବାରା ସ୍ବାସ୍ଥ୍ୟ ହାନି ହୋଇଥାଏ। ବିଶେଷ କରି ଘରର ମହିଳା ଏହି ସମୟରେ ଶୋଇଲେ ମା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି। ଶାସ୍ତ୍ରରେ ସୂର୍ଯ୍ୟାସ୍ତ ସମୟକୁ ପୂଜା ଅର୍ଚ୍ଚନାର ସମୟ ବୋଲି କୁହା ଯାଇଛି।

୪- ଘର ଝାଡୁ କରିବା ବା ସଫା ସୁତୁରା କରିବାର ଥିଲେ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ କରିବା ଉଚିତ୍। ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଦ୍ୱାରା ମା ଲକ୍ଷ୍ମୀ ଚାଲି ଯାଆନ୍ତି ଓ ଧନର ଅଭାବ ହୁଏ। ସେଥିପାଇଁ ସୂର୍ଯ୍ୟାସ୍ତ ସମୟରେ ଝାଡୁ ପୋଛା ଲଗାନ୍ତୁ ନାହିଁ।

୫- ସୂର୍ଯ୍ୟାସ୍ତ ସମୟରେ ବା ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ ବାଳ ଓ ନଖ ଆଦି କାଟନ୍ତୁ ନାହିଁ। ଏହା ଦ୍ବାରା ବ୍ୟକ୍ତିର ଜୀବନରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ ଓ ଜୀବନରେ ଦୁର୍ଭାଗ୍ୟ ଆସେ। ସେଥିପାଇଁ ଭୁଲ୍ ରେ ମଧ୍ୟ ଏପରି କରନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *