ଏହି 5 ଜଣ ଲୋକ ସାରା ଜୀବନ ରୁହନ୍ତି ଦରିଦ୍ର- Chanakya Niti

ବନ୍ଧୁଗଣ ମହାନ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବିଷୟରେ ପ୍ରାୟେ ସମସ୍ତେ ଜାଣିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ବହୁତ ନୀତିଶିକ୍ଷା ମାନବ ସମାଜ ପାଇଁ ଉଲେଖ କରିଯାଇଛନ୍ତି । ତାଙ୍କ ନୀତିବାଣୀ ପ୍ରତ୍ୟକ ବ୍ୟକ୍ତି ପାଇଁ ଉନ୍ନତି ଆଡକୁ ନେଇଯାଇଥାଏ । ଯଦି ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ ଧ୍ୟାନ ଏବଂ ନିଷ୍ଠା ସହିତ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିଶିକ୍ଷାକୁ ଗ୍ରହଣ କରେ ତେବେ ନିଶ୍ଚିତ ସଫଳତ୍ତାର ପାହାଚ ଅତିକ୍ରମ କରିଥାଏ । ଆଜି ଆପଣଙ୍କୁ ସେଇ ଲୋକମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେ କେବେ ଧନୀ ହେଇପାରନ୍ତି ନାହିଁ ।

ବନ୍ଧୁଗଣ ଦୁନିଆରେ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି । ନିଜ ସ୍ଵପ୍ନକୁ ବାସ୍ତବରେ ପରିଣତ କରିବାକୁ ଚାହିଥାନ୍ତି । କିନ୍ତୁ ନିଜ ସ୍ଵୋପ୍ନକୁ ସାକାର କରିବାକୁ ଯାଇ କେତେ ଗୁଡିକ ଅନୁଚିତ ନୀତିଗୁଡିକ ଆପଣାଇଥାନ୍ତି ।

ଏହିଭଳି ବ୍ୟକ୍ତି ସଦାସର୍ବଦା ଅସୁବିଧାର ସମୂଖୀନ ହେଇଥାନ୍ତି । ସେମାନେ କେତେକ କାର୍ଯ୍ୟ ଏମିତି କରିଥାନ୍ତି,ଯାହାଫଳରେ ସେମାନେ ଗରିବ ଅବସ୍ଥାରେ ରହିଥାନ୍ତି । କେତେଜଣ କୁହନ୍ତି ଯେ ଧନୀ ଗରିବ ହେବ ଭାଗ୍ୟ ହାତରେ ଅଛି । କିନ୍ତୁ ସବୁବେଳେ ଭାଗ୍ଯର ଦୋଷନଥାଏ କିମ୍ବା ସଦାସର୍ବଦା ଭାଗ୍ୟକୁ ଦୋଷ ଦେବା ଠିକ ହେଇନଥାଏ । ମନୁଷ୍ୟର ସ୍ଵୋଭାବ ହେଉଛି ତାହାର ଦୁଖଦରିଦ୍ରର କାରଣ । ତାହାର ମୂର୍ଖତା ଯୋଗୁ ଦ୍ଵାରକୁ ଆସିଥିବା ଉନ୍ନତି ଦ୍ଵାରଫେରସ୍ଥ ହେଇଥାଏ ।

ଏହିଭଳି ଲୋକମାନେ ନିଜ ସ୍ଵାର୍ଥ ପାଇଁ ଅନ୍ୟର ନିନ୍ଦା କରିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ପ୍ରଥମେ ଯେଉଁ ବ୍ୟକ୍ତି ନିଜଲୋକଙ୍କୁ କୌଣସି ସ୍ଵାର୍ଥ ପାଇଁ ତ୍ୟାଗ କରିଥାଏ,ନିଜ ସୁଖସୁବିଧା ପାଇଁ ଅନ୍ୟକୁ ସଦାସର୍ବଦା ଖାଲରେ ପକାଇଥାଏ । ଏହିଭଳି ବ୍ୟକ୍ତିମାନେ ମନ୍ଦ ପ୍ରକୃତିର ଲୋକମାନଙ୍କ ସହିତ ତାଳ ମିଶେଇ ଚାଲିଥାନ୍ତି, ତାଙ୍କ ସହିତ ମିଶି ଉପରକୁ ଉନ୍ନତି ଆଡକୁ ଯାଉଥିବା ବ୍ୟକ୍ତିଙ୍କ ସହିତ ବିଶ୍ଵାସଘାତ କରି ସଦାସର୍ବଦା ତାକୁ ବିପଦରେ ପକେଇବାକୁ ଚେଷ୍ଟା କରିଥାନ୍ତି ।

ଦୁଷ୍ଟ ଲୋକ ସହିତ ମିଶି ଆପଣାର ବ୍ୟକ୍ତିଙ୍କୁ ଦୁଖକଷ୍ଟ ଦେଇଥାନ୍ତି । ଏବଂ ଶେଷରେ ସାଥ ଦେଉଥିବା ଦୁଷ୍ଟ ଲୋକମାନେ ଏହି ବ୍ୟକ୍ତିଟିକୁ କୌଣସି କାର୍ଯ୍ୟରେ ଫସେଇ ନିଜେ ନିଜକୁ ବଞ୍ଚେଇଥାନ୍ତି । ଶେଷରେ ଏହିବ୍ୟକ୍ତି ଜଣକ ବିଶ୍ଵାସଘାତ କରିଥିବା ଅତି ଆପଣାର ବ୍ୟକ୍ତି କଥା ମନେପଡେ । ଏହିଭଳି ବ୍ୟକ୍ତି କେବେ ଧନୀ ହେଇପାରନ୍ତିନାହିଁ ।

ଦ୍ଵିତୀୟରେ ହେଉଛି ବଳବାନ ବ୍ୟକ୍ତି ସାଙ୍ଗେ ଶତ୍ରୁତା । ଯେଉଁ ବ୍ୟକ୍ତି ନିଜଠାରୁ ଅଧିକ ବଳବାନ କିମ୍ବା ଅଧିକ ଧନୀ ଥିବା ବ୍ୟକ୍ତିଙ୍କ ସହିତ ଶତ୍ରୁତା ରଖେ ସେ କେବେ ଧନୀ ହେଇପାରେ ନାହିଁ ।

ତୃତୀୟରେ ଯେଉଁ ବ୍ୟକ୍ତି ନିଜ କାମକୁ ଛାଡି ଅନ୍ୟର କାମ ପଛରେ ପଢିଥାଏ ସେକେବେ ମଧ୍ୟ ଧନୀ ହେଇପାରିବନାହିଁ ।

ଚତୁର୍ଥରେ ଯେଉଁ ବ୍ୟକ୍ତି ନିଜ ବନ୍ଧୁର ଖରପ କାମରେ ସହାୟତା କରେ ଏବଂ ଏଥିପାଇଁ ନାନା ପରିସ୍ଥିତିରେ ଜେଲ୍ ର ଦ୍ଵାରସ୍ଥ ମଧ୍ୟ ହେଇଥାଏ ଏଭଳି ବ୍ୟକ୍ତି କେବେ ମୁକୁଳି ପାରନ୍ତି ନାହିଁ ଏବଂ ନିଜ ସହିତ ପରିବାର ଲୋକଙ୍କ ଦୁଖର କାରଣ ହେଇଥାନ୍ତି ।

ପଞ୍ଚମରେ ସ୍ତ୍ରୀ ପଛରେ ନିଜ ସମୟ ବିତେଇଥାଏ, ଏହିଭଳି ବ୍ୟକ୍ତି କେବେ ଧନୀ ହେଇପାରିନଥାଏ କାରଣ ଏମାନେ ସର୍ବଦା କାମଲୋଭରେ ପଢିଥାନ୍ତି । ଏମାନକୁ ସବୁବେଳେ ସ୍ତ୍ରୀ ଦେଖାଯାଇଥାଏ ତେଣୁ ଏଭଳି ବ୍ୟକ୍ତି କେବେ ଧନୀ ହେଇପାରନ୍ତି ନାହିଁ । ଏହା ଥିଲା ସେହି ୫ଜଣ ବ୍ୟକ୍ତିଙ୍କ ବିଷୟରେ ଯିଏ କେବେ ମଧ୍ୟ ଧନୀ ହେଇପାରନ୍ତି ନାହିଁ ସଦାସର୍ବଦା ଗରିବ ରହିଇଥାନ୍ତି । ଭଲ ଲାଗିଲେ ଲାଇକ କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *