Skin Care- ଶୀତ ଋତୁରେ କିଭଳି ନିଜ ସ୍କିନର ଯତ୍ନ ନେବା ଉଚିତ ! ଜାଣନ୍ତୁ ଏହି ବିଷୟରେ… Dr Kishan Agrawal

ବନ୍ଧୁଗଣ ଶୀତ ଦିନେ ଆମ ସମସ୍ତଙ୍କ ସ୍କିନ ବହୁତ ଶୁଷ୍କ ହୋଇଯାଇଥାଏ । ତାପରେ ସ୍କିନରେ ରାଶେଷ ହେବା ସହ ଦରକାର ପଡିଲେ । ବେଳେ କିଛି ଫଳି ମଧ୍ୟ ଯାଇଥାଏ । ଏଭଳି ବାରମ୍ବାର ହେଉଥିଲେ, ଅନେକ ସମୟରେ ଅନେକ ପ୍ରକାର ସ୍କିନ ପ୍ରୋବ୍ଲେମ ମଧ୍ୟ ଦେଖାଯାଇଥାଏ । ଏହା ସହ ଓଠ ଫାଟିବା, ଗୋଡ ଫାଟିବା ଭଳି ସମସ୍ଯା ମଧ୍ୟ ଅସାଇଥାଏ । ତେବେ ଶୀତ ଦିନେ ଆପଣ କିଭଳି ଭାବେ ନିଜ ସ୍କିନର ପ୍ରପର ଭାବେ ଯତ୍ନ କରିବେ ?

ସେହି ବିଷୟରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର କିଶନ ଅଗ୍ରୱାଲଙ୍କ ମୁହଁରୁ କିଛି ଜାଣିବା । ଶୀତଦିନରେ ଯଥା ସମ୍ଭବ ସାବୁନ ଠାରୁ ଦୂରେଇକି ରହିବେ । କାରଣ ସାବୁନ ବହୁ ସମୟରେ ସ୍କିନକୁ ଅଧିକ ଡ୍ରାଏ କରିଦେଇଥାଏ । ବିଶେଷ କରି କେମିକାଲ ମିଶ୍ରୀତ ସାବୁନ ଗୁଡିକ ତ୍ଵଚା ପାଇଁ ବହୁତ ହାର୍ମ ହୋଇଥାନ୍ତି ।

ଶୀତ ଦିନେ ଅନେକ ଲୋକ ଗରମ ପାଣିରେ ଗାଧେଇବାକୁ ପସନ୍ଦ କରିଥାନ୍ତି । ହେଲେ ନଖ ଉଷୁମ ପାଣି କିମ୍ବା ସାଧାରଣ ପାଣିରେ ଗାଧାନ୍ତୁ । ହେଲେ ଅଧିକ ଗରମ ପାଣିରେ ଗାଧେଇବା ଦ୍ଵାରା ସ୍କିନର ମଏଶ୍ଚର ଚାଲି ଯାଇଥାଏ । ଗାଧେଇ ସାରିବା ପରେ ସ୍କିନରେ ତେଲ ନିହାତି ଭାବେ ଲଗାନ୍ତୁ । ଯାହା ଆପଣଙ୍କ ସ୍କିନରେ ମଏଶ୍ଚର ଆଣିଦେଇଥାଏ। ସ୍କିନକୁ ଅଧିକ ଶୁଷ୍କ ହେବା ପାଇଁ ଦେଇନଥାଏ ।

ସ୍କିନ ପାଇଁ ନଡିଆ ତେଲ ବେଷ୍ଟ ହୋଇଥାଏ । ଶୀତ ଦିନେ ବହୁତ ଲୋକ ଖରାରେ ବହୁ ସମୟ ଧରି ବସିକି ରହିଥାନ୍ତି । ଯାହା ଦ୍ଵାରା ଅନେକଙ୍କର ସେଥିରେ ସ୍କିନ ଆଲର୍ଜୀ ମଧ୍ୟ ବାହାରିଯାଇଥାଏ । ତେଣୁ ସକାଳର କଅଁଳ ଖରାରେ କିଛି ସମୟ ପାଇଁ ବସନ୍ତୁ । ଶୀତ ଦିନେ ପାଦ ତଥା ଗୋଇଠି ଡ୍ରାଏ ହୋଇକି ଫାଟିଯାଇଥାଏ । ତେଣୁ ଶୀତ ଦିନରେ ପାଦରେ କଟନର ମଉଜା ବ୍ୟବହାର କରନ୍ତୁ ।

ଶୀତ ଦିନରେ ଲିପ୍ସ ବା ଓଠ ଯଦି ଡ୍ରାଏ ହୋଇକି ଫାଟିଯାଉଥାଏ । ତେବେ ସେଥିରେ ବାରମ୍ବାର ଛେପ କି ହାତ ମାରନ୍ତୁ ନାହିଁ । ନଚେତ ତାହା ଆହୁରି ଅଧିକ ଡ୍ରାଏ ହୋଇ ଫାଟିଯିବାର ସମ୍ଭାବନା ରହିଥାଏ । ତେଣୁ ନିଜ ଲିପ୍ସକୁ ଭଲ ରଖିବା ପାଇଁ ଭଲ କୌଣସି ଲୀପ ବାମ ବ୍ୟବହାର କରିପାରିବେ । ନଚେତ ଓଠରେ ଗୁଆ ଘିଅ ମଧ୍ୟ ଲଗାଇ ପାରିବେ ।

ଏଥିସହ ଶୀତ ଋତୁରେ ସତେଜ ପରିବା ଓ ଫଳ ଖାଇବା ସହ ପ୍ରଚୁର ମାତ୍ରାରେ ପାଣିର ମଧ୍ୟ ସେବନ କରନ୍ତୁ । ତେଣୁ ଏହିଭଳି ଭାବେ ଆପଣ ନିଜ ସ୍କିନର ଭଲ ଭାବେ ଶୀତ ଦିନରେ ଯତ୍ନ ନେଇପାରିବେ । ଏଥିସହ ଶୀତ ଦିନକୁ ମନ ଭରି ଏଞ୍ଜୟ ମଧ୍ୟ ଆପଣ ମାନେ କରିପାରିବେ । ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *