ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅକ୍ଟୋବର ମାସ ୨୫ ତାରିଖ ମଙ୍ଗଳ ବାର ଦିନ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ଅର୍ଥାତ ଦୀପାବଳୀ ଅମାବାସ୍ୟା ଦିନ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବା ପାଇଁ ଯାଉଛି । ଏହି ପରାଗ ଓଡିଶା ସମେତ ସମସ୍ତ ଭାରତ ବର୍ଷରେ ଲାଗିବା ପାଇଁ ଯାଉଛି । ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଥାଏ । ପରାଗ ଲାଗୁଥିବା ସମୟରେ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ ।
ହାଣ୍ଡି ଛାଡ଼ର ସଠିକ ସମୟ ଅବଧି ହେଉଛି ୨୪ ଅକ୍ଟୋବର ସୋମବାର ରାତ୍ରି ୯ ଟା ୨୫ ମିନିଟ ରୁ ୨୫ ଅକ୍ଟୋବର ମଙ୍ଗଳ ବାର ଦିନ ୨ ଟା ୩୧ ମିନିଟ । ସୂର୍ଯ୍ୟ ପରାଗ ଲାଗିବାର ସମୟ ୨୫ ଅକ୍ଟୋବର ମଙ୍ଗଳ ବାର ୧୨ ଟା ୧୧ ମିନିଟ ଠାରୁ ଆରମ୍ଭ ହୋଇବ । ସର୍ବାଧିକ ସୂର୍ଯ୍ୟ ପରାଗ ୧ ଟା ୨୧ ମିନିଟରେ ଆରମ୍ଭ ହୋଇବ । ଏହାର ଅବଧି ମାତ୍ର ୩୪ ସେକେଣ୍ଡ ।
ଶେଷ ବା ମୋକ୍ଷ ପ୍ରାପ୍ତି ଦିନ ୨ ଟା ୩୧ ମିନିଟ । ଏହାର ଅବଧି ସମୟ ୨ ଟା ୧୯ ମିନିଟ ଏବଂ ୩୬ ସେକେଣ୍ଡ । ସୂର୍ଯ୍ୟ ପରାଗର ସଂପୂର୍ଣ୍ଣ ସମୟ ଅବଧି ମହିଳା ଗର୍ଭବତୀ ମାନଙ୍କ ପାଇଁ ଅଶୁଭ । ତେଣୁ ଏହି ସମୟରେ ଗର୍ଭବତୀ ମହିଳା ବାହାରକୁ ନଯାଇ ଘରେ ସତର୍କତାର ସହ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷ କଟାକାଟି କିମ୍ବା ସିଲେଇ କରନ୍ତୁ ନାହିଁ ।
ନଚେତ ଏହାର ପ୍ରଭାବ ଆପଣଙ୍କ ଗର୍ଭସ୍ଥ ସନ୍ତାନ ଉପରେ ପଡିବ । ଏହି ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ । ସୂର୍ଯ୍ୟ ପରାଗ ସମୟରେ ସର୍ବ ସାଧାରଣ ଲୋକ ମାନେ କେତେକ କାର୍ଯ୍ୟ କରନ୍ତୁ ନାହିଁ । ଏହି ସମୟରେ ରୋଷେଇ କରନ୍ତୁ ନାହିଁ କିମ୍ବା ରୋଷେଇ କରିଥିବା ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ।
ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଅଶୁଭ ହୋଇଥାଏ । ବାହାରକୁ ଯିବା କିମ୍ବା କାହା ସହିତ କଥା ବାର୍ତ୍ତା ହେବା ମଧ୍ୟ ଅନୁଚିତ । ଏହି ସୂର୍ଯ୍ୟ ପରାଗ ସମୟ ୮ ଗୋଟି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବା ପାଇଁ ଯାଉଛି । ସେହି ୮ ଗୋଟି ରାଶି ହେଉଛି ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, କୁମ୍ଭ ରାଶି, ବୃଷ ରାଶି, ମେଶ ରାଶି, ଧନୁ ରାଶି, ମୀନ ରାଶି ।
ଏହି ୮ ଟି ରାଶି ମାନଙ୍କୁ ଛାଡି ଅନ୍ୟ ୪ ଗୋଟି ରାଶିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗର ସମୟ ଅଶୁଭ ବିବେଚିତ ହେଉଛି । ତେଣୁ ଏହି ୪ ଟି ରାଶି ନିଜ ପ୍ରତି ଅଧିକ ସତର୍କ ଅବଲମ୍ବନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ