ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବ୍ୟକ୍ତି ନିଜ ଜୀବନରେ ବହୁତ ଖୁସିରେ ରହିବାକୁ ଇଛା କରୁଥାନ୍ତି । ବହୁତ ଜଣଙ୍କ ଭାଗ୍ୟରେ ଖୁସିର ଅପେକ୍ଷା ଦୁଃଖର ମାତ୍ରା ଅଧିକ ରହିଥାଏ । ଯଦି ବ୍ୟକ୍ତି ସବୁ ଦୁଃଖକୁ ଭୁଲି ଖୁସିରେ ରହିବା ପାଇଁ ଚାହୁଁଥାଏ । ତେବେ ସେ ନିଜର ୭ ଟି ମହତ୍ଵପୂର୍ଣ୍ଣ କଥା କାହାକୁ ଜଣାଇବା ମଧ୍ୟ ଉଚିତ । ଯଦି ଏହି ୭ କଥାକୁ ସେ ସମସ୍ତଙ୍କ ଆଗରେ ପ୍ରକାଶ କରିଥାଏ ।
ତେବେ ସେହି ବ୍ୟକ୍ତି ଜୀବନରେ ଉନ୍ନତି କରିବାରେ ସବୁବେଳେ ପଛୁଆ ରହିଜାଇଥାଏ । ପ୍ରଥମ କଥାଟି ହେଉଛି ନିଜର ଅସହାୟଭାବ ଓ ଦୁର୍ବଳତା କାହା ଆଗରେ ପ୍ରକଟ କର ନାହିଁ । କାରଣ ଲୋକ ଯେତେବେଳେ ଅସହାୟ ହୋଇଯାଇଥାଏ । ସେ ଅନ୍ୟ ଠାରୁ ୨ ଟି କଥା ପାଇଁ ନିଜର ଦୁର୍ବଳତାକୁ ଜଣାଇ ଦେଇଥାଏ ।
ଯେପରି କିଛି ଆର୍ଥିକ ସହାୟତା ମିଳିପାରେ କିମ୍ବା ଲୋକଙ୍କ ଠାରୁ ମନର ଦୁଃଖ ଲାଘବ ହେବା ପାଇଁ କିଛି ଆଶ୍ଵାସନା ମିଳିବ । କିଛି ଭଲ ଲୋକଙ୍କୁ ଛାଡି ଦେଲେ । ଏହି ଦୁନିଆରେ ବହୁତ ଲୋକ ବ୍ୟକ୍ତିର ଅସହାୟକୁ ମଜାକରେ ଉଡାଇ ତା’ ର ଅସହାୟ ଅବସ୍ତାର ଫାଇଦା ନେବା ପାଇଁ ଚେଷ୍ଟା କରିଥାନ୍ତି । ଦିତୀୟରେ ବ୍ୟକ୍ତି ନିଜର ଅତୀତର କିଛି ଗମ୍ଭୀର ଘଟଣା ସମସ୍ତଙ୍କ ଆଗରେ ପ୍ରକାଶ କରିବା ଅନୁଚିତ ।
କାରଣ ଅତୀତକୁ କେହି ଫେରାଇ ଆଣି ପାରିବେ ନାହିଁ । ତେବେ ସେହି ବିଷୟରେ ଆଲୋଚନା କରି ଭବିଷ୍ୟତ ଖରାପ କରିବା ମଧ୍ୟ ଉଚିତ ନୁହେଁ । ତୃତୀୟରେ ନିଜ ଭବିଷ୍ୟତ ବିଷୟରେ କାହାକୁ ଜଣାଇବା ଉଚିତ ନୁହେଁ । କାରଣ ଆଗାମୀ ସମୟରେ ଯାହା ଘଟିବ ତାହା ସମସ୍ତେ ଧୀରେ ଧୀରେ ଜାଣିପାରିବେ ।
ଚତୁର୍ଥରେ ନିଜ ଘର ପରିବାରରେ ଘଟୁଥିବା କୌଣସି ଗୁରୁତ୍ଵପୂର୍ଣ୍ଣ ଘଟଣା ସମ୍ବଦ୍ଧରେ ଅନ୍ୟ ସହିତ ଆଲୋଚନା କରିବା ଅନୁଚିତ । କାରଣ ବହୁତ ଲୋକ ଏପରି ରହିଥାନ୍ତି । ଯେଉଁ ମାନେ ଅନ୍ୟର ଘରର ଦୁର୍ବଳତା ଜାଣି ସେହି ଘରେ ଅଧିକ ସମସ୍ଯା ସୃଷ୍ଟି କରିବାକୁ ଚେଷ୍ଟା କରିଥାନ୍ତି । ପଞ୍ଚମରେ ନିଜର ରୋଜଗାରର କମାଇ ବିଷୟରେ ସମସ୍ତଙ୍କୁ ଡେଙ୍ଗୁରା ବଜାଇ ଜଣାଇବା ଠିକ ହୋଇନଥାଏ ।
ଯଦି ବ୍ୟକ୍ତିର ଧନ ର ପରିମାଣ ଅଧିକ ରହିଥାଏ । ବହୁତ ଲୋକ ବ୍ୟକ୍ତି ଉପରେ ଈର୍ଷା କରି ସେହି ବ୍ୟକ୍ତିର ଅନିଷ୍ଟ କାମନା କରିଥାନ୍ତି । ଷଷ୍ଠରେ ନିଜର ମିତ୍ରଙ୍କୁ ସବୁବେଳେ ଅନ୍ୟ ସହିତ ପରିଚିତ କରାଇବା ଉଚିତ ନୁହେଁ । କାରଣ ବହୁତ ଲୋକ ସେହି ମିତ୍ରକୁ ପାଇଗଲା ପରେ ତାରି ମାଧ୍ୟମରେ ତୁମର କ୍ଷତି କରିବାକୁ ପଛାଇବ ନାହିଁ ।
ସପ୍ତମରେ ନିଜ ଦାନଧର୍ମ ବିଷୟରେ ଅନ୍ୟଙ୍କୁ କହିବା ଉଚିତ ନୁହେଁ । କାରଣ ଦାନ ଦେଇ ଜଣାଇବା ଦ୍ଵାରା ଦାନ ନିଷ୍ଫଳ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ