ଭଲ ଲୋକଙ୍କ ସହିତ ଖରାପ କାହିଁକି ହୋଇଥାଏ ? ଜାଣନ୍ତୁ କଣ କୁହନ୍ତି ଶ୍ରୀ କୃଷ୍ଣ ? Krishna Vani

ନମସ୍କାର ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି ଦୁଃଖ ରେ ରୁହନ୍ତି । ଏବଂ ଆମ ମନରେ ପ୍ରଶ୍ନ ଆସିଥାଏ କି ସବୁବେଳେ ଆମେ ପୂଜା ପାଠ କରୁଛୁ ।

ଭକ୍ତି ରେ ଲୀନ ହୋଇ ଯାଇଥାଉ । କିନ୍ତୁ ତଥାପି ଆମ ଅସୁବିଧା ଦୁଃଖ କଷ୍ଟ ଦୁର ହେଉ ନାହିଁ କଣ ପାଇଁ । ଏବଂ ଏହାର ବିପରୀତ ରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେହିମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ । ଏବଂ ଧର୍ମ କର୍ମ କରନ୍ତି ନାହିଁ । ଏବଂ ଆମେ ସର୍ଵଦା ଧର୍ମ କର୍ମ ଏବଂ ପୂଜା ପାଠ କରି ମଧ୍ୟ ଦୁଃଖରେ ରହିଛୁ କଷ୍ଟ ରେ ରହୁଛୁ । ଏହି ଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ଲୋକମାନେ ମନରେ ଆସିଥାଏ ।

ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଏବଂ ଜାଣିନେବା କି କଣ ପାଇଁ ଏହି ଭଳି ହୋଇଥାଏ କିମ୍ବା କଣ ପାଇଁ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ ।

ଭଗବତ ଗୀତରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତୁମେ କର୍ମ କରି ଚାଲ ଏବଂ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ । ଏବଂ ମୁଁ ଠିକ ସମୟରେ ତୁମେ କରିଥିବା କର୍ମ ର ଉଚିତ ଫଳ ପ୍ରଦାନ କରିବି । ଅର୍ଜୁନ ନିଜର ସବୁ ଦ୍ଵନ୍ଦ ର ଉତ୍ତର ଶ୍ରୀକୃଷ୍ଣ ଙ୍କ ପାଖରେ ପାଇଥାନ୍ତି । ତେବେ ଥରେ ସେ ପଚାରିଲେ କି ସବୁବେଳେ ଯେଉଁମାନେ ଭଲ କର୍ମ କରିଥାନ୍ତି ସେମାନଂକୁ ସର୍ଵଦା କଷ୍ଟ କଣ ପାଇଁ ଭୋଗିବାକୁ ପଡ଼ିଥାଏ ଏବଂ ଯେଉଁମାନେ ଖରାପ କର୍ମ କରନ୍ତି ସେମାନେ ସୁଖ ଭୋଗନ୍ତି ଏହା କଣ ପାଇଁ ହୁଏ ।

ଏହା ଶୁଣି ଶ୍ରୀକୃଷ୍ଣ ହସିଲେ ଏବଂ ଉତ୍ତର ରେ କହିଲେ ସମସ୍ତଙ୍କୁ ନିଜର କର୍ମ ର ଫଳ ହିଁ ପ୍ରାପ୍ତ ହୋଇଥାଏ । ଏହା କହି ସେ ଏକ କାହାଣୀ ଶୁଣାଇବା କୁ ଲାଗିଲେ । ଥରେ ଗୋଟିଏ ଗାଁ ରେ ଦୁଇ ଜଣ ବ୍ୟକ୍ତି ଥିଲେ ଜଣେ ଏକ ବ୍ୟାପାରି ଥିଲା ଯିଏ ସର୍ଵଦା ଧର୍ମ କର୍ମ ଉପରେ ବିଶ୍ୱାସ ରଖିଥାଏ । ସର୍ଵଦା ପୁଜାପାଠ ରେ ମନ ଦିଏ । ସବୁଦିନ ମନ୍ଦିର ମଧ୍ୟ ଯାଏ । ଦାନ ଧର୍ମ ମଧ୍ୟ କରେ ।

ସେହି ଭଳି ସେପଟେ ସେହି ଗାଁ ର ଆଉ ଜଣେ ବ୍ୟକ୍ତି ତାର ସବୁ ଓଲଟା କାମ କରୁଥିଲା । ସେ ମନ୍ଦିର ତ ଯାଏ କିନ୍ତୁ ଚପଲ ଚୋ-ରି କରିବାକୁ । ତାକୁ ନ୍ୟାୟ,ଧର୍ମ, ଦାନ,ନୀତି ଆଦି ସହ କିଛି କାମ ନ ଥିଲା । ଦିନେ ବହୁତ ଜୋରରେ ବର୍ଷା ହେଲା ଏବଂ ସେ ସମୟରେ ମନ୍ଦିର ରେ ପୂଜାରୀ ଛଡା ଆଉ କେହି ନଥିଲେ । ସେ ଏହାର ଲାଭ ଉଠାଇବା ପାଇଁ ଚାହିଁଲା ଏବଂ ଠାକୁରଙ୍କ ଗହଣା ଚୋ-ରି କରିବା ପାଇଁ ମଧ୍ୟ ଚାହିଁଲା । ତାପରେ ସେ ଯାଇ ଚୋ-ରି କରି ଦେଲା କିନ୍ତୁ ସେହି ସମୟରେ ସେ ଭଲ ମଣିଷ ମଧ୍ୟ ମନ୍ଦିର କୁ ଆସିଥିଲା ଏବଂ ପୂଜାରୀ ତାକୁ ଚୋ-ର ବୋଲି ଭାବିନେଲେ ଏବଂ ଲୋକମାନେ ମଧ୍ୟ ତାକୁ ଚୋ-ର ବୋଲି ଭାବିଲେ ।

ସେହି ଲୋକଟି କଷ୍ଟ ରେ ସେଠୁ ବଞ୍ଚି କି ଆସିବା ପରେ ରାସ୍ତା ରେ ଦୁ-ର୍ଘ-ଟ-ଣା ହୋଇଗଲା । ସେ ଆ-ଘା-ତ ରେ ଆସୁଥିବା ସମୟରେ ସେହି ଚୋ-ର କୁ ଦେଖିଲା ଏଵଂ କ୍ରୋଧିତ ହୋଇଗଲା । ସେ ନିଜ ଘରେ ଯାଇ ଠାକୁରଙ୍କ ସବୁ ଫଟୋ ଫିଙ୍ଗିଦେଲା । କିଛି ଦିନ ପରେ ଦୁଇ ଜଣଙ୍କ ମୃ-ତ୍ୟୁ ହୋଇଗଲା ଏବଂ ଯମ ରାଜ ଙ୍କ ପାଖରେ ସେହି ଭଲ ବ୍ୟକ୍ତି କହିଲା କି ମୁଁ ସର୍ବଦା ଦାନ ଧର୍ମ ଏବଂ ଭଲ କର୍ମ କରୁଥିଲେ କିନ୍ତୁ ଜୀଵନ ଯାକ ମୋତେ ଅ-ପ-ମା-ନ ଏବଂ କଷ୍ଟ ସହିବାକୁ ପଡିଲା କିନ୍ତୁ ଏହି ବ୍ୟକ୍ତି ଚୋ-ରି କରି ମଧ୍ୟ ଖୁସିରେ ରହିଲା ଏ ତ ଅନ୍ୟାୟ ।

ଏହା ଶୁଣି ଯମରାଜ କହିଲେ କି ଯେଉଁ ଦିନ ତୁମ୍ଭର ଦୁ-ର୍ଘ-ଟ-ଣା ହୋଇଥିଲା ସେହି ଦିନ ତୁମ୍ଭର ଶେଷ ଦିନ ଥିଲା ଜୀଵନ ର କିନ୍ତୁ ତୁମ୍ଭର ଭଲ କର୍ମ ଯୋଗୁଁ ତୁମେ ବଞ୍ଚି ଯାଇଥିଲ ଏବଂ ଏହି ବ୍ୟକ୍ତି ର ରାଜଯୋଗ ଥିଲା କିନ୍ତୁ ଏହାର ଖରାପ କର୍ମ ଯୋଗୁଁ ତାକୁ ବାସ ଛୋଟ ପୁଟଳି ହିଁ ପ୍ରାପ୍ତ ହେଲା । ଏହା କହି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ ବର୍ତ୍ତମାନ ତୁମ୍ଭର ଉତ୍ତର ମିଳି ଯାଇଥିବ କାରଣ ମନୁଷ୍ୟ ର କର୍ମ ଯୋଗୁଁ ହିଁ ତାକୁ ଫଳ ମିଳିଥାଏ ଏବଂ ଈଶ୍ୱର ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *