Vastu Tips- ଶୋଇଲା ସମୟରେ ନିଜର ପାଖରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ୧ ଜିନିଷ, ପରିବାର ହୋଇଯାଏ ବର୍ବାଦ, ଘରକୁ ଆସିଯାଇଥାଏ କାଙ୍ଗାଳି

ନମସ୍କାର ବନ୍ଧୁଗଣ , ଆମ ଆଖପାଖରେ ରହିଥିବା ବସ୍ତୁ ଏବଂ ଜିନିଷ ଆମ ଜୀବନରେ ପ୍ରଭାବ ପକେଇଥାଏ । କିନ୍ତୁ ଏହି ବିଷୟ ପ୍ରତି ଆମେ ଅଜଣା  ରହିଥାଉ । ଆମେ ସାଧାରଣ ଭାବରେ କିଣି ଆଣିଥିବା ବସ୍ତୁ ଆମ ଜୀବନରେ କେଉଁ ପ୍ରଭାବ ପକାଏ ଏହା କେହିବି ଜାଣନ୍ତି ନାହିଁ । କିନ୍ତୁ ଆମେ କିଛି ଏମିତି ଭୁଲ କରିଅଛୁ ଯାହା କରିବା ଦ୍ଵାରା ଆମ ସଫଳତାରେ ବାଧା ସୃଷ୍ଟି ହେଉଅଛି ।

ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ କେଉଁ ଜିନିଷକୁ ପାଖରେ ରଖିକି ଶୋଇବା ଅନୁଚିତ୍ ହୋଇଥାଏ । ଶୋଇଥିବା ସମୟରେ ଆମ ଶରୀର ନୀରବ ରୁହେ ଏବଂ କୋଣସି କାମ କରିନଥାଏ । କେବଳ ଶରୀର ଭିତରି ଅଙ୍ଗ ଗୁଡିକ କାମ କରିଥାନ୍ତି , ତେବେ ଏହି ସମୟରେ କେଉଁ ଜିନିଷ ପାଖରେ ରହିବା ଦ୍ଵାରା ଆମ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

ତେଣୁ ଆମ କୁ ଏହା ବିଷୟରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ , ଯେ କେଉଁ ଜିନିଷ କୁ ରଖିଲେ ଖରାପ ପ୍ରଭାବ ବଢିଥାଏ ଏବଂ କେଉଁ ଜିନିଷ କୁ ରଖିଲେ ଏହି ସମସ୍ତ ପ୍ରଭାବ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ପ୍ରଥମେ କେଉଁ ଜିନିଷ ଗୁଡାକୁ ଶୋଇଲା ବେଳେ ପାଖରେ ରଖିବା ଉଚିତ୍ ହୋଇଥାଏ । ଯଦି ଆପଣନାକୁ ନିଦ ଲାଗିବାରେ ଅସୁବିଧା ହୋଇଥାଏ  ତେବେ ଆପଣଙ୍କ ପାଇଁ ଏହି ଉପାୟ ଅଟେ ।

ଶୋଇଲା ସମୟରେ ଏକ କନା ରେ କର୍ପୁର ବାନ୍ଧି ଶୋଇଲା ବେଳେ ପାଖରେ ରଖିନିଅନ୍ତୁ ଏହା ସାକାରାତ୍ମକ ପ୍ରଭାବ କୁ ବୃଦ୍ଧି କରିଥାଏ । ଯଦି ଆପଣଙ୍କୁ  ଶୋଇବା ସମୟରେ ଖରାପ ସ୍ଵପ୍ନ ଆସିଥାଏ ତେବେ ଆପଣଙ୍କ ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ରହିଥାଏ , ତେଣୁ ଏହିଥିରୁ ମୁକ୍ତି ପାଇବା ପାଇଁ ହେଲେ ଏକ ଲାଲ କନାରେ ଚାଉଳ ବାନ୍ଧି ଶୋଇବା ତକିଆ ତଳେ ରାଖୀ ନେବେ ଏହା ଦ୍ଵାରା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ ।

ଆପଣଙ୍କ ରୁମରେ ଯେ କୋଣସି ସ୍ଥାନରେ ମୟୂର ପଙ୍ଖ ଲଗାଇବେ ଏହା ଦ୍ଵାରା କୋଣସି ପ୍ରକାରର ନକାରାତ୍ମକ ଊର୍ଜା ଆପଣଙ୍କ ପାଖକୁ ଆସିନଥାଏ ଏବଂ ଘରେ ସାକାରାତ୍ମକ ପ୍ରଭାବ ବଢି ଥାଏ । ଏବେ ଜାଣିବା କେଉଁ ଜିନିଷ କୁ ଶୋଇଲା ବେଳେ ଆପଣଙ୍କ ପାଖରେ ଆଦୌ ରଖିବେ ନାହିଁ । ପ୍ରଥମ ହେଉଛି ଶୋଇଲା ସମୟରେ ପାଖରେ ମଇଳା କପଡା ରଖିବା ଅନୁଚିତ୍ ହୋଇଥାଏ ।

କାରଣ ମଇଳା କପଡା ଦ୍ଵାରା ନକାରାତ୍ମକ ପ୍ରଭାବ ଅଧିକ ହୋଇଥାଏ ଏବଂ ଆପଣଙ୍କ କାର୍ଯ୍ୟରେ ବାଧା ଅସଫଳତା ହୋଇଥାଏ । ଚପଲ , ରୁମାଲ ଓ ମାସ୍କ ଯଦି ଆପଣ ଦିନ ସାରା ବ୍ୟବହାର କରିଥାନ୍ତି । କିନ୍ତୁ ରାତିରେ ଶୋଇବା ସମସ୍ୟରେ ଏହାକୁ ନିଜର ପାଖରେ ରଖିବା ଅନୁଚିତ୍ ହୋଇଥାଏ । ଏହାର ଦ୍ଵାରା ନକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ଅନେକ ସମୟରେ ଲୋକମାନଙ୍କୁ ରାତ୍ରି ଶୋଇଲା ବେଳେ ଯେକୋଣସି ବହି ପଢି ଶୋଇବାର ଅଭ୍ଯାସ ରହିଥାଏ ବେଳେ ବେଳେ ସୋଇପଡିଥାନ୍ତ ଏବଂ ଖଟ ଉପରେ ବହି ରାତି ସାରା ରହିଥାଏ ।

ଶାସ୍ତ୍ର ଅନୁସାରେ ପୁସ୍ତକ ଏବଂ ବହି ରେ ମା ‘ ସରସ୍ଵତୀ ଙ୍କ ନିବାସ ରହିଥାଏ ତେଣୁ କେବେ ବି ଖଟ ଉପରେ ବହି କୁ ରଖି ଶୋଇପଡିବା ଅନୁଚିତ୍ ହୋଇଥାଏ । ଏହି ସବୁ ଶୋଇଲା ବେଳେ କରିବା ଦ୍ଵାରା ନକାରାତ୍ମକ ଶକ୍ତି ର ପ୍ରଭାବ ବୃଦ୍ଧି ହୋଇଥାଏ । ତେଣୁ କରି ଏହାକୁ କରିବେ ନାହିଁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *