Vastu Shastra- ଘରେ ଶଙ୍ଖ ରଖିଥିଲେ ଜାଣି ରଖନ୍ତୁ ଏହି ସାଂଘାତିକ କଥା….

ନମସ୍କାର ବନ୍ଧୁଗଣ,  ଠାକୁର ପୂଜା ସମୟରେ ଶଙ୍ଖର ବ୍ୟବହାର କରାଯାଏ । କାରଣ ଶଙ୍ଖ ଧ୍ୱନିକୁ ପବିତ୍ର ମନାଯାଏ । କୁହାଯାଏ ଶଙ୍ଖ ଧ୍ୱନି ସକାଳ ଏବଂ ସନ୍ଧ୍ୟାରେ ଶୁଭିବା ଦ୍ଵାରା ଘରର ବାତାବରଣ ସକାରାତ୍ମକ ରହିଥାଏ । ଯଦି ଆପଣ ମାନେ ଶଙ୍ଖ ଆପଣଙ୍କ ଘରେ ରଖୁଛନ୍ତି ତେବେ ଶଙ୍ଖ ସହ ଜଡିତ ଥିବା ସମସ୍ତ ବିଶେଷ କଥା ଜାଣିବା ମଧ୍ୟ ଆବଶ୍ୟକ । ଆଉ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଶଙ୍ଖ ସମ୍ପର୍କିତ କିଛି କଥା ଯାହା ଆପଣଙ୍କୁ ଦେଇପାରେ ଅମାପ ଧନ ।

ପୂଜା ଘରେ ଯଦି ଶାଳଗ୍ରାମ, ତୁଲସୀ ଏବଂ ଶଙ୍ଖ ଏହି ତିନୋଟି ଜିନିଷ ରହିଥାଏ ତେବେ ସେହି ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ଆପଣଙ୍କ ଘରେ ଶଙ୍ଖଟିଏ ରଖିବା ପାଇଁ । ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଯେଉଁ ଜଳ ଭରାଯାଏ ତାହା କୌଣସି ସାଧାରଣ ଜଳ ହୋଇନଥାଏ । ସେହି ଜଳ ବହୁତ ପବିତ୍ର ହୋଇଥାଏ ।

ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଆପଣଙ୍କ ଘରେ ରଖି ସେଥିରେ ଜଳଭରି ଠାକୁରଙ୍କୁ ସ୍ନାନ କରାନ୍ତୁ । ଘରେ ଶଙ୍ଖ ରଖି ତାହାକୁ ପୂଜା କରୁଥିଲେ ଧ୍ୟାନ ରଖନ୍ତୁ କେବେ ମଧ୍ୟ ଶଙ୍ଖକୁ ସ୍ନାନ କରାଇବା ପାଇଁ କେବେ ମଧ୍ୟ ତାହାକୁ ପାଣିରେ ବୁଡାଇବେ ନାହିଁ । ଶଙ୍ଖକୁ ଆପଣ ଭୂମି ଉପରେ ନରଖି ଏକ ସିଂହାସନ କିମ୍ବା ଆସନ ଉପରେ ରଖିବା ଉଚିତ । ଶଙ୍ଖକୁ ଭୂମି ଉପରେ ରଖି ପୂଜା କରିବା ଦ୍ଵାରା ସେହି ପୂଜା ନିଷ୍ଫଳ ହୋଇଥାଏ ।

କିଛି ନ ହେଲେ ଆପଣ ଏକ ଲାଲ କପଡା ଉପରେ ଶଙ୍ଖକୁ ରଖନ୍ତୁ । ସବୁଦିନ ଶଙ୍ଖ ପୂଜା କରିବା ସମୟରେ ବିଷ୍ଣୁଙ୍କ ମନ୍ତ୍ର ଓମ ମଙ୍ଗଳମ ଭଗବାନ ବିଷ୍ଣୁ ମଙ୍ଗଳମ ଗରୁଡ ଧ୍ଵଜ ମଙ୍ଗଳମ ପୁଣ୍ଡରାକ୍ଷମମ ମଙ୍ଗଳାୟ ତନୁହରି ଜପ କରନ୍ତୁ । ଯଦି ଆପଣ ଶଙ୍ଖକୁ ଆପଣଙ୍କ ଘରେ ବିଧି ବଧ ଭାବରେ ପୂଜା କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘର ଉପରେ ସର୍ବଦା ରହିଥାଏ ।

ଶଙ୍ଖର ଗାୟତ୍ରୀମନ୍ତ୍ର ଆପଣ ଜପ କରନ୍ତୁ ଠିକ ଭାବରେ ଦେଖିବେ ଆପଣଙ୍କ ଘରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ କେବେ ବି ଧନର ଅଭାବ ରହିବ ନାହିଁ । ଆପଣ ଶଙ୍ଖ ପୂଜା ବିଧି ଅନୁଯାୟୀ କରିବା ଦ୍ଵାରା ଆପଣଙ୍କ ଘରେ କେହି କେବେ ମଧ୍ୟ ଭୋକିଲା ରହିବେ ନାହିଁ । ଅନ୍ନ ବସ୍ତ୍ର ଆପଣଙ୍କ ଘରୁ କେବେ ମଧ୍ୟ ସରିବ ନାହିଁ ।

କେବେବି ଆପଣ ଅନୁଭବ କରିବେନି କି ଆପଣଙ୍କ ଜୀବନରେ ଅଭାବ ରହିଛି । ତେଣୁ ଆପଣ ଘରେ ଶଙ୍ଖ ରଖୁଥିଲେ ଏହି କଥାର ଧ୍ୟାନ ରଖନ୍ତୁ ଆଉ ସୁଖୀ ରୁହନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *