ଶରୀରରେ ଦେଖା ଯାଉଛି କିଛି ଏପରି ଲକ୍ଷଣ ! ଜାଣନ୍ତୁ Hemoglobin Deficiency ର ଶରୀରରେ ଦେଖା ଯାଉଥିବା 11 ସଂକେତ ! 

ନମସ୍କାର ବନ୍ଧୁଗଣ, ଶରୀରରେ ସବୁର ମାତ୍ରା ଠିକ ରହିବା ଦ୍ଵାରା ଯାଇ ଶରୀର ସୁସ୍ଥ ରହିଥାଏ । ସେହିଭଳି ଶରୀରରେ ରକ୍ତ ପ୍ରବାହ ହେଉଥିବା ହେତୁ ହିଁ ଆମ ଶରୀରର ପ୍ରତ୍ୟକ ଅଙ୍ଗ ସକ୍ରିୟ ରହିଥାଏ । ତେଣୁ ଯଦି ଆପଣଙ୍କ ଶରୀରରେ ରକ୍ତ ହୀନତା ଦେଖା ଦେଖାଇଥାଏ ତେବେ ଆପଣଙ୍କ ଶରୀରରେ କିଛି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ତେବେ ଏହି ରକ୍ତହୀନାତା କଣ ଏହାର କାରଣ ଏବଂ ଲକ୍ଷଣ ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଆମ ରକ୍ତରେ ରୋହିତ ରକ୍ତ କଣିକା ରହିଥାଏ । ଯାହା ଆମେ ଆମ ପ୍ରଶ୍ଵାସରେ ନେଉଥିବା ଅମ୍ଳଜାନକୁ ବିଭିନ୍ନ କୋଷକୁ ପହଞ୍ଚାଇବାର କାମ କରିଥାଏ । ଯଦି ଆମ ଶରୀରରେ ଆଇରନ କମ ହୋଇଯାଏ ତେବେ ଆମ ରକ୍ତରେ ହିମୋଗ୍ଲୋବିନ କମ ହୋଇଯାଏ । ହିମୋଗ୍ଲୋବିନ ଅଭାବ କାରଣରୁ ଅମ୍ଳଜାନ ଆମ ଶରୀର ବିଭିନ୍ନ କୋଷ ପାଖକୁ ପହଞ୍ଚି ପାରିନଥାଏ । ଏହି ଅବସ୍ତାକୁ ହିଁ ରକ୍ତହୀନତା କୁହାଯାଏ ।

ରକ୍ତହୀନତା ବହୁତ ପ୍ରାକାର ରୋଗ ସୃଷ୍ଟି କରିଥାଏ ଆମ ଶରୀରରେ । ଜଣେ ପୁରୁଷର ହିମୋଗ୍ଲୋବିନ 13 ରୁ 17 ରହିବା ଆବଶ୍ୟକ । ଜଣେ ମହିଳାର ହିମୋଗ୍ଲୋବିନ 12 ରୁ 15 ରହିବା ଆବଶ୍ୟକ । ଏହାଠାରୁ କମ ହେଲେ ଏହାକୁ ରକ୍ତହୀନତା ବୋଲି କୁହାଯାଏ । ରକ୍ତହୀନତା ଆମ ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟ କାରଣରୁ ହୋଇଥାଏ । ଏହା ଅଧିକ ମାତ୍ରାରେ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ ।

ରକ୍ତହୀନତାର ଲକ୍ଷଣ ହେଉଛି ଆପଣଙ୍କୁ ପ୍ରଥମେ ଥକାପଣ ଏବଂ ଦୁର୍ବଳ ଅନୁଭବ ହେବ । ଯଦି ଆପଣଙ୍କୁ ଅନୁଭବ ହେଉଛି କି ଆପଣଙ୍କ ମାଂସପେଶୀ ଦୁର୍ବଳ ହୋଇଯାଇଛି ଏବଂ କାର୍ଯ୍ୟ କରିବା ପାଇଁ ଶକ୍ତି ନାହିଁ  ତେବେ ଏହା ରକ୍ତହୀନତାର ଏକ ଲକ୍ଷଣ ହୋଇଥାଏ । ରକ୍ତହୀନତା ଯୋଗୁ ହେଉଥିବା ଥକାପଣ ଉପଯୁକ୍ତ ବିଶ୍ରାମ ପରେ ମଧ୍ୟ ଠିକ ହୋଇନଥାଏ । ଯଦି ଆପଣ ଠିଆ ହେବାପରେ ହଠାତ ମୁଣ୍ଡ ବୁଲାଇଉଛି ଏବଂ ସବୁବେଳେ ଟିକେ ଟିକେ ମୁଣ୍ଡ ବିନ୍ଧା ହେଉଛି ତେବେ ଏହା ମଧ୍ୟ ରକ୍ତହୀନତାର ଲକ୍ଷଣ ହୋଇପାରେ ।

ଆପଣ ଚାଲିବା ସମୟରେ ଯଦି ଧଇଁ ସଇଁ ଲାଗିଥାଏ ତେବେ ଏହା ମଧ୍ୟ ରକ୍ତହୀନତାର ଲକ୍ଷଣ ଅଟେ । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡାକାଶ ହେଉଥାଏ ତଥା ସଂକ୍ରମଣ ଜନିତ ରୋଗ ହେଉଥାଏ ତେବେ ଏହାବି ରକ୍ତଅଭାବର ଲକ୍ଷଣ ହୋଇଥାଏ । ରକ୍ତରେ ହିମୋଗ୍ଲୋବିନ କମ ଥିଲେ ରକ୍ତରେ ବାରମ୍ବାର ଇନଫେକସନ ହୋଇଥାଏ ।

ଯଦି ଆପଣଙ୍କ ହାତ ପାଦ ଥଣ୍ଡା ହେଇଯାଉଥାଏ ତେବେ ଏହା ମଦଧୀ ରକ୍ତ ଅଭାବର ଲକ୍ଷଣ ହୋଇଥାଏ । ଆପଣଙ୍କ ଠାରେ ରକ୍ତହୀନତା ଦେଖା ଦେବା ଦ୍ଵାରା ଆପଣଙ୍କ ହାର୍ଟବିଟ ବଢିଯାଇଥାଏ ଏବଂ ଅଧିକ ରକ୍ତ ପ୍ରବାହ କରାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *