ସଠିକ ସମୟରେ ପିରିୟଡ୍ସ ନହେବା, ପିସିଓଏସର କାରଣ, ଲକ୍ଷଣ ଓ ତାହାର ନିରାକରଣ… Dr Lipika Moharana

ବର୍ତ୍ତମାନ ସମୟରେ କିଶୋରୀଙ୍କ ଠାରୁ ଆରମ୍ଭ କରି 40 ବର୍ଷ ବୟସର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍ ସମସ୍ଯା ଦେଖାଯାଉଛି । ଏହି ସମସ୍ଯାରେ ପୀଡିତ ମହିଳା ମାନଙ୍କ ଠାରେ ପିରିୟଡ୍ ରେ ଅନିୟମିତତା ଦେଖାଯାଇଥାଏ । ଏଥିରେ ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ନହେବା ବା ଋତୁସ୍ରାବ ବନ୍ଦ ହୋଇଯାଇଥାଏ । ତେବେ ପିସିଓଏସ୍ ହେବାର କାରଣ କଣ ? ଏହା ହେଲେ ମହିଳା ମାନଙ୍କ ଠାରେ କେଉଁ କେଉଁ ସମସ୍ଯା ଦେଖାଯାଇଥାଏ ?

ତେବେ ଏହାକୁ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣା କଣ କହୁଛନ୍ତି ଚାଲନ୍ତୁ ଆଲୋଚନା କରିବା । ପିସିଓଏସ୍ ବା ପଲିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ ହେଉଛି ଏକ ହରମୋନ ଜନିତ ସମସ୍ଯା । ମହିଳାଙ୍କର 2 ଟି ଓଭାରୀ ମଧ୍ୟରେ ମାସକୁ ମାସ କୌଣସି ଗୋଟିଏ ପଟୁ ଅଣ୍ଡା ରିଲିଜ ହୋଇଥାଏ । ଯଦି ଏହାର 15 ଦିନ ମଧ୍ୟରେ ମହିଳା ପ୍ରେଗନେଣ୍ଟ ନରହିଲେ ଏହା ପିରିଅଡ ଆକାର ବାହାରକୁ ଚାଲି ଆସିଥାଏ ।

ଏହି ସମସ୍ଯା ଥିବା ମହିଳା ମାନଙ୍କ ଠାରେ ଗୋଟେ ପଟ ଓଭାରୀ ବା 2 ପଟ ଓଭାରୀରେ ଅଣ୍ଡା ରିଲିଜ ନହୋଇ ଶିଷ୍ଟ ଭଳି କିଛି ଜମିକି ରହିଜାଇଥାଏ । ଯାହା ଦ୍ଵାରା ପିରିଅଡ ରେଗୁଲାର ନହେବା ସହ ପିରିଅଡରେ ଅନିୟମିତତା ଦେଖାଯାଇଥାଏ । ଏଥିସହ କଂସିବ କରିବା ସମୟରେ ମଧ୍ୟ ବେଳେବେଳେ ସମସ୍ଯା ମଧ୍ୟ ଦେଖାଯାଇଥାଏ । ପିସିଓଏସ ସମସ୍ଯା ଥିବା ଝିଅଙ୍କ ଠାରେ ସ୍କିନ ଓ ହେୟାର ରିଲେଟେଡ଼ ସମସ୍ଯା ମଧ୍ୟ ଆସିଥାଏ ।

ଏହା ହେବା ପଛରେ ମୁଖ୍ଯତଃ 2 ଟି କାରଣ ରହିଥାଏ । ପ୍ରଥମ ବଂଶାନୁଗତ ଓ ଅନ୍ୟଟି ଜୀବନଶୈଳୀ । ବଂଶାନୁଗତରେ ଯଦି ପରିବାରରେ ମା’ କି ଭଉଣୀ ଏମାନଙ୍କର ଆଗରୁ ରହିଥାଏ । ତେବେ ଆଗକୁ ଯାଇ ସେହି ପରିବାରର ମହିଳା ସଦସ୍ୟଙ୍କ ଠାରେ ଏହା ଦେଖାଯିବାର ସମ୍ଭାବନା ରହିଥାଏ । ଜୀବନଶୈଳୀ ଉପରେ କହିବାକୁ ଗଲେ । ଅନେକ ମହିଳା ବାହାରେ କାମ କରିବା ଯୋଗୁ ବ୍ୟସ୍ତବହୁଳ ଜୀବନ ବିତାଉଛନ୍ତି ।

ଖାଇବା, ପିଇବା ଠିକ ସମୟରେ ତଥା ସୁଷମ ଖାଦ୍ୟ ମଧ୍ୟ ଖାଇପାରୁନାହାନ୍ତି । ବାହାରର ଜଙ୍କ ଫୁଡ ବହୁତ ଖାଉଛନ୍ତି । ରାତି ଅନିଦ୍ରା ହେଉଛନ୍ତି ।ତେଣୁ ଏହି ପିସିଓଏସ ପ୍ରୋବ୍ଲେମରୁ ଦୂରେଇକି ରହିବା ପାଇଁ ଚାହୁଁଥିଲେ । ବିଭିନ୍ନ ପ୍ରକାର ଶାଗ, ଫଳ ଓ ପନିପରିବା, ଭାତ, ରୁଟି ଭଳି ସୁଷମ ଖାଦ୍ୟକୁ ନିଜ ଖାଦ୍ୟରେ ଆଡ କରନ୍ତୁ ।

ମଇଦା କି ତେଲ ଜାତୀୟ ଜାତୀୟ ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ । ଠିକ ସମୟରେ ଖାଦ୍ୟ ଖାଇବା ସହ ରାତିରେ ଠିକ ସମୟରେ 6 ରୁ 7 ଘଣ୍ଟା ପର୍ଯ୍ୟନ୍ତ ଭଲ ନିଦ୍ରାରେ ଶୁଅନ୍ତୁ । ନିଜର ହେଲଦି ଲାଇଫଷ୍ଟାଇଲ ଦ୍ଵାରା ସବୁ ପ୍ରକାର ରୋଗବେମାରୀ ଠାରୁ ଦୂରେଇକି ରୁହନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *