ନଡିଆ ତେଲର ଲାଭକାରୀ 5 ଟି ଫାଇଦା ! ନଡିଆ ତେଲର ବ୍ୟବହାର କରି ଦେଖନ୍ତୁ, Benefits of coconut oil

ବନ୍ଧୁଗଣ ତ୍ଵଚା ହେଉ ଅବା କେଶ ଉଭୟ ପାଇଁ ନଡିଆ ଏକ ବରଦାନ ସ୍ୱରୂପ ଅଟେ । ଏହାକୁ ଆମେ ଥଣ୍ଡା କି ଗରମ ଉଭୟ ଋତୁରେ ବ୍ୟବହାର କରିପାରିବା । ଏହା ଛଡା ପ୍ରତ୍ଯେକଟି ପୂଜା କାର୍ଯ୍ୟରେ ମଧ୍ୟ ନଡିଆକୁ ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନଡିଆର କେତେକ ଉପକାରୀତା ବିଷୟରେ କହିବା ପାଇଁ ଯାଉଛୁ । ନଡିଆ ଦ୍ଵାରା ଆମର କେତେ ଫାଇଦା ହୋଇପାରୁଛି । ନଡିଆ ତେଲର ଅନେକ ଉପକାରୀତା ମଧ୍ୟରୁ 5 ଟି ଅତ୍ୟନ୍ତ ଲାଭକାରୀ ଫାଇଦା ସମ୍ପର୍କରେ ଏଠାରେ କହିବା ପାଇଁ ଯାଉଛୁ ।

1- ନଡିଆ ଷ୍ଟ୍ରେଚ ମାର୍କର ଦାଗକୁ ଦୂର କରିବାରେ ଅନେକ ମାତ୍ରାରେ ସାହାଜ୍ଯ କରିଥାଏ । ଗର୍ଭାବସ୍ଥା ଦ୍ଵାରା ହେଉଥିବା ଷ୍ଟ୍ରେଚମାର୍କକୁ ଏହା ଦୂର କରିଥାଏ । ନଡିଆ ତେଲକୁ ସାମାନ୍ୟ ଉଷୁମ କରି ତାହାକୁ ଷ୍ଟ୍ରେଚମାର୍କ ଉପରେ ଲଗାନ୍ତୁ । ଏହାପରେ ପ୍ରେଗନେସି ପରେ ହେଉଥିବା ଦାଗକୁ ବହୁ ସହଜରେ ଆପଣ ଦୂର କରିପାରିବେ ।

2- କେଶ ପାଇଁ ଅନ୍ୟ ସବୁ ତେଲ ମାନଙ୍କ ମଧ୍ୟରୁ ନଡିଆ ତେଲ ସର୍ବୋତ୍ତମ ଅଟେ । କେଶର ଶୁସ୍ଖାତା ଓ ଡ୍ରାନଡ୍ରଫ ହଟାଇବା ପାଇଁ ନଡିଆ ତେଲ ବହୁତ ସାହାଜ୍ଯ କରିଥାଏ । କେଶ ସଫାକରିବାର ଗୋଟେ ଦିନ ପୂର୍ବରୁ ବା 1 ଘଣ୍ଟା ପୂର୍ବରୁ ଆପଣ ଯଦି ନଡିଆ ତେଲକୁ ନିଜ କେଶରେ ଲଗାଇ ପରେ ଏହାକୁ ଧୋଇ ନେବେ । ତେବେ ଆପଣ କେଶ ମଜଭୁତ ଓ ସିଲକି ରହିବ ।

3- ସ୍କିନର ଡେଡସେଲ୍ ଓ ଟୋନୀନ ହଟାଇବାରେ ନଡିଆ ତେଲ ବହୁତ ସାହାଜ୍ଯ କରିଥାଏ । ନଡିଆ ତେଲକୁ ମୁହଁରେ ଭଲ ଭାବେ ମାଲିସ କରି ଲଗାଇବା ଦ୍ଵାରା ଏହା ସ୍କିନରେ ଥିବା ସମସ୍ତ ଡେଡସେଲ୍ କୁ ହଟାଇଥାଏ । ଯାହା ଦ୍ଵାରା ମୁହଁରେ ଗୋରାପଣ ଓ ଗ୍ଲୋନେସ ଚେହେରାରେ ସ୍ପଷ୍ଠ ଭାବେ ଦେଖା ଯାଇଥାଏ ।

4- ନଡିଆ ତେଲ ମେକଅପ ରିମୁଭର ଭାବେ ମଧ୍ୟ ଭଲ କାର୍ଯ୍ୟ କରିଥାଏ । ତେଣୁ ମେକଅପକୁ ଚେହେରାରୁ ହଟାଇବା ପାଇଁ କୌଣସି ପ୍ରକାର ଦାମୀ ମେକଅପ ରିମୁଭର ଦରକାର ପଡିବ ନାହିଁ । ତୁଳା ସାହାଜ୍ଯରେ ନଡିଆ ତେଲକୁ ଲଗାଇ ମୁହଁରୁ ଆରାମରେ ସମସ୍ତ ମେକଅପ ଛଡାଇ ପାରିବେ ।

5- ଶକ୍ତ ନଖ ପାଇଁ ମଧ୍ୟ ନଡିଆ ତେଲର ବ୍ୟବହାର କରିପାରିବେ । ପ୍ରତିଦିନ ନଖର ତଳ ଭାଗରେ ନଡିଆ ତେଲକୁ ମାଲିସ କରିବା ଦ୍ଵାରା ନଖ ଭଲ ବଢିବା ସହ ଭାଙ୍ଗେ ମଧ୍ୟ ନାହିଁ । ତେଣୁ ନଡିଆ ତେଲରୁ ଆମେ ଏହା ବ୍ୟତିତ ଅନେକ କିଛି ମଧ୍ୟ ଉପକାରୀତା ଲାଭ କରିଥାଉ । ତେଣୁ ନଡିଆ ଓ ନଡିଆର ତେଲ ଆମ ପାଇଁ ବହୁତ ଲାଭକାରୀ ଏକ ଜିନିଷ ଅଟେ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *