ସାବିତ୍ରୀ ବ୍ରତରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ ଟି ଭୁଲ, ନଚେତ ସ୍ବାମୀଙ୍କ ଉପରକୁ ମାଡି ଆସିବ ଘୋର ସଙ୍କଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପବିତ୍ର ସାବିତ୍ରୀ ବ୍ରତ ହେଉଛି ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ଙ୍କ ପାଇଁ ଏକ ମୁଖ୍ୟ ପର୍ବ । ପ୍ରତ୍ୟେକ ହିନ୍ଦୁ ଙ୍କ ଘରେ ଏହି ପର୍ବ ପାଳନ ହୋଇଥାଏ ।

ଏହି ପର୍ବ ହିନ୍ଦୁ ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରତି ବର୍ଷ ଜ୍ୟୋଷ୍ଠ ମାସରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ଏହି ଦିନ ସଧବା ନାରୀ ମାନେ ନିଜର ପତି ଙ୍କ ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଅବସର ରେ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଆ ଙ୍କ ମନ୍ଦିର ଯାଇଥାନ୍ତି ଏବଂ ସାବିତ୍ରୀ ମାତା ଙ୍କୁ ନୂଆ ଶାଢ଼ୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁଷ ନିମନ୍ତେ ପ୍ରାର୍ଥନା କରିଥାନ୍ତି ଓ ସାବିତ୍ରୀ ଉପାଖ୍ୟାନ ମଧ୍ୟ ପାଠ କରିଥାନ୍ତି ।

ସାବିତ୍ରୀ ଯମରାଜ ଙ୍କ କବଳ ରୁ ନିଜ ପତି ଙ୍କ ଜୀବନ କୁ ଫେରାଇ ଆଣିଥିଲେ । ସେବେଠାରୁ ଏହି ସାବିତ୍ରୀ ବ୍ରତ ର ମାହାତ୍ମ୍ୟ ରହିଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ଅନୁସାରେ ଏଭଳି ୪ଟି ନିୟମ ସମ୍ବନ୍ଧରେ କୁହାଯାଇଛି ଯାହା ପ୍ରତ୍ୟେକ ନାରୀ ଙ୍କୁ ଏହି ସାବିତ୍ରୀ ବ୍ରତ ଦିନ ଧ୍ୟାନ ରଖିବାକୁ ପଡ଼ିବ । ନଚେତ ଆପଣଙ୍କ ପତି ଙ୍କୁ ଏହାର କୁପରିଣାମ ଭୋଗ କରିବାକୁ ପଡ଼ିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଏହି ପବିତ୍ର ସାବିତ୍ରୀ ବ୍ରତ ଦିନ ଆପଣ ମାନେ ଭୁଲ ରେ ବି ଅନ୍ନ ର ସେବନ କରନ୍ତୁ ନାହିଁ । ଏହି ଦିନ ପତି ଙ୍କ ଦୀର୍ଘାୟୁ ନିମନ୍ତେ ଉପବାସ ରଖା ଯାଇଥାଏ । ଯଦି ଆପଣ ଅନ୍ନ ସେବନ କରିବେ ତେବେ ଆପଣଙ୍କ ପତି ଙ୍କ ଆୟୁଷ କ୍ଷୀଣ ହୋଇଥାଏ । ତେଣୁ ଏପରି ଭୁଲ ରେ ବି କରନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଏହି ସାବିତ୍ରୀ ପର୍ବ ଦିନ ଆପଣ ଭୁଲ ରେ ମଧ୍ୟ ନିଜ ପତି ଙ୍କ ସହିତ ଝ-ଗ-ଡ଼ା କରନ୍ତୁ ନାହିଁ । କାରଣ ଆପଣ ଝ-ଗ-ଡ଼ା କରିବା ସମୟ ରେ ନିଜ ପତି ଙ୍କୁ ରାଗରେ ଯାହାବି କୁହନ୍ତି ତାହା ସତ ହୋଇ ଯାଇଥାଏ । ଏହା ସହିତ ପତି ଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ତେଣୁ ଏହି ପବିତ୍ର ସାବିତ୍ରୀ ବ୍ରତ ଦିନ ନିଜ ପତି ଙ୍କ ସହ ଆଦୋୖ ଝ-ଗ-ଡ଼ା କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ଏହି ସାବିତ୍ରୀ ଅମାବାସ୍ୟା ଦିନ ଆପଣ ଆମିଷ ଖାଆନ୍ତୁ ନାହିଁ । ଯଦି ଆପଣ ଏହି ଶୁଭ ଦିନ ରେ ଉପବାସ କରିବା ବଦଳ ରେ ଆମିଷ ଖାଇବେ ତେବେ ଆପଣଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ରୂପରେ କାଙ୍ଗାଳ ହୋଇଯିବେ ଏବଂ ଆପଣଙ୍କ ପରିବାର ଲକ୍ଷ୍ମୀଛଡ଼ା ହୋଇଯିବ । ତେଣୁ ଭୁଲ ରେ ବି ଏହି ଦିନ ଆମିଷ ଖାଆନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ଆପଣ ମାନେ ଏହି ସାବିତ୍ରୀ ବ୍ରତ ଦିନ ଯେଉଁ ଶାଢ଼ୀ, ଚୁଡ଼ି, ଶଙ୍ଖା ଓ ସିନ୍ଦୁର କୁ ମନ୍ଦିର ରେ ପୂଜା କରିବେ ସେହି ସାମଗ୍ରୀ ଗୁଡ଼ିକୁ ଭୁଲ ରେ ବି ଅନ୍ୟ କୁ ଦେବେ ନାହିଁ । ସେହି ସମସ୍ତ ସାମଗ୍ରୀ ପୁରୁଣା ହୋଇଗଲେ ମଧ୍ୟ ଆପଣ କେବେବି ଅନ୍ୟ କୁ ଦେବେ ନାହିଁ ।

ଆପଣ ଯଦି ସାବିତ୍ରୀ ବ୍ରତ ରେ ପୂଜା କରିଥିବା ଜିନିଷ ଅନ୍ୟ କୁ ଦେବେ ତେବେ ଏହା ଦ୍ବାରା ଆପଣଙ୍କ ବୈବାହିକ ଜୀବନ ଉପରେ ଏହାର କୁପ୍ରଭାବ ପଡ଼ିବ ଏବଂ ଏହା ସହିତ ଆପଣଙ୍କ ପତି ଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିବ । ତେଣୁ ଧ୍ୟାନ ରଖିବେ ଯେପରି ଆପଣଙ୍କ ଦ୍ଵାରା ଏପରି ଭୁଲ ନ ହେଉ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *