ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜାନୁଆରୀ ୧ ତାରିଖ ରବିବାର ଦିନ ଶାମ୍ବଦଶମୀ ପାଳିତ ହେବା ପାଇଁ ଯାଉଛି । ଏହି ପୂଜା ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ । ଆଜି ଏହି ପବିତ୍ର ପୂଜା ସମ୍ବଦ୍ଧିତ ଅନେକ କିଛି କଥା ଆଲୋଚନା କରିବା । ଶାମ୍ବ ଦଶମୀକୁ ୩ ପ୍ରହରରେ ପୂଜା କରାଯାଇଥାଏ । ବିଶେଷ କରି ମଧ୍ୟାହ୍ନରେ ଏହି ପୂଜାକୁ ବିଧି ବିଧାନ ସହ କରାଯାଇଥାଏ ।
ମଧ୍ୟାହ୍ନ ସମୟ ୧୧ ଟା ୫୦ ମିନିଟରୁ ୧୨ ଟା ୧୦ ମିନିଟ ପର୍ଯ୍ୟନ୍ତ ସମୟର ଅବଧିକୁ ମଧ୍ୟାହ୍ନ ସମୟ ବୋଲି କୁହାଯାଇଥାଏ । ତେଣୁ ଏହି ୨୦ ମିନିଟ ସମୟ ଅବଧିରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବାର ସର୍ବକୃଷ୍ଟ ସମୟ ବୋଲି ବିବେଚିତ ହୋଇଥାଏ । ପୂଜା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ହେଉଛି । ଜଳ, କ୍ଷୀର,ଚନ୍ଦନ, ଗୁଡ, ଫୁଲ ଓ ଦୀପ ଆଦି ପୂଜା ସାମଗ୍ରୀ ପ୍ରସ୍ତୁତ କରିବେ ।
ଆଳତୀ କରିବା ତୁଳାରେ ତିଆରି ବତୀକାଠି ପ୍ରସ୍ତୁତ କରି ଆଳତୀ କରିବେ । ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରିବା ସମୟରେ ପ୍ରଥମେ କ୍ଷୀର ଅର୍ପଣ କରି ପୂଜା କରନ୍ତୁ । ତାପରେ ଏକ ତମ୍ବା ପାତ୍ରରେ ଫୁଲ, ଚନ୍ଦନ ଓ ଗୁଡ ମିଶାଇ ସେହି ପାଣିକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଯେତେବେଳେ ସୂର୍ଯ୍ୟଙ୍କୁ କ୍ଷୀର କିମ୍ବା ପାଣି ଅର୍ପଣ କରିବେ । ତାହାର ପାଣି ଯେପରି ଗୋଡରେ ଆସି ନପଡେ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
ସେଥିପାଇଁ ପୂଜା କରୁଥିବା ମହିଳା ମାନେ ଦଣ୍ଡବତ ବା ସିଧା ଭାବରେ ଠିଆ ହୋଇ ଜଳ ସମର୍ପଣ କରିବା ସମୟରେ ତଳେ ଏକ ପାତ୍ର ରଖିଦିଅନ୍ତୁ । ଯେପରି ଆପଣ ଢାଳୁଥିବା ଜଳ ଗୋଡରେ ନପଡି ସେହି ପାତ୍ରରେ ପଡିବ । ସୂର୍ଯ୍ୟଦେବଙ୍କୁ ଜଳ ଢଳିବା ସମୟରେ ପାତ୍ରରେ ଥିବା ପାଣି ସାରିବା ପର୍ଯ୍ୟନ୍ତ ଅଖଣ୍ଡିତ ଭାବରେ ଜଳ ପ୍ରବାହିତ କରୁଥିବେ ।
ଅଳ୍ପ ଅଳ୍ପ କରି ଜଳ ଢାଳିବେ ନାହିଁ । ଜଳ ଅର୍ପଣ କରିସାରିବା ପରେ ପାଣି ଢାଳିଥିବା ପାତ୍ର ଚାରି ପାଖରେ ୭ ଥର ପ୍ରଦକ୍ଷିଣ କରିବା ଉଚିତ । ତାପରେ ଯଥା ବିଧି ସମ୍ପର୍ଣ୍ଣ ପ୍ରସାଦ ଭୋଗ କରି ପୂଜାକୁ ସଂପୂର୍ଣ୍ଣ କରିବେ । ତାପରେ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିଥିବା ଖିରକୁ ନେଇ ସମସ୍ତ ପରିବାର ବର୍ଗ ନିଜ ଆଖିରେ ଲଗାଇବେ ।
ଯାହା ଦ୍ଵାରା ଆଖି ଜନିତ କୌଣସି ସମସ୍ଯା ଆସିବ ନାହିଁ । ପିଲାଙ୍କର ସ୍ମରଣ ଶକ୍ତି ମଧ୍ୟ ଉତ୍ତମ ରହିବ । ଏହା ସହିତ ସେହି କ୍ଷୀର ପାଦୁକା ଭାବି ପାଇବା ଉଚିତ । ତାପରେ ସମର୍ପଣ କରିଥିବା ଜଳକୁ ନେଇ ଏଠି ଶେଠୀ କୋଉଠାରେ ନପକାଇ କୌଣସି ଗଛ ମୂଳରେ ପାଣି ଦେଇ ଦିଅନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ