ବନ୍ଧୁଗଣ, ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ତାଙ୍କୁ କେବଳ ସରଳ ଉପାୟରେ ବେଲପତ୍ର ରେ ଜଳ ଚଢାଇ ତାଙ୍କର କୃପା ଆମ୍ଭେ ଲାଭ କରି ପାରିବା । ଭଗବାନ ଶିବ ଙ୍କୁ ପ୍ରଶନ୍ନ କରିବା ନିମନ୍ତେ ମହାଶିବରାତ୍ରି ବହୁତ ଉତ୍ତମ ଦିନ ହୋଇଥାଏ ଏବଂ ଯେଉଁ ଭକ୍ତ ଏହିଦିନ ଶିବ ଙ୍କୁ ପୂଜା କରିଥାଏ ତଥା ବେଲପତ୍ର ଜଳ ଅର୍ପଣ କରିଥାଏ, ଏହାଦ୍ଵାରା ତାଙ୍କ ଉପରେ ଭଗବାନ ଶିବ ଙ୍କର କୃପା ରହିଥାଏ । ଚଳିତ ବର୍ଷ ଶିବରାତ୍ରି ମାର୍ଚ ମାସର ୧ ତାରିଖରେ ହେବାକୁ ଯାଉଅଛି ।
ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମହାଶିବରାତ୍ରି ମଘମାସ କୃଷ୍ଣପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ । କିନ୍ତୁ ଦକ୍ଷିଣ ଭାରତୀୟ ଶାସ୍ତ୍ର ଅନୁସାରେ ପର୍ବତିକୁ ମାଘମାସର କୃଷ୍ଣ ପକ୍ଷର ଚତୁର୍ଦସୀ ଦିନ ପାଳନ କରାଯାଏ । ମାତ୍ର ଚଳିତ ବର୍ଷ ଏହି ୨ ଟି ତିଥି ଏକା ସହିତ ପଡୁଅଛି । ଏହା ସହିତ ଏହି ବର୍ଷ ମହଶିବରାତ୍ରି ର ଶିବଯୋଗ ସହିତ ଘନିଷ୍ଟ ନକ୍ଷେତ୍ର ହେବ ଏବଂ ଚନ୍ଦ୍ରମା ମକର ରାଶିରେ ବିରାଜମାନ ହେବେ । ଅର୍ଥାତ ମହାଶିବରାତ୍ରି ରେ ଅନେକ ଶୁଭ ସଂଯୋଗ ଆସୁଅଛି ।
ଆପଣ ଏହି ଶିବରାତ୍ରିରେ ତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଜଳ ବେଲପତ୍ର ଦିଅନ୍ତୁ । ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହିତ ଏଥିରେ ଏକ ମହତ କଥା ଯୋଡି ହୋଇ ରହିଛି । ସମୁଦ୍ର ମନ୍ଥନ ସମୟରେ କାଳକୂଟ ନାମକ ଏକ ବିଷ ବାହାରିଥିଲା । ଯାହାକି ଦେବତା ମାନଙ୍କ ଭାଗରେ ପଡିଥିଲା । ଦେବତା ମାନଙ୍କୁ ଏହି ବିଷରୁ ରକ୍ଷା କରିବା ନିମନ୍ତେ ମହାଦେବ ସ୍ଵୟଂ ଏହାକୁ ସେବନ କରି ନୀଳକଣ୍ଠ ହୋଇଯାଇଥିଲେ ।
ଏହାଦ୍ଵାରା ତାଙ୍କ କଣ୍ଠ ମଧ୍ୟ ନୀଳ ହୋଇଯାଇଥିଲା ଏଣୁ ତାଙ୍କୁ ନୀଳକଣ୍ଠ ମଧ୍ୟ କୁହାଯାଏ । ବିଷ ସେବନ କରିଥିବାରୁ ଭଗବାନ ଶିବ ଙ୍କ ଶରୀର ତପ୍ତ ହୋଇ ଉଠିଲା ଏବଂ ଥଣ୍ଡା କରିବା ନିମନ୍ତେ ଦେବତା ମାନେ ତାଙ୍କ ମସ୍ତକରେ ଜଳ ଢାଳିଥିଲେ । ଏହା ସହିତ ତାଙ୍କୁ ଥଣ୍ଡା ଅନୁଭବ ହେବା ନିମନ୍ତେ ତାଙ୍କୁ ବେଲପତ୍ର ମଧ୍ୟ ଚଢାଇଥିଲେ । ବେଲପତ୍ର ର ଉତ୍ତପତି ର କଥା ସ୍କନ୍ଧ ପୁରାଣରେ ଦେଖିବାକୁ ମିଳିଛି । ଶାସ୍ତ୍ର ଅନୁସାରେ ଦେବୀ ପାର୍ବତୀ ନିଜ କପାଳରୁ ଝାଳ ପୋଛି ଭୂମି ଉପରେ ପକାଇଥିଲେ ଏହାର ଏକ ବୁନ୍ଦା ମନ୍ଦାର ପର୍ବତ ଉପରେ ପଡିଥିଲା ।
ସେହି ଝାଳ ରୁ ସେହି ପର୍ବତ ରେ ଜନ୍ମ ନେଇଥିଲେ ଏକ ବେଲ ବୃକ୍ଷ । ଏହି ବେଲଗଛ ରେ ଅନେକ ଦେବାଦେବୀ ବାସ କରିଥାନ୍ତି । ଯେଉଁ ମାନେ ଭଗବାନ ଶିବ ଙ୍କୁ ବେଲପତ୍ର ଏବଂ ଜଳ ଅର୍ପଣ କରନ୍ତି ତାଙ୍କ ଉପରେ ଶିବ ଙ୍କ କୃପା ସବୁବେଳେ ରହିଥାଏ । ଏହା ଦ୍ଵାରା ଆପଣଙ୍କ ସମସ୍ତ ପ୍ରକାରର ଦାରିଦ୍ରତା ଦୂର ହୋଇଥାଏ । ଏହା ସହିତ ବ୍ୟକ୍ତି ସୌଭାଗ୍ୟଶାଳୀ ମଧ୍ୟ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ