Astrology- ସପ୍ତାହର ଏହି ଦିନ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ ! କୋଟିଏ ରେ ଗୋଟିଏ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ସନ୍ତାନଟି ଜନ୍ମ ହେଲେ ତା’ ର ସ୍ଵଭାବ, ବ୍ୟକ୍ତିତ୍ବ ତାହା ସହିତ ଜଡିତ ପ୍ରତ୍ଯେକଟି କଥା କିପରି ହୋଇଥାଏ? ତାହାର ଜନ୍ମ ବାରରୁ ହିଁ କେତେକାଂଶରେ ଜଣା ପଡିଯାଇଥାଏ । ଆଜି ସପ୍ତାହର ୭ ବାରକୁ ନେଇ ଯେଉଁ ବାରରେ ଯେଉଁ ପିଲା ଜନ୍ମ ହୋଇଥିବ । ସେହି ସମ୍ବଦ୍ଧୀୟ ତଥ୍ୟ ଚାଲନ୍ତୁ ଜାଣିବା । ସୋମବାର ;-  ଏହି ବାରରେ ଜନ୍ମିତ ପିଲା ମାନେ ହସଖୁସି ମିଜାଜର ହୋଇଥାନ୍ତି ।

ଏମାନଙ୍କ ଜୀବନରେ ଅସୁବିଧାମାନ ବହୁ ସମୟରେ ଆସିଥାଏ ସତ କିନ୍ତୁ ଏମାନେ ସେଥି ପ୍ରତି ଅଧିକ ବିଚଳିତ ନହୋଇ ଧର୍ଯ୍ୟର ସହ ସବୁ ସାମ୍ନା କରିଥାନ୍ତି । ମଙ୍ଗଳବାର ;- ଏହି ବାରରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କର ସ୍ଵାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି । ତେଣୁ ଏମାନେ ବହୁତ ସାହସୀ ଓ ପରାକ୍ରମୀ ହୋଇଥାନ୍ତି। ଏମାନେ କୌଣସି କାର୍ଯ୍ୟକୁ ଅଧୁରା ଛାଡିବାକୁ ପସନ୍ଦ କରିନଥାନ୍ତି । ଏହି ବ୍ୟକ୍ତି ମାନଙ୍କରେ ନେତୃତ୍ଵ ନେବାରେ ସକ୍ଷମତା ରହିଥାଏ ।

ବୁଧବାର ;- ଏହି ବାରରେ ଜନ୍ମିତ ପିଲା ମାନେ କଥା କହିବାରେ ମାହିର ହୋଇଥାନ୍ତି । ଏମାନେ ନିଜ ବାଣୀ ଦ୍ଵାରା ଅନ୍ୟକୁ ଆକର୍ଷିତ କରିବାର ଦକ୍ଷତା ରଖିଥାନ୍ତି । ଏମାନେ ନିଜ କ୍ଯାରିଅର ରାଜନୀତି ଓ କଳା କ୍ଷେତ୍ରରେ କରିବା କରିବା ଦ୍ଵାରା ଅଧିକ ସଫଳ ହୋଇପାରିଥାନ୍ତି ।

ଗୁରୁବାର ;- ଗୁରୁବାରରେ ଜନ୍ମ ଗ୍ରହଣ କରିଥିବା ପିଲା ମାନଙ୍କର ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାର ଇଛା ଶକ୍ତି ରହିଥାଏ । ଏହା ସହିତ ଏମାନଙ୍କୁ ହାର ଜମାରୁ ମଧ୍ୟ ପସନ୍ଦ ନୁହେଁ । ଏମାନେ ନିଜର କର୍ମ ଉପରେ ଅଧିକ ଗୁରୁତ୍ଵ ଦେଉଥିବା ସହିତ ସମାନନ୍ୟତମ ସ୍ଵାର୍ଥୀ ମଧ୍ୟ ହୋଇଥାନ୍ତି । ଯାହା ଦ୍ଵାରା ସେମାନେ ନିଜ କ୍ଯାରିଅରରେ ବହୁତ କିଛି ଅଳ୍ପ ସମୟରେ ହାସିଲ କରିଦେଇଥାନ୍ତି ।

ଶୁକ୍ରବାର ;- ଏହି ଶୁକ୍ରବାରରେ ଯେଉଁ ପିଲା ଜନ୍ମ ଗ୍ରହଣ କରିଥାଏ । ଏମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହ ମଜା ମସ୍ତି କରି ଜୀବନକୁ ଉପଭୋଗ କରିବାରେ ରୁଚି ରଖିଥାନ୍ତି । ଏହି ମିଳାପୀ ଗୁଣ କାରଣରୁ ଏହି ବାରରେ ଯେଉଁ ମାନେ ଜନ୍ମିତ ସେମାନେ ପ୍ରାୟ ଲୋକଙ୍କର ପ୍ରିୟ ହୋଇପାରିଥାନ୍ତି ।

ଶନିବାର ;- ଏହି ବାରରେ ଜନ୍ମିତ ପିଲାଙ୍କ ଉପରେ ପ୍ରଭୁ ଶନିଦେବଙ୍କର ପ୍ରଭାବ ରହିଥାଏ । ଏମାନେ ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଏମାନେ ଅନ୍ୟର କଥାରେ ନିଜକୁ ପରିଚାଳିତ କରିବାକୁ ପସନ୍ଦ କରିନଥାନ୍ତି ।

ରବିବାର ;- ରବିବାରରେ ଯେଉଁ ମାନେ ଜନ୍ମ ହୋଇଥାନ୍ତି । ସେମାନେ ନିଜ କ୍ଯାରିଅରର ସଫଳ କରିବା ପାଇଁ କିଛିମଧ୍ୟ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି । ଏମାନେ ନିଜର କର୍ମ କରିବା ସହିତ ବୁଲାବୁଲି କରିବାରେ ମଧ୍ୟ ରୁଚି ରଖିଥାନ୍ତି । ବିନ୍ଦାସ ଭାବରେ ଜୀବନକୁ ଉପଭୋଗ କରିବାରେ ପସନ୍ଦ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *