Vastu Tips- ସୂର୍ଯ୍ୟଙ୍କୁ ଅର୍ପଣ କରୁଛନ୍ତି କି ଜଳ, ହୋଇଯାନ୍ତୁ ସାବଧାନ ! ଏହି ଭୁଲ କଲେ ବିପଦ

ପୁରାଣ ଅନୁସାରେ ପ୍ରତେକ ମାନବ ଜାତିକୁ ସ୍ନାନ କରିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ । ଜଳ ଅର୍ପଣ କରିବା ସମୟରେ ତମ୍ବା ଲୋଟାରେ ମନ୍ଦାର ଫୁଲ ରଖି କରିଲେ ବହୁତ ଶୁଭ ଫଳ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କୁ ସୂର୍ଯ୍ୟ ଦେବତାଙ୍କୁ ଜଳ ସମର୍ପଣ କରିବା ସମୟରେ କେଉଁ ଭୁଲ କରିବା ଠିକ ନୁହେଁ ଏହି ବିଷୟରେ କହିବାକୁ ଯାଉଛୁ । ୧- ସୂର୍ଯ୍ୟ ଦେବତାଙ୍କୁ ଜଳ ଦେବା ସମୟରେ ପୂର୍ବ ଦିଗକୁ ମୁଖ କରି ସମର୍ପଣ କରିବା ଉଚିତ । ଯେଉଁ ସମୟରେ ସୂର୍ଯ୍ୟଙ୍କର ଦିଗ ପୂର୍ବ ଦିଗରେ ଥିବ ସେହି ସମୟରେ ଜଳ ଅର୍ପଣ କରିବା ଉଚିତ । ଜଳ ଅର୍ପଣ କରିବା ସମୟରେ ଯେପରି ଜଳ ପାଦରେ ନ ପଡେ ସେଥି ପ୍ରତି ଧ୍ୟାନ ଦେବା ଉଚିତ । ଜଳ ଅର୍ପଣ କରିବା ସମୟରେ “ଓମ ସୁର୍ଜ୍ଯାୟ ନମଃ” ମନ୍ତ୍ର ପାଠ କରିବା ଉଚିତ ।

୨- ସ୍ନାନ ନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାଇବା ଅନୁଚିତ । ଏପରି କରିବା ଦ୍ଵାରା ସମସ୍ତ କାମ ବିଫଳ ହୋଇଥାଏ । ତେଣୁ ସ୍ନାନ କରିବା ପରେ ଜଳ ଅର୍ପଣ କରିବା ଉଚିତ ।

୩- ସୂର୍ଯ୍ୟ ଦେବତାଙ୍କୁ ଜଳ ଦେବା ସମୟରେ ତମ୍ବା ପାତ୍ରର ଉପଯୋଗ କରିବା ଉଚିତ । କୌଣସି ପ୍ଲାଷ୍ଟିକ ବା କାଚ ପତ୍ରର ବ୍ୟବହାର କରିବା ଠିକ ନୁହେ ।

୪- ପ୍ରତେକ ଦିନ ବ୍ରହ୍ମ ମୂହୁର୍ତ୍ତରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଦାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ସକାଳ ୩ଟା ରୁ ୫ଟା ଯାଏଁ ଜଳ ଅର୍ପଣ କରିବାର ସବୁଠାରୁ ଭଲ ସମୟ ମାନାଯାଏ । ପୁରା ସ୍ଵଚ୍ଛତାର ସହ ସୂର୍ଯ୍ୟ ଦେବତାଙ୍କୁ ଜଳ ଦାନ କରିବା ଉଚିତ ।

୫- ସୂର୍ଯ୍ୟ ଦେବତାଙ୍କୁ ଜଳ ଦାନ କରିବା ସମୟରେ ଚାଉଳ ଓ ମନ୍ଦାର ଫୁଲ ବ୍ୟବହାର କରିବା ଆବଶ୍ୟକ ଅଟେ ।

୬- ସୂର୍ଯ୍ୟ ଦେବତାଙ୍କୁ ଜଳ ଦାନ କରିବା ସମୟରେ ବ୍ଯକ୍ତିର ହାତ ନିଜ ମୁଣ୍ଡ ଉପରେ ରହିବା ଉଚିତ । ଯେତେବେଳେ ଜଳର ଧାରା ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରିବା ବେଳେ ପଡିଥାଏ ସେହି ସମୟରେ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିବା ଉଚିତ ।

୭- ସୂର୍ଯ୍ୟ ଦେବତାଙ୍କୁ ଜଳ ଦାନ କରିବା ସମୟରେ ଚପଲ ପିନ୍ଧିବା ଉଚିତ ନୁହେ । ଏହା କରିବା ଦ୍ଵାରା ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ ଖାଲି ପାଦରେ ଜଳ ଦାନ କରିବା ଉଚିତ ।

୮- ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ଦାନ କରିବା ଉଚିତ କାରଣ ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କର ଦିନ । ଏହି ଦିନ ଆମିଷ ଖାଇବା ବର୍ଜନୀୟ ଅଟେ । ନାଲି ରଙ୍ଗର ପରିବା ଓ ମସୁର ଡାଲିର ସେବନ କରିବା ଅନୁଚିତ । ରବିବାର ଦିନ ନାଲି ବସ୍ତ୍ର ଧାରଣ କରିବା ଅଶୁଭ ହୋଇଥାଏ । ଏହି ଦିନ ମିଠା ଜାତୀୟ ଖାଦ୍ଯ ସେବନ କରିଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *