ସ୍କୁଲ ଯିବା ପୂର୍ବରୁ ପିଲାଙ୍କୁ କ’ଣ ଶିଖାଇବେ ? Sambit Nanda

ବନ୍ଧୁଗଣ, ବର୍ତ୍ତମାନ ପ୍ଲେ ସ୍କୁଲ ଏକ ଏଭଳି ସ୍କୁଲ ଯାହା ପିଲାଙ୍କୁ ବହୁତ ସାହାର୍ଯ୍ୟ କରୁଛି । କାରଣ ପିଲାମାନେ ସ୍କୁଲ ଯିବା ପୂର୍ବରୁ ସ୍କୁଲ ସହିତ ଅଭ୍ୟସ୍ତ ହେଉଛନ୍ତି । ଏବଂ ପ୍ଲେ ସ୍କୁଲ ରେ ଯାହା ଶିଖିବ ସେହି ସ୍କୁଲ ରେ ପ୍ରଥମେ ଖେଳି ଶିଖିବ । ମାତ୍ର ଆଜିଭଳି ଦିନରେ ପ୍ଲେ ସ୍କୁଲ ରେ ଏହି ଛୋଟ ଛୋଟ ପିଲାଙ୍କୁ ପାଠର ପ୍ରେସର ବହୁତ ଦିଆଯାଉଅଛି । ଯାହାକି ପିଲାଙ୍କ ମସ୍ତିଷ୍କ ରେଡି ହୋଇ ନଥାଏ । ପିଲା ସବୁବେଳେ ରଙ୍ଗ ଏବଂ ଆକାର ଏହି ଦୁଇଟି ରେ ବହୁତ ଆକୃଷ୍ଠ ହୁଅନ୍ତି ।

ଏଣୁ ପ୍ଲେ ସ୍କୁଲ ମାନଙ୍କରେ କାନ୍ଥ ରେ ବହୁତ ଚିତ୍ର ହୋଇଥାଏ । ଛୋଟ ଛୁଆ ଙ୍କୁ ରଙ୍ଗ ଏବଂ ଆକାର ବହୁତ ଭଲ ଲାଗିଥାଏ ତଥା ସେହି ମଧ୍ୟରେ ସେମାନେ ହଜିଯାଇଥାନ୍ତି । ମାତ୍ର ୨ ବର୍ଷ ହେବ କୋଭିଡ ର କଟକଣା ଲାଗି ରହିଛି । ପିଲାମାନେ ସାଧାରଣତ ପ୍ଲେ ସ୍କୁଲ ଯାଇ ପାରୁ ନାହାଁନ୍ତି ।

ଏହି ସମୟରେ ବାପା ମା’ ମାନେ ପିଲା ମାନଙ୍କୁ ଅଢେଇ ତିନି ବର୍ଷ ହେଲା ବେଳକୁ କେଉଁ ପ୍ରକାର ଶିକ୍ଷାଦାନ କଲେ, କେଉଁଭଳି ଆକ୍ଟିଭିଟିରେ ଏନଗେଜ ରଖିଲେ, ତାହାର ବ୍ରେନ ଡେଭଲୋପମେଣ୍ଟ ହେବ ତାହାର ଲର୍ନିଙ୍ଗ ପ୍ରୋସେସ ବେଟର ହେବ ଏବଂ ଶିଖିବାରେ ସହଜ ହେବ ଏବଂ ସେ ଭାବିବ ମୁଁ ଖେଳୁଛି ମାତ୍ର ବହୁତ ଜିନିଷ ଶିଖିଯିବ ।

ଏହା ଆଗକୁ ସ୍କୁଲ ଗଲା ସମୟରେ ପାଠ ପଢାରେ ସାହାର୍ଯ୍ୟ କରିବ । ଆମ୍ଭେ ଖେଳ ମାଧ୍ୟମରେ ବହୁତ ଜିନିଷ ଶିଖାଇ ପାରିବା କିନ୍ତୁ ପିଲା ପ୍ରଥମେ ଶିଖିବା ଦରକାର ରଙ୍ଗ ଆଉ ଆକାର । ଏଥିରେ ସେ ଏଣ୍ଟ୍ରି କରିବା ଦରକାର ତାହା ଶିଖିବା ଦୁନିଆର ପ୍ରଥମ ପାହାଚ ସାବ୍ୟସ୍ଥ ହେବ । ପ୍ଲେ ଦ୍ଵାରା କିଛି ଶିଖିବା ର ଅର୍ଥ ପିଲାର ଶାରୀରିକ ସେଥିରେ କିଛି ବ୍ୟାୟାମ ହୋଇଗଲା । ଆମ୍ଭେ ସକାଳୁ ବ୍ୟାୟାମ କରୁଛେ, ଯୋଗ କରୁଛେ, ମାତ୍ର ପିଲାମାନେ ଆଜିଭଳି ଦିନରେ ଫୋନ ରେ ଖେଳୁଛନ୍ତି ସେମାନଙ୍କ ଶାରୀରିକ ବ୍ୟାୟାମ କିଛି ହେଲା ନାହିଁ ।

ଶାରୀରିକ ବ୍ୟାୟାମ ନ ହେଲେ ବ୍ରେନ ମଧ୍ୟ ସେତେ ମାତ୍ରାରେ ଆକ୍ଟିଭ ହୁଏ ନାହିଁ । ଏଣୁ ପିଲା ଖେଳିବା ଦ୍ଵାରା ତାହାର ବହୁତ ପ୍ରକାରର ଶାରୀରିକ ବ୍ୟାୟମ, ମାନସିକ ଏକ୍ସସାଇଜ ହୁଏ, ତାହାର ବ୍ରେନ ଏକ୍ସସାଇଜ ହୁଏ ଏବଂ ସେଥିରେ ତାହାର ର-କ୍ତ ସଂଚାଳନ ଭଲ ଭାବରେ ହୋଇଥାଏ । ଏଣୁ ସ୍କୁଲ ଯିବା ପୂର୍ବରୁ ପିଲାଙ୍କୁ ଆକ୍ଟିଭ କରାଇବା ନିହାତି ଆବଶ୍ୟକ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *