Skin care tips- ସ୍କିନକୁ ସୁନ୍ଦର ଓ ଚମକଦାର କରିବାକୁ ଚାହୁଁଛନ୍ତି କି ! ସାବୁନ ବଦଳରେ ଏହାକୁ ଲଗାଇ ଦେଖନ୍ତୁ ! 100 % ରେଜଲ୍ଟ !

ବନ୍ଧୁଗଣ ଚେହେରାକୁ ସୁନ୍ଦର ଓ ଚମକଦାର କରି ରଖିବା ପାଇଁ କିଏ ଅବା ନଚାହେଁ । ତେଣୁ ଅନେକ ଲୋକ ନିଜ ଚେହେରାକୁ ସୁନ୍ଦର କରିବା ପାଇଁ ମାର୍କେଟରୁ ବିଭିନ୍ନ ପ୍ରକାର ସାବୁନ, ଫେସୱାଶ ଓ କ୍ରିମ ଭଳି ଅନେକ କିଛି ସ୍କିନ ପ୍ରଡ଼କ୍ଟ ଆଣିଥାନ୍ତି । ହେଲେ ଏଠାରେ ଆମେ ଆପଣଙ୍କୁ ଆଜି ବହୁତ ଭଲ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ନିଜ ଚେହେରାରେ ଲଗାଇବା ଦ୍ଵାରା ସ୍କିନରୁ ସମସ୍ତ ଦାଗ ଦୂର ହୋଇ ଗ୍ଲୋ କରିବା ପାଇଁ ଲାଗିବ ।

ତେବେ ଏହି ରେମିଡି ପାଇଁ ଆପଣଙ୍କୁ ପ୍ରଥମେ ମଶୁର ଡାଲିର ଆବଶ୍ୟକତା ପଡିବ । ଦିତୀୟ ସାମଗ୍ରୀରେ ଚାଉଳର ଆବଶ୍ୟକ ପଡିବ । ଚାଉଳ ସ୍କିନର ଗୋରାପଣ ଆଣିବାରେ ସାହାଜ୍ଯ କରିଥାଏ । ତେବେ ପ୍ରଥମେ ଆପଣ ଚାଉଳ ଓ ଡାଲିକୁ ଏକ କପଡା ସାହାଜ୍ଯରେ ଭଲ ଭାବେ ପୋଛି ଦିଅନ୍ତୁ । ପରେ ଆପଣ ଏଥିରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାଇ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଯେପରି ଏହା ଟିକେ ଟିକେ ଖଦଡ ଅଂଶ ରହିଥିବ ।

ତ୍ଵଚାରେ ଚମକ ଆଣିବାରେ ହଳଦୀ ବହୁତ ଭଲ ଜିନିଷ ଅଟେ । ହଳଦୀରେ ଥିବା ଆଣ୍ଟିସେପ୍ଟିକ ଓ ଆଣ୍ଟିବ୍ୟାକଟେରିଆଲ ଗୁଣ ସ୍କିନ ପାଇଁ ବହୁତ ଲାଭକାରୀ ଅଟେ । ତେବେ ଆପଣ ପ୍ରସ୍ତୁତ କରିଥିବା ପାଉଡରକୁ ଏକ ଡବାରେ ଭର୍ତ୍ତି କରି ରଖିଦିଅନ୍ତୁ । ଯେତେବେଳେ ଆପଣ ଏହାର ବ୍ୟବହାର କରିବାକୁ ଯିବେ ।

 

ସେତେବେଳେ ଆପଣ ଏକ ଗ୍ରାଇଣ୍ଡିଙ୍ଗ ଜାରରେ ସେହି ପାଉଡରରୁ 2 ଚାମଚ ଓ 4 ରୁ 5 ଆଳୁ ଖଣ୍ଡ ମିଶାନ୍ତୁ । ଏକ ଆଳୁକୁ ଧୋଇ ତାହାକୁ ଟିକି ଟିକି ଖଣ୍ଡ କରି ସେଥିରେ ମିଶାଇବାକୁ ପଡିବ । ଗୋଟିଏ ଲେମ୍ବୁକୁ ଚୋପା ସହ ଛୋଟ ଛୋଟ ଖଣ୍ଡରେ କାଟି ସେଥିରେ ମିଶାନ୍ତୁ । ତାପରେ ସେଥିରେ 1 ଚାମଚ କ୍ଷୀର ରସ ମିଶାନ୍ତୁ । ତାପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ତାପରେ ଆପଣ ପ୍ରସ୍ତୁତ କରିଥିବା ସ୍କ୍ରବକୁ କେବଳ ଚେହେରାରେ ନୁହେଁ, ବଂର ହାତ ଗୋଡ ସଂପୂର୍ଣ୍ଣ ଶରୀରରେ ଏହାର ବ୍ୟବହାର କରିପାରିବେ । ସେହି ସ୍କ୍ରବକୁ ଆପଣ ସ୍କିନରେ ଲଗାଇ ଭଲରେ କିଛି ସମୟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ପରେ ଏହାକୁ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତୁ ।

ପରେ ଏହାକୁ ଧୋଇ ସେଥିରେ ଅଳ୍ପ ନଡିଆ ତେଲକୁ ମାଲିସ କରି ଚାହିଁଲେ ଧୋଇପାରିବେ । ତାପରେ ଏଥିରୁ ଆପଣ ସ୍କିନକୁ ମିଳିଥିବା ସୁନ୍ଦର ତଥା ଚମକଦାର ପ୍ରଭାବକୁ ନିଜେ ହିଁ ଦେଖିପାରିବେ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *