ଶେଷରେ ସାମ୍ନାକୁ ଆସିଲା ସତ, ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅନୁଭବ ଏବଂ ବର୍ଷା ଓଲିଉଡ଼୍ ଜଗତର ଦୁଇଜଣ ଚର୍ଚ୍ଚିତ ଚେହେରା ଏହି ଦୁଇ ଜଣଙ୍କ ଯୋଡି ସୁପରହିଟ୍ ଥିଲା । ଏହି ଦୁଇଜଣଙ୍କୁ ଅନେକ ଚଳଚିତ୍ରରେ ଏକାଠି ଦେଖିବାକୁ ମିଳିଛି । ଦୁଇ ଜଣଙ୍କ ଅନ୍ ସ୍କ୍ରିନ୍ ରେ ରୋମାନ୍ସ୍ କରି ଶେଷରେ ଦୁଇ ଜଣ ଯାକ ବିବାହ ବନ୍ଧନରେ ବାନ୍ଧିହେଇଯାଇଛନ୍ତି । ଏହି ଦୁଇ ଜଣ ନିଜର ଅଭିନୟ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚରେ ରହିଥାନ୍ତି । ମାତ୍ର ବେଶ କିଛି ଦିନ ହେଲା ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଚାଲିଆସୁଛି ।

ଏହା ଏତେ ପରିମାଣରେ ବଢିଯାଇଛି ଯାହା ଫଳରେ ସେମାନଙ୍କ ସମ୍ପର୍କରେ ଫାଟ ପଡିଯାଇଛି । ତେବେ ଦୋଷ କିଏ କରିଛି ଦଣ୍ଡ କିଏ ପାଇବା ଆସନ୍ତୁ ତେବେ ଦେଖିବା । ସେମାନଙ୍କ ତିକ୍ତତା ଏତେ ବଢ଼ିଯାଇଛି ଯେ ସେମାନେ କୋର୍ଟର ଦ୍ୱାରସ୍ଥ ହେଇଛନ୍ତି । ତେବେ ଖାଲି କୋର୍ଟର ଶୁଣାଣିକୁ ଅପେକ୍ଷା । ଏବେ ବର୍ଷା ମଧ୍ୟ ଅନୁଭଵଙ୍କ ଘରେ ରହୁଛନ୍ତି ।

ଆପଣମାନେ ତା ଜାଣିଥିବେ ଯେ ବର୍ଷା ପ୍ରିୟଦର୍ଶିନି ଅନୁଭବଙ୍କ ନାରେ ଘରୋଇ ହିଂସା ଏବଂ ଶାରିରୀକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଅନୁଭବ ମଧ୍ୟ ପ୍ରତ୍ୟେକ ସମୟରେ ନିଜର ସୋସିଆଲ ମିଡ଼ିଆ ରେ ଗୋଟିକ ପରେ ଗୋଟିଏ ପ୍ରମାଣ ଛାଦି ବର୍ଷାଙ୍କ ଅଭିଯୋଗକୁ ଖଣ୍ଡନ କରୁଛନ୍ତି ।

ଅନୁଭଵ କେବେ ମଧ୍ୟ ମିଡ଼ିଆ ସାମ୍ନାରେ କୌଣସି ମନ୍ତ୍ୟବ ଦେଇନାହାନ୍ତି । ଏଏଇ କିଛି ଦିନ ତଳେ ଅନୁଭଵ ନିଜ ୟୁଟୁ ବ ଚ୍ୟାନେଲରେ ତାଙ୍କ ଘରେ ହେଉଥିବା ଗଣେଶ ପୂଜାର ଏକ ଭିଡିଓ ଛାଡିଥିଲେ ।, ସେଥିରେ ଦେଖଯାଉଛି ଯେ ବର୍ଷା କୌଣସି ଘରୋଇ ହିଂସାର ସମ୍ମୁଖୀନ ହେଉନାହାନ୍ତି । ସେ ମଧ୍ୟ ଘର ର ଅନ୍ୟ ସଦସ୍ୟଙ୍କ ପରି ହସଖୁସିରେ ଥିଲେ ।

ବର୍ଷା ଅନୁଭଵଙ୍କ ଘରେ ଥିଲାବେଳେ ପୋଲିସର ସହାୟତା ମାଗିଥିଲେ । ତାଂକ ରୁମକୁ ଅନୁଭବଙ୍କ ଜଣେ ସହଯୋଗୀ ପଶି ଭିଡ଼ିଓ ଉତ୍ତୋଳନ କରିବା ସହ ବର୍ଷାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ । ଆହୁରି ଏକ ଭିଡିଓ ଭାଇରଲ ହେଇଥିଲା କି ଅନୁଭଙ୍କ ଜଣେ ସହଯୋଗୀ ଭିଡ଼ିଓ କରୁଥିଲେ ଏବଂ ତାଙ୍କ ରୋଷେଇୟା କୌଣସି ଖରାପ ବ୍ୟବହାର କରିନଥିଲା ।

ତେଣୁ ଏଥିରୁ ଲାଗୁଛିଯେ ବର୍ଷା କୌଣସି ଘରୋଇ ହିଂସାର ସମ୍ମୁଖୀନ ହେଇନାହାନ୍ତି । ତେଣୁ ସେ କାହିଁକି ୧୦୦ କୁ ଫୋନ କରି ପୋଲିସର ସହାୟତା ମାଗିଥିଲେ । ଏମିତି ଅନେକ ପ୍ରଶ୍ନ ସେଇ ଦୁଇ ଜଣ ଙ୍କ ମଧ୍ୟରେ ଉଙ୍କି ଆସୁଛି । ତେଣୁ ସମୟ ଆସିଲେ ଜଣା ପଡିବ ଯେ କିଏ ସତ କହୁଛି କିଏ ମିଛ କହୁଛି । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ମାନମଳିନ୍ୟ ହେଇଥାଏ । ମାତ୍ର ଏହାକୁ ଭୁଲୁ ଆଗକୁ ବଢିବା ହିଁ ସମସ୍ତଙ୍କ କର୍ତ୍ତବ୍ୟ । ସେମାନେ ମଧ୍ୟ ପୁଣି ଥରେ ଏକାଠି ହେଇଯାଅନ୍ତୁ ଆମେ ଏତିକି ଆଶା କରିବୁ ।

Leave a Reply

Your email address will not be published. Required fields are marked *