Anuchinta- ସିନ୍ଦୁର ଲଗାଇବା ବେଳେ ଭୁଲରେ ବି ଏହି ଗୋଟିଏ କାମ କରନ୍ତୁ ନାହିଁ, ନହେଲେ ସ୍ଵାମୀ ହେଇଯିବେ ଭିକାରି, ଆସିଥାଏ ବିପଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ବିବାହିତା ମହିଳା ମାନେ ନିଜକୁ ଷୋଳ ଶୃଙ୍ଗାର କରି ରଖିବା ଉଚିତ । ଯାହା ସେମାନେ ସୁନ୍ଦର ଦେଖାଯିବା ସହିତ ଏମାନେ ନିଜ ସ୍ଵାମୀକୁ ମଧ୍ୟ ନିଜ ପାଖକୁ ଆକର୍ଷିତ କରିପାରିଥାନ୍ତି । ସେହି ଷୋଳ ଶୃଙ୍ଗାର ମଧ୍ୟରୁ ସିନ୍ଦୁର ଅନ୍ୟତମ । ମହିଳା ମାନେ ସିନ୍ଦୁର କେବଳ ନିଜର ସୁନ୍ଦରତା ବୃଦ୍ଧି କରିବା ପାଇଁ ଲଗେଇନଥାନ୍ତି ବଂର ସିନ୍ଦୁର ନିଜ ସ୍ବାମୀର ମଙ୍ଗଳ କାମନା କରି ତାଙ୍କର ଦୀର୍ଘ ଆୟୁଷ ପାଇଁ ଲଗାଇଥାନ୍ତି । ସିନ୍ଦୁର ଲଗାଇବାର କେତେକେ ନିୟମମାନ ରହିଅଛି ।

ଏହାକୁ ପାଳନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ପ୍ରାୟତଃ ମହିଳା ମାନେ ଗାଧୋଇସାରିଲା ପରେ ସିନ୍ଦୁର ଲଗାଇଥାନ୍ତି । ଏପରି ନକରି ଗାଧୋଇ ସାରି ଠାକୁର ପୂଜା କରନ୍ତୁ । ତାପରେ ଖାଇସାରିଲା ପରେ ମଥାରେ ସିନ୍ଦୁର ପିନ୍ଧନ୍ତୁ । ସିନ୍ଦୁର କେବେ ମଧ୍ୟ ହାତରେ ଲଗାଇବେ ନାହିଁ । ସିନ୍ଦୁରକୁ ହାତରେ ଲଗାଇବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗିଥାଏ ।

ସେଥିପାଇଁ ଆପଣ ରୂପା କାଠି କିମା ଝିଙ୍କ କାଠି ବ୍ୟବହାର କରିପାରିବେ । ଖାଲି ମଥାରେ ସିନ୍ଦୁର ଲଗାନ୍ତୁ ନାହିଁ । ପ୍ରଥମେ ପାନିଆ ଦ୍ଵାରା କେଶକୁ କୁଣ୍ଡାଇ ଦିଅନ୍ତୁ । ତାପରେ ମଥାରେ ସିନ୍ଦୁର ଲଗାନ୍ତୁ । ସନ୍ଧ୍ୟା ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ । ସିନ୍ଦୁର ଧୋଇବା ସମୟରେ ବା ଗାଧୋଇବା ସମୟରେ କେଶ ବନ୍ଧା ଥିଲା ବେଳେ ଗାଧୋଇବେ ନାହିଁ ।

କେଶକୁ ଖୋଲି ତାପରେ ସିନ୍ଦୁର ଧୋଇ ଗାଧୋଇ ପାରିବେ । ବେଳେବେଳେ ସିନ୍ଦୁର ଫରୁଆ ହାତରୁ ପଡିଯାଇଥାଏ । ତେବେ ସେହି ତଳେ ପଡିଯାଇଥିବା ସିନ୍ଦୁରକୁ କେବେ ମଧ୍ୟ  ଉଠାଇ ମଥାରେ ଲଗାଇବେ ନାହିଁ । ଏପରି କରିବା ଦ୍ଵାରା ସ୍ଵାମୀ ଉପରେ ବିପତ୍ତି ଆସିପାରେ । ଏହା ଦ୍ଵାରା ସ୍ଵାମୀ ଯେତେ ରୋଜଗାର କଲେ ମଧ୍ୟ ଅନ୍ଟିନଥାଏ । ଏହା ସହିତ ସ୍ବାମୀର ଆପଣଙ୍କ ପ୍ରତି ଥିବା ଭଲ ପାଇବା କମିଯାଇଥାଏ ।

ସିନ୍ଦୁର ଲଗାଇବା ସମୟରେ ମୁଣ୍ଡ ଖାଲି କରି ସିନ୍ଦୁର ଲଗାନ୍ତୁ ନାହିଁ । ସିନ୍ଦୁର ଲଗାଇବା ସମୟରେ ସର୍ବଦା ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ଲଗାନ୍ତୁ । ସିନ୍ଦୁର ଲଗାଇବା ସମୟରେ ନିଜର ସ୍ଵାମୀର କଥା ସ୍ମରଣ କରି ତାଙ୍କ ମଙ୍ଗଳ କାମନା କରି ସିନ୍ଦୁର ଲଗାନ୍ତୁ । ସିନ୍ଦୁର ପିନ୍ଧିବା ସମୟରେ ଆପଣ ମା ପାର୍ବତୀଙ୍କୁ ସ୍ମରଣ କରି ନିଜର ସ୍ଵାମୀର ମଙ୍ଗଳ କାମନା  କରିବା ଉଚିତ ।

ପ୍ରତ୍ଯେକଟି ବିବାହିତା ହିନ୍ଦୁ ମହିଳା ମାନେ ଯଦି ସିନ୍ଦୁର ପରିଧାନ କରିବା ସମୟରେ ଉପରୋକ୍ତ ଏହି ସବୁ ନିୟମର ପାଳନ କରିବେ । ତେବେ ନିହାତି ଭାବେ ଆପଣଙ୍କ ସ୍ବାମୀର ମଙ୍ଗଳ ହେବ । ଏହା ସହିତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମର ଗଭୀରତା ବୃଦ୍ଧି ପାଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *