ସୁଦଶା ବ୍ରତ ପିନ୍ଧି ଚିକେନ ଖାଇଲେ କଣ ଅସୁବିଧା ହୋଇଥାଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଆ ଘରର ପ୍ରତ୍ଯେକ ଗୃହିଣୀ ମାନେ ମା ଲକ୍ଷ୍ମୀଙ୍କର ସମସ୍ତ ଓଷା ବ୍ରତ କରିଥାନ୍ତି । ମା ଲକ୍ଷ୍ମୀଙ୍କର ସୁଦଶା ବ୍ରତ ନାମରେ ଏକ ଓଷା ରହିଅଛି । ଯାହା ମା ଲକ୍ଷ୍ମୀଙ୍କର ଏହି ଓଷା ବହୁତ ହିଁ ପ୍ରିୟ ଓଷା ହୋଇଥାଏ । ଏହି ଓଷାରେ ମା ଲକ୍ଷ୍ମୀଙ୍କର ପୂଜା କରି ଘରର ଗୃହିଣୀ ମାନେ ସୁଦଶା ବ୍ରତ କରିଥାନ୍ତି । ତାପରେ ସେହି ସୁଦଶା ବ୍ରତରେ ମା ଲକ୍ଷ୍ମୀଙ୍କର ୧୦ ନାମରେ ୧୦ଟି ଗଣ୍ଠି ପକାଇ ବ୍ରତ ପରିଧାନ କରିଥାନ୍ତି ।

ଅନେକ ଲୋକଙ୍କର ମତରେ ସୁଦଶା ବ୍ରତ ପରିଧାନ କରିସାରିବା ପରେ ଆମିଷ ଖାଇବାକୁ ବାରଣ କରାଯାଇଥାଏ । ବିଶେଷ କରି କୁକୁଡାର ମାଂସ ଓ ଅଣ୍ଡା ଖାଇବାକୁ ବାରଣ କରାଯାଇଥାଏ । ବହୁତ ଲୋକ ମାନଙ୍କ ମତରେ ଆମିଷର ଅନ୍ୟାନ୍ୟ ଭୋଜନ ଯେପରି ମାଛ, ଛେଳି ମାଂସ ଆଦି ଖାଇପାରିବ କିନ୍ତୁ କୁକୁଡା ମାଂସ ସୁଦଶା ବ୍ରତ ଧାରଣ କରିସାରିଲା ପରେ ଖାଇବା ଅନୁଚିତ ।

ଏହି କଥାର ପ୍ରକୃତ ସତ୍ୟ କଥାଟି ବିଷୟରେ ଜାଣିବାକୁ ପାଇବେ । କୁକୁଡା ହେଉଛି ଏକ ବିଷ୍ଠା ଖାଉଥିବା ପ୍ରାଣୀ । ସେଥିପାଇଁ କୁକୁଡା ମାଂସ ଖାଇବା ଦ୍ଵାରା ଶରୀର ଅପବିତ୍ର ହୋଇଯାଇଥାଏ । ତେଣୁ ସୁଦଶା ବ୍ରତଧାରୀ ମାନଙ୍କୁ କୁକୁଡା ଖାଇବାକୁ ବାରଣ କରାଯାଇଥାଏ । ଯେଉଁ କୁକୁଡା ମାନେ ଫାର୍ମରେ ରହିଥାନ୍ତି । ସେମାନେ ଅନ୍ୟର ବିଷ୍ଠା ଯଦିଓ ଖାଇନଥାନ୍ତି ।

ସେହି ଫାର୍ମରେ ରହୁଥିବା କୁକଡା ମାନେ ନିଜ ବିଷ୍ଟାକୁ ବା ଝାଡାକୁ ନିଜେ ଖାଇଥାନ୍ତି । ତେଣୁ କୁକୁଡା ମାନେ ଯେହେତୁ ନିଜର ହେଉ ବା ଅନ୍ୟର ହେଉ ବିଷ୍ଠା ଭଳି ବର୍ଜ୍ୟବସ୍ତୁକୁ ସେବନ କରୁଥାନ୍ତି । ତେଣୁ ଯେଉଁ ଲୋକମାନେ କୁକୁଡା ମାଂସ ବା ତା’ ର ଅଣ୍ଡାକୁ ଖାଇଥାନ୍ତି । ସେହି ଲୋକମାନେ ପରୋକ୍ଷ ଭାବରେ ବିଷ୍ଠାକୁ ମଧ୍ୟ ଖାଇଥାନ୍ତି ବୋଲି ଆଗ କାଳର ଲୋକ ମାନଙ୍କର ଧାରଣା ରହିଥାଏ ।

ତେଣୁ ଯେଉଁ ମାନେ ସୁଦଶା ବ୍ରତ କରିଥାନ୍ତି । ସେହି ମହିଳା ମାନଙ୍କ ମଧ୍ୟରୁ କେତେକ ମହିଳା ମାଛ, ଚୁଙ୍ଗୁଡୀ କିମ୍ବା ଛେଳି ମାଂସ ଆଦି ଖାଇବାକୁ ସମର୍ଥନ କରିଥାନ୍ତି କିନ୍ତୁ କୁକୁଡାରୁ ପ୍ରସ୍ତୁତ କୌଣସି ଖାଦ୍ୟ ଖାଇବାକୁ ବାରଣ କରିଥାନ୍ତି । କାରଣ ଆଗ କାଳରେ ଏକ ବିବାହିତ ମହିଳା ପୂଜା ପାଠ କରିବା ସହିତ ମା ଲକ୍ଷ୍ମୀଙ୍କର ବହୁତ ହିଁ ପ୍ରିୟ ଥିଲା । ତେଣୁ ମା ଲକ୍ଷ୍ମୀ ସେହି ମହିଳା ଉପରେ ସଦା ସର୍ବଦା ପ୍ରସନ୍ନ ରହିଥିଲେ ।

ସେହି ମହିଳା ଥରେ ଭୁଲ୍ ବଶତଃ ବିଷ୍ଠା ସେବନ କରିଦେଇଥିବାରୁ ମା ଲକ୍ଷ୍ମୀ ସେହି ମହିଳା ଉପରେ ଅସନ୍ତୁଷ୍ଠ ହୋଇଯାଇଥିଲେ । ସେହି ଦିନ ଠାରୁ ମା ଲକ୍ଷ୍ମୀ ସେହି ମହିଳାର ଘରୁ ଚାଲିଯାଇଥିଲେ । ବହୁ ପୁରୁଣା ସମୟର ଏହି କାରଣ ଯୋଗୁ ବିଷ୍ଟା ଖାଉଥିବା ପ୍ରାଣୀ ତଥା କୁକୁଡାର ମାଂସ ଓ ଅଣ୍ଡା ଖାଇବାକୁ ସୁଦଶା ବ୍ରତ ପିନ୍ଧିଥିବା ମହିଳା ମାନଙ୍କୁ ବର୍ଜନ କରାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *